ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ବ "ଗହ୍ମା ପର୍ବ"

ପ୍ରାଚୀନତାକୁ ପ୍ରତିଫଳତି କରେ ସଂସ୍କୃତି ଓ ପରମ୍ପରା । ଆମ ସୁନ୍ଦର ରାଜ୍ୟ ଓଡ଼ିଶାର ବୈଶିଷ୍ଟ୍ୟତାକୁ ବହନ କରେ ତାର ଦୈନନ୍ଦିନ ଜୀବନ ସହ ଜଡ଼ିତ ପର୍ବପର୍ବାଣୀ । ସେଥିମଧ୍ୟରୁ ଅନେକ ବ୍ରତ, ଓଷା, ପର୍ବ, ଯାତ୍ରା, ମେଳା ଓ ମହୋତ୍ସବ କୃଷିଭିତ୍ତିକ ଏବଂ ସାମାଜିକ । ଆମ ରାଜ୍ୟ ଚାଷବାସ ଉପରେ ନିର୍ଭର କରୁଥିବାରୁ ସମସ୍ତ ଓଡ଼ିଆ ଓଷାବ୍ରତକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି। ଦେବଶୟନର ମାସ ତଥା ଶିବଙ୍କ ପ୍ରିୟ ମାସ ଶ୍ରାବଣ ପୂର୍ଣ୍ଣିମାରେ “ଗହ୍ମାପୂର୍ଣ୍ଣିମା” ତଥା “ଗହ୍ମାପର୍ବ” ଏକ କୃଷିଭିତ୍ତିକ ପର୍ବ ଏବଂ ଏହା କାଇଁ କେଉଁ କାଳରୁ ପାଳିତ ହୋଇଆସୁଛି। ଆସନ୍ତୁ ଆଜିର ଏହି ବ୍ଲଗରେ ଜାଣିବା “ଗହ୍ମାପର୍ବ”ର ବିଶେଷତା।  

ଗହ୍ମାପୂର୍ଣ୍ମିମାର ମହତ୍ତ୍ବ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ବର୍ଷର ପଞ୍ଚମ ମାସଟି ହେଉଛି ଶ୍ରାବଣ ମାସ । ଏହାର ପୂର୍ଣ୍ଣମୀ ତିଥିକୁ ‘ଗହ୍ମାପୂର୍ଣ୍ଣିମା’ ଭାବେ ପାଳନ କରାଯାଏ । ମହାଦେବଙ୍କ ମାସ ଶ୍ରାବଣ ମାସର ସବୁଠାରୁ ମୁଖ୍ୟ ଦିନ ହେଉଛି ଏହି ଗହ୍ମାପୂର୍ଣ୍ଣିମା ବା ଶ୍ରାବଣ ପୂର୍ଣ୍ଣିମା। ଏହି ଦିନ ମହାପ୍ରଭୁ ବଳଭଦ୍ର ଜନ୍ମଗ୍ରହଣ କରିଥିବାରୁ ମନ୍ଦିରରେ ସ୍ବତନ୍ତ୍ର ରୀତିନୀତି ଅନୁଯାୟୀ ପ୍ରଭୁ ବଳରାମଙ୍କୁ ପୂଜା କରାଯାଏ। ଆମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶ୍ରୀବଳରାମଙ୍କ ଅନେକ ମନ୍ଦିର ରହିଛି ଏବଂ ସେ ସମସ୍ତ ମନ୍ଦିରରେ ବଳରାମ ବଳଭଦ୍ର, ବଳଦେବ, ହଳଧର ଓ ବଳଦେବଜୀଉଙ୍କ ନାମରେ ପୂଜିତ ହୋଇଆସୁଛନ୍ତି ।    

ପୌରାଣିକ କଥା

ଗହ୍ମାପୂର୍ଣ୍ଣିମାକୁ ନେଇ ଅନେକ ପୌରାଣିକ କଥା ଓ କିମ୍ବଦନ୍ତୀ ରହିଛି। ଲୋକକଥା ଅନୁଯାୟୀ ଏହି ଦିନ ଗହ୍ମାସୁର ମହାପ୍ରଭୁ ଶିବଙ୍କ ଦ୍ବାରା ବଦ୍ଧ ହେବା ଯୋଗୁଁ ଏହି ପର୍ବର ନାମ ଗହ୍ମାପୂର୍ଣ୍ଣିମା ରଖାଯାଇଛି । ଅନ୍ୟ ଏକ କଥା ଅନୁଯାୟୀ ପ୍ରଭୁ ଶ୍ରୀବଳରାମ ଏକ ଗାଈର ଔରସରୁ ଜନ୍ମ । ପୌରାଣିକ ଆଖ୍ୟାନରେ କୁହାଯାଇଛି ଯେ ବସୁଦେବଙ୍କ ଦ୍ବିତୀୟ ପତ୍ନୀ ଦେବକୀଙ୍କ ସମସ୍ତ ସନ୍ତାନକୁ ରାକ୍ଷସ କଂସ ବଦ୍ଧ କରିବା ପାଇଁ ପ୍ରତିଜ୍ଞା ନେଇଥିଲା । ତେବେ ଗୋଟିକ ପରେ ଗୋଟିକ ସନ୍ତାନ କଂସ ହାତରେ ବଦ୍ଧ ହୋଇଥିବା ଦେଖି ଦେବତାଗଣ ଦେବକୀଙ୍କ ପରବର୍ତ୍ତୀ ସନ୍ତାନକୁ ବସୁଦେବଙ୍କ ପ୍ରଥମ ପତ୍ନୀ ରୋହିଣୀଙ୍କ ଗର୍ଭକୁ ସ୍ଥାନାନ୍ତରିତ କରାଇ ଗୋଟିଏ ଗାଈ ରୂପେ ରୂପାନ୍ତରିତ କରିଥିଲେ ଏବଂ ଗୋପପୁରରେ ରାଜା ନନ୍ଦଙ୍କ ଗୋଶାଳରେ ହିଁ ଉକ୍ତ ଗାଈର ଔରସରୁ ଜନ୍ମ ହୋଇଥିଲେ ବଳଭଦ୍ର।  ତେଣୁ ‘ଗହ୍ମା’ ଶବ୍ଦ ‘ଗୋମାତା’ ଶବ୍ଦରୁ ଆସିଛି ଏବଂ ଏହା ପରବର୍ତ୍ତୀ ସମୟରେ ଗହ୍ମା ହୋଇଥିବା ଅନୁମାନ କରାଯାଇଥାଏ।

ପୂଜାର୍ଚ୍ଚନା ଓ ରୀତିନୀତି

ଗହ୍ମାପୂର୍ଣ୍ଣିମା ଏକ ପ୍ରାଚୀନ ପର୍ବ ହେଉଥିବାରୁ ଶ୍ରୀବଳଦେବଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଏ । ପରମ୍ପରା ଅନୁଯାୟୀ ପ୍ରତି ଶ୍ରାବଣ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିର ଓ କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିରରେ ବଳଦେବଙ୍କ ଜନ୍ମନୀତି ମହାସମାରୋହରେ ପାଳିତ ହୋଇଥାଏ । ଏହାସହ ଗାଈ ଓ ବଳଦଙ୍କୁ ପ୍ରଭୁ ବଳରାମଙ୍କ ପ୍ରତୀକ ରୂପେ ପୂଜା କରାଯାଇଥାଏ। ଏହି ଦିନ ଓଡ଼ିଶାର ପ୍ରତି ଘରେ ପଞ୍ଚ ଉପଚାରରେ ଗାଈଗୋରୁଙ୍କୁ ସ୍ନାନ କରାଯାଏ । ଶିଂଘରେ ହଳଦୀ ସିନ୍ଦୁର ଲଗାଯାଏ ଏବଂ ପିଠାପଣା ଖୁଆଇ ଦିଆଯାଏ । ଏହାସହ ଗ୍ରାମର ଗୋଟିଏ ସ୍ଥାନରେ ଗୋଟିଏ ହସ୍ତପଦ ଅଙ୍କିତ ବଳଦ ଶୋଇବା ଆକାରରେ ମୂର୍ତ୍ତି ନିର୍ମାଣ କରାଯାଏ ଏବଂ ଏହିଠାରେ ପୂଜାର୍ଚ୍ଚନା କରାଯିବାର ସମସ୍ତ ବିଧି ଅନୁଷ୍ଠିତ ହୁଏ । ଏହାପରେ ଗୋଟିଏ ଅଣ୍ଡିରା ବାଛୁରୀକୁ ଏ ମୂର୍ତ୍ତିକା ସ୍ତୂପ (ଗହ୍ମାବେଦୀ) ଉପରେ ଡିଆଁଯାଏ, ଯାହା “ଗହ୍ମାଡିଆଁ” ନାଁରେ ସାରା ଓଡ଼ିଶାରେ ପ୍ରଚଳିତ। ବାଛୁରୀ ପରେ କିଶୋର ଓ ଯୁବକମାନେ ଗହ୍ମାଡିଆଁ କରିଥାନ୍ତି। ଆଜି ବି ଓଡ଼ିଶାର କେତେକ ଗ୍ରାମରେ ଏହି ପରମ୍ପରା ବଞ୍ଚି ରହିଛି।

ଗହ୍ମାଡକରା

ସେହିପରି ଗହ୍ମାପୂର୍ଣ୍ଣିମାରେ ଅନ୍ୟ ଏକ ପରମ୍ପରା ହେଉଛି “ଗହ୍ମାଡକରା”। ଏଥିରେ ଗହ୍ମାବେଦୀଠାରେ ହୋଇଥିବା ଭୋଗକୁ ଗ୍ରାମବାସୀମାନେ ମହାଜନମାନଙ୍କୁ ନାମସୂଚୀ ଅନୁସାରେ ଜଣ ଜଣ କରି ଡାକୁଥିଲେ। ଏହି ପରମ୍ପରା ବିଶେଷତଃ ପୁରୀ ଜିଲ୍ଲାର ଶାସନ ଗ୍ରାମରେ ଦେଖିବାକୁ ମିଳିଥାଏ । ଅନ୍ୟ ଏକ ପରମ୍ପରା ଅନୁଯାୟୀ ବିବାହର ପ୍ରଥମ ବର୍ଷ ମଧ୍ୟରେ କୁମାରପୂର୍ଣ୍ଣିମା, ପୌଷପୂର୍ଣ୍ଣିମା ଓ ଦୋଳପୂର୍ଣ୍ମିମା ବ୍ୟତୀତ ଗହ୍ମାପୂର୍ଣ୍ମିମା ଦିନ ଶ୍ବଶୁର ଘରକୁ ଯିବା ପାଇଁ ଜ୍ବାଇଁଙ୍କୁ ନିମନ୍ତ୍ରଣ କରାଯାଏ । ଏହା ମଧ୍ୟ ସାରା ଓଡ଼ିଶାରେ ଗହ୍ମା ଡକରା ନାଁ ପରିଚିତ।  

ରକ୍ଷାବନ୍ଧନ

ଗହ୍ମାପୂର୍ଣ୍ଣିମା ଏକ ଉତ୍କଳୀୟ ପରମ୍ପରା ହୋଇଥିବା ବେଳେ ଏହା ସହ ଧୀରେଧୀରେ ଯୋଡ଼ି ହେଲାଣି ରକ୍ଷାବନ୍ଧନର ପରମ୍ପରା। ଏହା ଏକ ଉତ୍କଳୀୟ ପର୍ବପର୍ବାଣୀ ହୋଇନଥିଲେ ମଧ୍ୟ ପୁରପଲ୍ଲୀଠାରୁ ଆରମ୍ଭ କରି ସହରରେ ରକ୍ଷାବନ୍ଧନ ପର୍ବ ବେଶ୍ ଲୋକପ୍ରିୟ ହୋଇସାରିଛି । ଶାସ୍ତ୍ରରେ ଉଲ୍ଲେଖ ରହିଛି, ‘ନାସି ଗଙ୍ଗା ସମଂ ନାସ୍ତି ସ୍ବସ୍ତ୍ରା ମାନ୍ୟା’ ଅର୍ଥାତ୍ ଭଗିନୀଠାରୁ ଅଧିକ ସମ୍ମାନୀୟା, ସ୍ନେହଶୀଳା କେହି ନାହିଁ । ଭଉଣୀକୁ ରକ୍ଷା କରିବାକୁ ବଜ୍ର ଶପଥ ନେଇ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ।  ଏହାର ଅନେକ ପୌରାଣିକ ବାଖ୍ୟାନ୍ୟ ମଧ୍ୟ ରହିଛି । ସେ ଯାହା ବି ହେଉ ଆଜି ଓଡ଼ିଶାର ପ୍ରତି ଘରେ ଘରେ ପାଳନ ହେଉଛି ରକ୍ଷାବନ୍ଧନ। ଏହି ଦିନ ଭଉଣୀଟିଏ ଭାଇର ମଥାରେ ତିଳକ ଲଗାଇ ଡାହାଣ ହାତରେ ସୂତାର ରାକ୍ଷୀ ବାନ୍ଧି ମିଠା ଖୁଆଇ ଦିଏ ଏବଂ ଜୀବନସାରା ପାଇଁ ସୁରକ୍ଷାର ପ୍ରତିଶ୍ରୁତି ନିଏ । ରକ୍ଷାବନ୍ଧନ ହେଉଛି ଭଉଣୀମାନଙ୍କର ଏକ ଆନନ୍ଦର ପର୍ବ । ଭାଇ ଯେଉଁଠି ଥାଉନା କାହିଁକି ଏହି ପବିତ୍ର ଦିନରେ ଭଉଣୀ ତା ହାତରେ ରାକ୍ଷୀ ବାନ୍ଧିଥାଏ ।  ସେହିପରି ଏହି ଦିନ ବଳଦକୁ ମଧ୍ୟ ରାକ୍ଷୀ ବନ୍ଧାଯିବାର ପରମ୍ପରା ରହିଛି।

ଗହ୍ମାପୂର୍ଣ୍ମିମା ଆମ ଓଡ଼ିଶାର ଏକ ପ୍ରାଚୀନ ପର୍ବ ଏବଂ ଆମ ନିଜସ୍ବ ପର୍ବ, ଯେଉଁଥରେ ଲିପ୍ତ ରହିଛି ଆମ ସଂସ୍କୃତି ଓ ପରମ୍ପରା। ରାକ୍ଷୀ ସହିତ ଗହ୍ମା ପୂର୍ଣ୍ଣିମାର କୌଣସି ସମ୍ପର୍କ ନାହିଁ, କିନ୍ତୁ ଆଜିକାଲି ରକ୍ଷାବନ୍ଧନକୁ ସମସ୍ତେ ଅତି ଆନନ୍ଦ ଉଲ୍ଲାସରେ ପାଳନ କରୁଥିବାରୁ ଧୀରେ ଧୀରେ ହଜିବାକୁ ବସିଲାଣି ଗହ୍ମାପର୍ବର ମହତ୍ତ୍ବ । ତେଣୁ ଆମେ ଓଡ଼ିଶାବାସୀ ସବୁବେଳେ ଆମ ଉତ୍କଳୀୟ ପରମ୍ପରାକୁ ବଞ୍ଚାଇ ରଖିବାକୁ ପ୍ରୟାସ କରିବା ଉଚିତ୍ ।  ଆଗକୁ ବି ଆମେ ଏପରି ଓଡ଼ିଶାର ପର୍ବପର୍ବାଣୀକୁ ନେଇ ଆସିବୁ ଅନେକ ବ୍ଲଗ । ତେବେ ଆମର ଏହି ବ୍ଲଗଟି କେମିତି ଲାଗିଲା, ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କ ମତାମତ ଆମକୁ ଆଗକୁ ନେବାରେ ସାହାଯ୍ୟ କରିବ ।

Spread the love