ଉତ୍କଳୀୟ ସଂସ୍କୃତିରେ ଝୋଟି, ଚିତା ଓ ମୁରୁଜ

ଓଡ଼ିଶା ସଂସ୍କୃତିର ଭଣ୍ଡାର ତଥା ପରମ୍ପରାର ପରିଚୟ ହେଉଛି ଝୋଟି, ଚିତା ଓ ମୁରୁଜ । ଓଡ଼ିଆ ଘରର ପ୍ରତି ପର୍ବପର୍ବାଣୀ, ବିବାହବ୍ରତ ଓ ଶ୍ରାଦ୍ଧରେ ଚିତା କିମ୍ବା ମୁରୁଜ ପଡ଼େ। ଏହା ବିନା ଯେକୌଣସି ଶୁଭ କାମ ଯେମିତି ଅସମ୍ପୂର୍ଣ୍ଣ । କାରଣ ଏଥିରେ ଲୁଚି ରହିଛି ଆମର ରୁଦ୍ଧିମନ୍ତ ସଂସ୍କୃତି, ପରମ୍ପରା ଓ ଧାର୍ମିକ ତତ୍ତ୍ବ । ଏଥିସହ ଏହି ଝୋଟି, ଚିତା ଓ ମୁରୁଜ ଓଡ଼ିଆଣୀଙ୍କ ସଣ୍ଠଣା ଏବଂ ଭାବାବେଗର ପରିଚୟ ଦିଏ । ତେବେ ଆସନ୍ତୁ ଆଜିର ବ୍ଲଗରେ ଜାଣିବା ଓଡ଼ିଆ ସଂସ୍କୃତିରେ ଝୋଟିଚିତା ଓ ମୁରୁଜର କ’ଣ ରହିଛି ମହତ୍ତ୍ବ ।

ଆମ ଉତ୍କଳୀୟ ସଂସ୍କୃତିରେ ଝୋଟି, ଚିତା ଓ ମୁରୁଜର ପ୍ରମୁଖ ଭୂମିକା ରହିଛି । କିଛି ଶୁଭ କାମ କରିବା ପୂର୍ବରୁ ଘରକୁ ଏହି ଲୋକକଳା ଦ୍ବାରା ସଜାଯିବାର ପରମ୍ପରା ରହିଛି । ଯଜ୍ଞ, ବିବାହ, ବ୍ରତଘର, ପିଣ୍ଡଦାନ କିମ୍ବା ପୂଜା ପାର୍ବଣ କରିବା ସମୟରେ ଚିତା କିମ୍ବା ମୁରୁଜ ପକାଯାଏ । ସେହିପରି କାର୍ତ୍ତିକ ମାସ ସାରା ଚଉରା ମୂଳେ, ମାର୍ଗଶିର ଗୁରୁବାର ପାଇଁ ଦାଣ୍ଡରୁ ବାଡ଼ି ପର୍ଯ୍ୟନ୍ତ, ଷଠୀ ପୂଜା ବା ଶାମ୍ବ ଦଶମୀ ଭୋଗ ପାଇଁ ହେଉ ସବୁପାଇଁ କିଛି ନା କିଛି ମୁରୁଜ, ଝୋଟିଚିତା ପକାଇବାର ବିଧି ରହିଛି ।

ପୂର୍ବ କାଳରେ ହିନ୍ଦୁ ଧର୍ମରେ ପ୍ରକୃତି ପୂଜା କରାଯାଉଥିଲା । ପ୍ରକୃତିକୁ ପ୍ରତିମା ରୂପ ଦେଇ ପୂଜା କରାଯିବା ବେଳେ ତାଙ୍କର ଆସ୍ଥାନ ପାଇଁ ମୁରୁଜ ବ୍ୟବହାର କରାଯାଉଥିଲା । ତେବେ ଭାରତର ଅନ୍ୟ ସ୍ଥାନରେ ହେଉଥିବା ଚିତା ତୁଳନାରେ ଓଡ଼ିଶାର ପୁରପଲ୍ଲୀରେ ପକାଯାଉଥିବା ଚିତାର ସ୍ବତନ୍ତ୍ରତା ରହିଛି, କାରଣ ଏହା ଏକ ନିଚ୍ଛକ କଳା, ଯାହାଦ୍ବାରା ଜଣେ ଓଡ଼ିଆ ନାରୀ ତା ନାରୀତ୍ବର ପରିଭାଷାକୁ ବର୍ଣ୍ଣନା କରେ । ଏଥିସହ କେଉଁ ପର୍ବରେ କେଉଁ ଚିତା କି ମୁରୁଜ ପଡ଼ିବ, ସେଥିରେ ଭିନ୍ନତା ପରିଲିକ୍ଷିତ ହୁଏ ।

ଓଡ଼ିଶାର ବାରମାସ ତେର ପର୍ବ ମଧ୍ୟରେ ମାଣବସା ଗୁରୁବାର, ଦୋଳପୂର୍ଣ୍ଣିମା, ପ୍ରଥମାଷ୍ଟମୀ, ରଥଯାତ୍ରା, ଖୁଦୁରୁକୁଣୀ. ଦଶହରା, ସୁଦଶା ବ୍ରତ, ଗହ୍ମାପୂର୍ଣ୍ଣିମା ଓ ଦୀପାବଳୀରେ ଘରର ଦୁଆର, ଦାଣ୍ଡ, ପୂଜାଘର, କାନ୍ଥରେ, ଚଉରାମୂଳେ ଝୋଟି ଚିତା ପକାଯାଏ । ଧର୍ମମାସ କାର୍ତ୍ତିକରେ ହବିଷ୍ୟାଳିମାନେ ତୁଳସୀ ଚଉରା ଚାରିପଟେ ବିଭିନ୍ନ ରଙ୍ଗର ମୁରୁଜରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ବଡ଼ ଦେଉଳ, ରାଧାକୃଷ୍ଣ, ମୟୂର, ହଂସ, ପ୍ରଜାପତି ଭଳି ବିଭିନ୍ନ ପକ୍ଷୀଙ୍କର ସୁନ୍ଦର ଚିତ୍ର ଆଙ୍କିଥାନ୍ତି ।

ଏସବୁ ପୂଜାପର୍ବାଣୀ ମଧ୍ୟରେ ମାର୍ଗଶୀର ମାସର ମାଣବସା ଗୁରୁବାରରେ ପଡ଼଼ୁଥିବା ଝୋଟିଚିତାର ଅନେକ ମହତ୍ତ୍ବ ରହିଛି ।  ଏହି ଦିନରେ ସ୍ବତନ୍ତ୍ର ଲକ୍ଷ୍ମୀପାଦ ଏବଂ ପଦ୍ମଫୁଲ ଚିତା ଅଙ୍କନ କରାଯାଇ ମା’ ଲକ୍ଷ୍ମୀଙ୍କୁ ସ୍ବାଗତ କରାଯାଏ । ସେଥିପାଇଁ ଗୁରୁବାର ପୂର୍ବରୁ ଘରକୁ ଲିପାପୋଛା କରାଯାଇ ଦୁଆରବନ୍ଧରୁ ଅଗଣା ଯାଏଁ ଚିତା ପକାନ୍ତି ଘରର ସ୍ତ୍ରୀଲୋକମାନେ। ବିଭିନ୍ନ ପ୍ରକାରର ଲକ୍ଷ୍ମୀପାଦ ଏବଂ ପଦ୍ମଫୁଲ ହିଁ ଏହି ପର୍ବର ସ୍ବତନ୍ତ୍ରତା। ଏଥିସହ ଘରର କାନ୍ଥରେ ହାତଛଟା ଝୋଟି ଓ ତା ଉପରେ ତିନୋଟି ଟିପରେ ଥାପି ଝୋଟିଚିତା ଘରକୁ ଆହୁରି ସୁନ୍ଦର କରେ । ଏଥିପାଇଁ ସବୁଜ କବି ରାଧାମୋହନ ଗଡ଼ନାୟକ ଲେଖିଛନ୍ତି…

“ପିଠଉର ଝୋଟି ମେଢ଼ ପାଖେ ଲେଖି ସରସେ
ଲକ୍ଷ୍ମୀ ଘରଣୀ ଲକ୍ଷ୍ମୀ ପୂଜଇ ହରଷେ”

ବିବାହ, ବ୍ରତ, ଶ୍ରାଦ୍ଧ, ଦେବାଦେବୀ ପୂଜା ଏବଂ ଯଜ୍ଞସ୍ଥଳରେ ଝୋଟି ଚିତା ପଡ଼ିବାର ବିଧି ରହିଛି । ଆଗରୁ ବିବାହ ଉତ୍ସବର ମଙ୍ଗଳକୃତ୍ୟ ତଥା ମଙ୍ଗନ ଦିନ ବିବାହ ସମ୍ବନ୍ଧୀୟ ଚିତ୍ର ସବୁ କାନ୍ଥରେ ଅଙ୍କାଯାଉଥିଲା । ଏପରିକି ନୂଆବୋହୂ ବାପଘରୁ ଭାରହାଣ୍ଡିରେ ଆଣିଥିବା ଆଣରୁ ଚିତା ପକାଇ ପକାଇ ପିଣ୍ଡି ପର୍ଯ୍ୟନ୍ତ ଯିବାର ପରମ୍ପରା ଥିଲା। ହେଲେ ଆଜିକାଲି ଏସବୁ ଦେଖିବାକୁ ମିଳୁନଥିଲେ ବି  ବିବାହ ବେଦିରେ ଚିତା ଅଙ୍କାଯାଉଛି । ଏହାକୁ ନେଇ ଝିଅ ବୋହୂଙ୍କ କାନ୍ଦଣା ଗୀତରେ ବି  ରହିଛି,

“କାନ୍ଥର ପିତୁଳି କାନ୍ଥେ ଲେଖିବି,
ବାପ ଚନ୍ଦ୍ରମୁଖ କେବେ ଦେଖିବି ।”

ଝୋଟି, ଚିତାର ବ୍ୟବହାର କେବେଠାରୁ ଆରମ୍ଭ ହେଲା, ତାହାର ଆକଳନ କରିବା କଷ୍ଟକର । ତେବେ ଦକ୍ଷିଣ ଭାରତରେ ଚୋଳ ରାଜବଂଶର ଶାସନ ସମୟରେ ଏହାର ପ୍ରଚଳନ ଆରମ୍ଭ ହୋଇଥିବା ଅନୁମାନ କରାଯାଏ । ରାମାୟଣରେ ବି ଝୋଟି ଚିତା ସମ୍ପର୍କରେ ଉଲ୍ଲେଖ ରହିଛି । ମା’ ସୀତାଙ୍କ ସ୍ୱୟଂମ୍ବର ସମୟରେ ଜନକପୁରର ପ୍ରତ୍ୟେକ ଘରେ ସ୍ୱୟଂମ୍ବର ହେଉଥିବା ମହଲରେ ମୁରୁଜ ଓ ଚିତା ପଡ଼ିଥିବା ଜଣାପଡ଼େ । ମହେଞ୍ଜୋଦାର ଓ ହରପ୍ପା ସଭ୍ୟତା ସମୟରେ ମୁରୁଜ ବ୍ୟବହାର ହେଉଥିବାର କେତେକ ପ୍ରମାଣ ମିଳୁଛି । ସେତେବେଳେ ମୁରୁଜକୁ ଆଲ୍ପନା କୁହାଯାଉଥିଲା, ଯାହା ସଂସ୍କୃତ ଶବ୍ଦ ଓଲାନପିନରୁ ଉଦ୍ଧୃତ ହୋଇଥିଲା । ଏହାର ଅର୍ଥ ହେଉଛି ଚିତ୍ର ଆଙ୍କିବା । ୧୨ଶ ଓ ୧୩ଶ ଶତାବ୍ଦୀ ବେଳକୁ ମୁରୁଜ ସଂସ୍କୃତି ଶ୍ରୀମନ୍ଦିରରେ ପ୍ରବଶେ କରିଥିଲା ବୋଲି କୁହାଯାଏ । ଶ୍ରୀମନ୍ଦିରର ରୋଷେଇ ଶାଳରେ ମୁରଜ ପକାଇ ତାହା ଉପରେ ଅବଢ଼ା ହାଣ୍ଡି ରଖାଯାଉଥିଲା । ମୁରୁଜ ଗୁଣ୍ଡ ଭାବେ ଉପଲବ୍ଧ ହୋଇଥାଏ । କିନ୍ତୁ ଏହା ଶୀଘ୍ର ନଷ୍ଟ ହୋଇଯାଉଥିବା କାରଣରୁ ତେଣୁ ଝୋଟି ଚିତା ଆଙ୍କିବା ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିରରେ ମୁରୁଜ ବ୍ୟବହାର ପରେ ଓଡ଼ିଆ ସଂସ୍କୃତିରେ ଏହାର ବହୁଳ ବ୍ୟବହାର କରାଗଲା ବୋଲି କୁହାଯାଏ ।

ସାଧାରଣତଃ ମୁରୁଜ ଚାଉଳ ଗୁଣ୍ଡ, ଅଟା, ଇଟା ଘୋରା ଓ ଶୁଖିଲା ଫୁଲରୁ ତିଆରି କରାଯାଏ । ପୂର୍ବ କାଳରେ ବିଭିନ୍ନ ଗଛର ପତ୍ର, ଫୁଲ, ପାଖୁଡ଼ା ଆଦିକୁ ଶୁଖାଇ ଗୁଣ୍ଡ କରି ବିଭିନ୍ନ ପ୍ରକାର ରଙ୍ଗ ପ୍ରସ୍ତୁତ କରାଯାଏ । ଧଳାରଙ୍ଗ ପାଇଁ ଚାଉଳ ଗୁଣ୍ଡ, ହଳଦିଆ ରଙ୍ଗ ପାଇଁ ହଳଦୀ ଗୁଣ୍ଡ, ସବୁଜ ରଙ୍ଗ ପାଇଁ ଗଛର ଶୁଖିଲା ପତ୍ର, କଳା ରଙ୍ଗ ପାଇଁ ଅଙ୍ଗାର ଆଦି ବ୍ୟବହାର କରାଯାଉଥିଲା । ଏବେ ରାସାୟନିକ ପଦ୍ଧତିରେ ପ୍ରସ୍ତୁତ ମୁରୁଜ ବେଶୀ ମାତ୍ରାରେ ମାର୍କେଟରେ ଉପଲବ୍ଧ ହେଉଛି । ସେହିପରି ଚିତା ପକାଇବା ପୂର୍ବରୁ ପ୍ରଥମେ ଅରୁଆ ଚାଉଳକୁ ବାଟି, ସେଥିରେ ଅଳ୍ପ ପାଣି ମିଶାଇ ପିଠଉ ବା ଆଣ ପ୍ରସ୍ତୁତ କରାଯାଇଥାଏ । ଆଣକୁ ଡାହାଣ ପାଖରେ ରଖି ଡାହାଣ ହାତର ବୁଢା ଆଙ୍ଗୁଳି, ପରି ଆଙ୍ଗୁଳି ଓ ବୁଢା ଆଙ୍ଗୁଳିରୁ ଅତି ସହଜରେ ଆଣର ଧାରା ନିଗିଡ଼ି ଯାଏ ବୋଲି ସରୁ କନାଟିଏ କିମ୍ବା ତୁଳାକୁ ମଝିରେ ମଝିରେ ଆଣରେ ଭିଜେଇ ରଖାଯାଇଥାଏ ଏବଂ ଚାହିଦା ମୁତାବକ ଆଣ ଆଙ୍ଗୁଳି ମାଧ୍ୟମରେ ଝରି ଆସେ ।  ମୁରୁଜ ହେଉ କି ଚିତା ଓଡ଼ିଆଣୀଙ୍କ ସଣ୍ଠଣା ଏବଂ କଳାକୌଶଳର ପାରିଦର୍ଶିତାର ପରିଚୟ ଦିଏ । ଘରର ନାରୀଟିଏ ଚିତା ଓ ଝୋଟି ଆଙ୍କିବା ପାଇଁ କୌଣସି ତାଲିମ ନେଇନଥାଏ କି କୌଣସି ଶିକ୍ଷାନୁଷ୍ଠାନ ଯାଇନଥାଏ। ସେ ତାର ଜେଜେମା, ବୋଉ, ଖୁଡ଼ୀ ତଥା ପରିବାରର ଅନ୍ୟ ସ୍ତ୍ରୀ ଲୋକଙ୍କଠାରୁ ଏହି ଝୋଟିଚିତା ଓ ମୁରୁଜ ପକାଇବା ଶିଖିଥାନ୍ତି । କହିବାକୁ ଗଲେ ଛୋଟବେଳୁ ଦେଖୁ ଦେଖୁ ହିଁ ଶିଖିଯାଇଥାନ୍ତି ।

ଆମ ଓଡ଼ିଆ ଘରର ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଏହି ଝୋଟି, ଚିତା ଓ ମୁରୁଜର ଲୋକକଳା ସମ୍ପର୍କରେ ଥିବା ବ୍ଲଗଟି ଆପଣଙ୍କୁ କେମିତି ଲାଗିଲା, ଆମକୁ କମେଣ୍ଟ ବକ୍ସ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କ ମତାମତ ଆମକୁ ଆଗକୁ ନେବାରେ ସାହାଯ୍ୟ କରିବ।

Spread the love