ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ

ପ୍ରତିବର୍ଷ ଅଗଷ୍ଚ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି। ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ହସ୍ତତନ୍ତ କାରିଗରଙ୍କ ଭୂମିକାକୁ ସମ୍ମାନ ଜଣାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ।  ଆମ ଦେଶର ପ୍ରତି ରାଜ୍ୟ ନିଜସ୍ବ ପାରମ୍ପରିକ ହସ୍ତତନ୍ତ ତଥା ବୟନ ଶିଳ୍ପକୁ ନେଇ ପ୍ରସିଦ୍ଧି ଲାଭ କରିଛି। ସେହିପରି ଓଡ଼ିଶାର ହସ୍ତତନ୍ତ ମଧ୍ୟ ଅତି ଉଚ୍ଚକୋଟୀର। ନିଖୁଣ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ ପାରମ୍ପରିକ ହସ୍ତତନ୍ତ ଆଜି ବିଶ୍ବବିଖ୍ୟାତ। ଭାରତ ସମେତ ବିଭିନ୍ନ ଦେଶରେ ଏହାର ଭଲ ଚାହିଦା ରହିଛି ଏବଂ ପ୍ରଶଂସିତ ମଧ୍ୟ ହୋଇପାରିଛି।  ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତକୁ ନେଇ ଆମର ସ୍ବତନ୍ତ୍ର ଆଲେଖ୍ୟ। 

ଆମ ରାଜ୍ୟ ଓଡ଼ିଶାର ହସ୍ତତନ୍ତ ଶୈଳୀ ସ୍ବତନ୍ତ୍ର ଓ ଭିନ୍ନ। କାରଣ ଏଥିରେ ରହିଛି ଶହ ଶହ ବର୍ଷର ସଂସ୍କୃତି ଓ ପରମ୍ପରା। ତେବେ ହସ୍ତତନ୍ତ ଆମ ରାଜ୍ୟର ବୁଣାକାରମାନଙ୍କ ନିମନ୍ତେ ଆଜିର ନୁହେଁ, ଶହ ଶହ ବର୍ଷ ପୂର୍ବର ଏକ ଆଭିଜାତ୍ୟପୂର୍ଣ୍ଣ କୌଳିକ ବୃତ୍ତି। ଏହି ପରମ୍ପରା ସହିତ ଆମର କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ, ଚାଲିଚଳଣି ଓ ଆଧ୍ୟାତ୍ମିକ ଚେତନା ଆଦି ସବୁକିଛି ନିବିଡ଼ ଭାବେ ଜଡ଼ିତ।  ସାଧାରଣତଃ ଓଡ଼ିଶାର ହସ୍ତତନ୍ତ ଶୈଳୀରେ ନିତିଦିନିଆ ଚଳଣଠାରୁ ଆରମ୍ଭ କରି ପଶୁପକ୍ଷୀ, ଗଛଲତା, ପାହାଡ଼ପର୍ବତ, ମନ୍ଦିର, ଦେବାଦେବୀଙ୍କ ପ୍ରତିକୃତି ସହିତ ଜ୍ୟାମିତିକ ଚିତ୍ରକୁ ପରିପ୍ରକାଶ କରାଯାଇଥିବା ଦେଖିବାକୁ ମିଳେ ଏବଂ ଏଥିରେ ପ୍ରାକୃତିକ ରଙ୍ଗର ବ୍ୟବହାର କରାଯାଏ,  ଯାହା ଦେଖିବାକୁ ଖୁବ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥାଏ।

ଐତିହାସିକଙ୍କ ମତରେ, ପ୍ରାୟ ଖ୍ରୀଷ୍ଟପୂର୍ବ ୬୦୦ ଶତାବ୍ଦୀରେ ଓଡ଼ିଶାରେ ହସ୍ତତନ୍ତ କଳାର ସୃଷ୍ଟ। କାରଣ ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଏହି ହସ୍ତତନ୍ତ କଳା ଜଡ଼ିତ। କାରଣ ଆଗକାଳରେ ହାତବୁଣାରେ ବ୍ୟବହୃତ ହେଉଥିଲା କେବଳ ଧଳା, କଳା, ହଳଦିଆ ଓ ନାଲି ରଙ୍ଗ । ଏହି ରଙ୍ଗ ଭଗବାନଙ୍କର ପ୍ରତୀକ ହୋଇଥିବା ଧରାଯିବା ସହ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ସୂଚିତ କରିଥାଏ। ସେହିପରି ଖଣ୍ଡୁଆ ପାଟରେ ଗୀତଗୋବିନ୍ଦ ଲେଖାଯାଇ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଏ।

ଆମ ରାଜ୍ୟ ଓଡ଼ିଶାରେ କୃଷି ପରେ ହସ୍ତତନ୍ତ ହେଉଛି ଜୀବିକା ନିମନ୍ତେ ଦ୍ବିତୀୟ ବୃହତ୍ତମ ରୋଜଗାର କ୍ଷେତ୍ର।  ପ୍ରତି ଜିଲ୍ଲାର ସ୍ବତନ୍ତ୍ର ହସ୍ତତନ୍ତ ଶୈଳୀ ରହିଛି, ଯେଉଁଥିରୁ ହଜାର ହଜାର ବୁଣାକାରଙ୍କ ସହ ଅନ୍ୟମାନେ ମଧ୍ୟ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ ରୋଜଗାରକ୍ଷମ ହୋଇପାରୁଛନ୍ତି। ଏହାସହ ନିଜର ସ୍ବତନ୍ତ୍ର ବୁଣାଶୈଳୀ ପାଇଁ ବୁଣାକାରମାନେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିପାରିଛନ୍ତି।

ଆମ ରାଜ୍ୟର ପ୍ରମୁଖ ହସ୍ତତନ୍ତଗୁଡ଼ିକ ହେଉଛି ସମ୍ବଲପୁରୀ ବାନ୍ଧକଳା, ସୋନପୁର ଶାଢ଼ି, ବ୍ରହ୍ମପୁର ପାଟ, ବମକେଇ ପାଟ, ଧଳାପଥର ପରଦା, ଗୋପାଳପୁର ଟସର ଫ୍ୟାବ୍ରିକ, ହବସପୁରୀ ଶାଢ଼ି, ଖଣ୍ଡୁଆ, କୋଟପାଡ଼, ଆଦିବାସୀଙ୍କ ସ୍ବତନ୍ତ୍ର ଇକ୍କତ ଡିଜାଇନ, ମାଣିଆବନ୍ଧ, ଚନ୍ଦନପୁର ଚାଦର, ମାଙ୍କଡ଼ିଆ ଟସର, ମୟୂରଭଞ୍ଜର ଆଦିବାସୀ ବାନ୍ଧକଳା ଏବଂ ଡଙ୍ଗରିଆ ଶାଢ଼ି ଆଦି ଅନେକ ପ୍ରକାର । ଏଥିମଧ୍ୟରୁ ୯ ଟି ହସ୍ତତନ୍ତକୁ ଜିଆଇ ମାନ୍ୟତା ମିଳିସାରିଛି। ସେଗୁଡ଼ିକ ହେଲା ସମ୍ବଲପୁରୀ ବାନ୍ଧଶାଢ଼ି, କୋଟପାଡ଼ ହ୍ୟାଣ୍ଡଲୁମ୍, ଓଡ଼ିଶା ଇକ୍କତ, ଖଣ୍ଡୁଆ ଶାଢ଼ି ଏବଂ ଫ୍ୟାବ୍ରିକ, ଗୋପାଳପୁର ଟସର, ଧଳାପଥର ପରଦା, ବମକେଇ ଶାଢ଼ି, ହବସପୁରୀ ଶାଢ଼ି ଓ ବ୍ରହ୍ମପୁର ପାଟଶାଢ଼ି । ସେହିପରି ୟୁନେସ୍କୋର ୫୦ଟି ଆଇକନିକ୍ ହେରିଟେଜ୍ ଟେକ୍ସଟାଇଲରେ ସ୍ଥାନ ପାଇଛି ଓଡ଼ିଶାର ୫ଟି ଐତିହ୍ୟ ବୟନ ଶିଳ୍ପ । ଓଡ଼ିଶାର ୫ଟି ଐତିହ୍ୟ ବୟନ ମଧ୍ୟରେ ରହିଛି ସମ୍ବଲପୁରର ବାନ୍ଧ ଟାଇ ଡାଇ ୱେଭିଂ, ବ୍ରହ୍ମପୁରର ଫୋଡ଼ା କୁମ୍ଭ ପାଟ, ଖୋର୍ଦ୍ଧା ଜିଲ୍ଲାର ଧଳାପଥର ପର୍ଦ୍ଦା,  ରାୟଗଡ଼ା ଜିଲ୍ଲାର ଡଙ୍ଗରିଆ କନ୍ଧଙ୍କ ସ୍ବତନ୍ତ୍ର ବୟନ ଶିଳ୍ପ ଏବଂ କେନ୍ଦୁଲି ପାଟ କାଲିଗ୍ରାଫିକ ୱେଭିଂ। ଏପରିକି ରାଜ୍ୟର ଦୁଇ ଶହରୁ ଅଧିକ ବୁଣାକାର ଜାତୀୟ ଏବଂ ରାଜ୍ୟସ୍ତରୀୟ ପୁରସ୍କୃତ ହୋଇଛନ୍ତି।

ଓଡ଼ିଶାର ପ୍ରମୁଖ ବସ୍ତ୍ର ହେଉଛି ମହିଳାଙ୍କର ଶାଢ଼ି ଓ ପୁରୁଷଙ୍କର ଲୁଙ୍ଗିଗାମୁଛା । କିନ୍ତୁ ହାତବୁଣା ଶାଢ଼ି ଆଜି ବିଶ୍ବପ୍ରସିଦ୍ଧ। ଆଗରୁ କେବଳ ବୁଣାକାରମାନେ ଶାଢ଼ି ତିଆରି କରୁଥିବା ବେଳେ ଆଜିକାଲି ଯୁବପିଢିଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୋଷାକରେ ମଧ୍ୟ ହସ୍ତତନ୍ତର ଯାଦୁକରୀ ଦେଖିବାକୁ ମିଳୁଛି । ଏହାସହ ଡିଜାଇନର ହ୍ୟାଣ୍ଡଲୁମ୍ ଡ୍ରେସ ପିନ୍ଧିବାକୁ ମଧ୍ୟ ଆଜିକାଲି ଯୁବପିଢିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲିକ୍ଷିତ ହେଉଛି। କେବଳ ଆମ ଓଡ଼ିଆ ଲୋକ ନୁହନ୍ତି ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିଗଣ ମଧ୍ୟ ଓଡ଼ିଶା ହ୍ୟାଣ୍ଡଲୁମ୍ ବସ୍ତ୍ର ପିନ୍ଧିବାକୁ ପସନ୍ଦ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୋନିଆ ଗାନ୍ଧୀ, ନିର୍ମଳା ସୀତାରମଣ, କିରଣ ଖେର୍, ବିଦ୍ୟା ବାଲାନ୍ ଓଡ଼ିଶା ହସ୍ତତନ୍ତ ଶାଢିକୁ ପିନ୍ଧିବା ସହ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୧୨ତମ ମନ୍ କି ବାତ୍ ସଂସ୍କରଣରେ ସମ୍ବଲପୁରୀ ଶାଢ଼ି ସହ ଦେଶର ବିଭିନ୍ନ ପ୍ରାନ୍ତର ହ୍ୟାଣ୍ଡଲୁମକୁ ଲୋକପ୍ରିୟ କରିଥିବା ବୁଣାକାରଙ୍କୁ ପ୍ରଶଂସା କରିଛନ୍ତି। ସେହିପରି ଚଳିତ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ବିଶ୍ବନାଥ ରଥଙ୍କ କୋଟପାଡ଼ ଓ ହବସପୁରୀ ହସ୍ତତନ୍ତ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ଫିଲ୍ମ ବେଶ ପ୍ରଶଂସିତ ହୋଇଛି।

ସମଗ୍ର ବିଶ୍ବରେ ଆଜି ଆମ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତକୁ ନେଇ ଚର୍ଚ୍ଚା ଓ ଆଲୋଚନା। କିନ୍ତୁ ବୁଣାକାରଙ୍କ ପରିଶ୍ରମକୁ ଆଜି ବି ଉଚିତ୍ ସମ୍ମାନ ମିଳିପାରିନାହିଁ । ସେଥିପାଇଁ ବହୁ ବୁଣାକାର ନିଜ କୌଳିକ ବୃତ୍ତିକୁ ଛାଡ଼ି ଅନ୍ୟ ରୋଜଗାର ପନ୍ଥା ଆପଣାଉଛନ୍ତି। ଏଥିପାଇଁ ଆମ ସମସ୍ତଙ୍କୁ ଆଗେଇ ଆସିବା ନିହାତି ଆବଶ୍ୟକ। ହସ୍ତତନ୍ତକୁ ପର୍ଯ୍ୟଟନରେ ସାମିଲ କରିବା ସହ ବର୍ଷ ତମାମ ବିକ୍ରିବଟା ପାଇଁ ବ୍ୟବସ୍ଥା କରାଯିବା ଉଚିତ୍।

Spread the love