ଆଦିବାସୀଙ୍କ ଆଭୂଷଣ

ଆଦିବାସୀ ଶବ୍ଦର ଅର୍ଥ ଆଦିମ । ଅର୍ଥାତ୍ ସର୍ବପ୍ରଥମ ବା ସର୍ବପ୍ରାଚୀନ ଅଧିବାସୀ । ଆଧୁନିକ ସଭ୍ୟତା ସଂସ୍କୃତିର ବହୁ ଦୂରରେ ବଣ ପାହାଡ଼, ନଦୀ ପରିବେଷ୍ଟିତ ପ୍ରକୃତିର କୋଳରେ ବସବାସ କରୁଥିବା ଆଦିମ ମଣିଷ ବା ଅଧିବାସୀକୁ ଆଦିବାସୀ କୁହାଯାଏ । ଆମ ଓଡ଼ିଶାରେ 62 ସମ୍ପ୍ରଦାୟର ଆଦିବାସୀ ଜନଜାତି ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ଲାଞ୍ଜିଆ ସଉରା, ଗଣ୍ଡ, ଜୁଆଙ୍ଗ, ଭୂମିଜ, ସାନ୍ତାଳି, ଡଙ୍ଗରିଆ, କନ୍ଧ ଓ ବଣ୍ଡା ଅନ୍ୟତମ । ଆଉ ଏମାନଙ୍କ କଳା ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀ ସ୍ବତନ୍ତ୍ର ଓ ଅନନ୍ୟ । ବାସସ୍ଥାନଠାରୁ ଆରମ୍ଭ କରି ନୃତ୍ୟଗୀତ, ଖାଦ୍ୟପେୟ, ବେଶଭୂଷା ଓ ଅଳଙ୍କାର ଆଧୁନିକ ଲୋକଙ୍କ ଠାରୁ ଭିନ୍ନ । ତେବେ ଆଜିର ବ୍ଲଗରେ ଆମେ ଆଲୋଚନା କରିବା ସେମାନେ ପିନ୍ଧୁଥିବା ବିଭିନ୍ନ ଅଳଙ୍କାରମାନ ।

ଆଦିବାସୀମାନଙ୍କର ଅଳଙ୍କାର ବା ଗହଣା ଏକ ପ୍ରମୁଖ ବିଭବ, ଯେଉଁଠି ସୂକ୍ଷ୍ମକଳାର ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳେ । ଜାଟପୁରି ମୁର୍ମା, କୁଟିଙ୍ଗା, କସେଡକା, ଖଗଲା, ଖିଲମୋଡି, ମେକୋଡକା, ପାଜା, ପୁୟୁମୁଦି, ମୁଦି ପାରାଖୁଟି, କତରିଆ, ବନ୍ଦରିଆ, ସୁକିଦାନ, କଁଠମାଳି, ପୋହୋଲା ମାଳି, ପଏଁରି, ଚାଏଁରୀ, ପାନପତ୍ରୀ ଆଦି ଏମାନଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରିଥାଏ । ତେବେ ଏମାନେ ସଜେଇ ହେବା ପାଇଁ ନିଜେ ହିଁ ଅଳଙ୍କାର ତିଆରି କରିଥାନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏମାନେ ପିନ୍ଧୁଥିବା ଅଳଙ୍କାର କେବଳ ସୌନ୍ଦର୍ଯ୍ୟ ସାଧନ ପାଇଁ ହେଉନଥିଲା, ବରଂ ଆତ୍ମସୁରକ୍ଷା ସହ ଅନ୍ୟାନ୍ୟ କାରଣ ପାଇଁ ଉଦ୍ଦିଷ୍ଟ । ଆସନ୍ତୁ ଆଲୋଚନା କରିବା କିଛି ଅଳଙ୍କାର ବିଷୟରେ ।

ଡେଟିସିକଲାଙ୍ଗ

କନ୍ଧ ସମ୍ପ୍ରଦାୟର ମହିଳାମାନେ ଗହଣା ପିନ୍ଧିବାକୁ ବେଶ ପସନ୍ଦ କରିଥାନ୍ତି । ଡେଟିସିକଲାଙ୍ଗ ଏକ ପ୍ରକାର କମରବନ୍ଧ, ଯାହାକୁ ଦେଶୀଆ କନ୍ଧମାନେ ପିନ୍ଧିଥାନ୍ତି । ତେବେ ଏହି କମରବନ୍ଧ ସୃଦୁଢ଼ ଆର୍ଥିକ ସ୍ଥିତିର ପ୍ରତୀକ ଭାବେ ଦର୍ଶାଇଥାଏ ।

ସିଡ୍ ନେକଲେସ୍

କୋରାପୁଟର ସିରିବେଡ଼ାରେ ବାସ କରୁଥିବା ଧଉରା ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ଏହି ସିଡ୍ ନେକଲେସ ପିନ୍ଧିଥାନ୍ତି । ଏହି ପାରମ୍ପରିକ ଗହଣାକୁ ମହିଳାମାନେ ଗଛର ବିଭିନ୍ନ ପ୍ରକାର ମଞ୍ଜିରେ ନିଜେ ତିଆରି କରିଥାନ୍ତି । ଶୁଖିଲା ସିଆଳି ମଞ୍ଜିକୁ ସୂତାରେ ତିଆରି କରିଥାନ୍ତି ।

ଚାରାଗଣ୍ଟି ନେକଲେସ୍

ଏହା ଏକ ଭିନ୍ନ ପ୍ରକାରର ନେକଲେସ୍, ଯାହାକୁ ନୂଆପଡ଼ାରେ ବସବାସ କରୁଥିବା ଭୁଞ୍ଜିଆ ଆଦିବାସୀ ଲୋକମାନେ ପିନ୍ଧିଥାନ୍ତି । ଏହା ଉଭୟ ପ୍ଲାଷ୍ଟିକ ମାଳି ଓ ମଞ୍ଜିରେ ତିଆରି କରାଯାଏ ।

ଲୁବେଡିଆ ନେକଲେସ୍

ଏହା ଏକ ପ୍ରକାର ରଙ୍ଗୀନ ନେକଲେସ୍, ଯାହା ଆଦିବାସୀ ମହିଳାଙ୍କ ସୁନ୍ଦରତାକୁ ଆହୁରି ବଢାଇ ଦେଇଥାଏ । ବିଶେଷ କରି ମାଲକାନଗିରିରେ ଥିବା ବଣ୍ଡା ଜାତିର ଆଦିବାସୀମାନେ ମାଳିରେ ବିଭିନ୍ନ ପ୍ରକାର ପ୍ରାକୃତିକ ରଙ୍ଗ ଦେଇ ତିଆରି କରିଥାନ୍ତି । ସେହିପରି କେବଳ ମଞ୍ଜିରେ ତିଆରି ଲୁବେଡିଆ ନେକଲେସକୁ ବଣ୍ଡା ମହିଳାମାନେ ତାଙ୍କ ଶରୀର ଉପରିଭାଗକୁ ଢାଙ୍କିବା ପାଇଁ ପିନ୍ଧିଥାନ୍ତି ।

ସିପାଳି ଗଣ୍ଠି ନେକଲେସ୍

ଏହା ମଧ୍ୟ ରଙ୍ଗୀନ ମାଳିର ଶ୍ରେଣୀରେ ଅନ୍ତର୍ଭୁକ୍ତ । ନୂଆପଡ଼ାର ସୁନାବେଡ଼ାରେ ରହୁଥିବା ଭୁଞ୍ଜିଆ ଆଦିବାସୀ ମହିଳାମାନେ ଖାସ୍ ପର୍ବପର୍ବାଣୀରେ ପିନ୍ଧିଥାନ୍ତି । ମଲ୍ଟିକଲରର ପ୍ଲାଷ୍ଟିକ ମାଳିରେ ଏହାକୁ ତିଆରି କରାଯାଏ ।

ସସକା ନେକଲେସ୍

ତିନି ଥାକିଆ ବିଶିଷ୍ଟ ଏହି ହାର କନ୍ଧମାଳରେ କୁଟିଆ କନ୍ଧ ଜାତିର ଆଦିବାସୀମାନେ ଅଧିକ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ତେବେ ଖାସ୍ କଥା ହେଉଛି ଏହାକୁ ନୀଳ ଓ ଧଳା ରଙ୍ଗର ମାଳି ସହ ମଞ୍ଜିରେ ତିଆରି କରାଯାଏ ।

ମଥା କଉଡ଼ିମାଳ

ସାଧାରଣ ମହିଳାମାନେ ମଥାରେ ସିନ୍ଥି ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ଗଣ୍ଡିଆ ସମ୍ପ୍ରଦାୟର ଆଦିବାସୀ ମହିଳାମାନେ ମଥାର ସୁନ୍ଦରତା ବଢ଼ାଇବା ପାଇଁ କଉଡ଼ିମାଳ ପିନ୍ଧିଥାନ୍ତି । ହେଲେ ଖାସ୍ କରି ବିବାହ ବେଳେ ଗଣ୍ଡିଆ କନ୍ୟାମାନେ ଏହାକୁ ପରିଧାନ କରିଥାନ୍ତି ।

ଶଙ୍ଖଚୁଡ଼ି

ଦେଶର ତୃତୀୟ ବୃହତ ଆଦିବାସୀ ସାନ୍ତାଳମାନେ ବିଭିନ୍ନ ପ୍ରକାର ଅଳଙ୍କାର ତଥା ଗହଣା ପିନ୍ଧିଥାନ୍ତି । ସେମାନଙ୍କ ଅଳଙ୍କାର ମଧ୍ୟ ଅନ୍ୟମାନଙ୍କଠୁ ଭିନ୍ନ । ସେଥିମଧ୍ୟରୁ ଶଙ୍ଖଚୁଡ଼ି ଅନ୍ୟତମ । ଏହାକୁ ସେମାନେ ଖାସ୍ ଉତ୍ସବ ଯେପରି ବିବାହରେ ପିନ୍ଧିଥାନ୍ତି ।

ବେକପଟି

ସମସ୍ତେ ବେକରେ ହାର ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ବଣ୍ଡା ପରି ଅନେକ ଆଦିବାସୀ ମହିଳାମାନେ ବେକରେ ପଟି ପରି ଅଳଙ୍କାର ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଏହା ସାଧାରଣତଃ ପିତ୍ତଳ, ରୁପାରେ ତିଆରି କରାଯାଏ । ବେକପଟି ଭାବେ ଜାଣୁଥିବା ଏହି ଗହଣାର ଭିନ୍ନ ନାମ ରହିଛି ଯେପରି- ନିସାଙ୍ଗୁ, କଗଡଙ୍ଗ, କାଗୁଡିକା ।

ପାଉଁଜି

ହାଲକା ଓଡ଼ିଆଣୀ ପାଉଁଜିଠାରୁ ଆଦିବାସୀଙ୍କର ପାଉଁଜି ବହୁତ ଭାରି ହୋଇଥାଏ । ଲାଞ୍ଜିଆ ସୋରାରେ ଅଣ୍ଡୁଡୁକା, କନ୍ଧ ପିନ୍ଧୁଥିବା ପାଉଁଜିକୁ ଗଗଲ୍, ଅଣ୍ଡୁ ଓ କାଦବାନି, ହୋଲଭା ଆଦିବାସୀମାନେ ପଇଁରି ଏବଂ କୋୟାମାନେ ପାଉଁଜିକୁ ପଇରି କୁହନ୍ତି । ଏହା ମଧ୍ୟ ପିତ୍ତଳ ଓ ରୁପାରେ ତିଆରି କରାଯାଏ ।

ଚାରେଣୀ ମାଳ

ଭିନ୍ନ ଭିନ୍ନ ଆଦିବାସୀ ସମ୍ପ୍ରଦାୟରେ ଚାରେଣୀ ମାଳ ବହୁତ ହିଁ ଲୋକପ୍ରିୟ । ସେମାନେ ପ୍ରତିଟି ଉତ୍ସବ କିମ୍ବା ପ୍ରତିଦିନ ଏହି ମାଳ ପିନ୍ଧିଥାନ୍ତି । ଏହାର ନାମ ମଧ୍ୟ ଭିନ୍ନ ସମ୍ପ୍ରଦାୟରେ ଭିନ୍ନ ହୋଇଥାଏ ଯଥା- ପୁସ୍ତେ, ମାଦିଲି, ଡବୁଲୁବେଡିଆ ।

କାନଫୁଲ

ବଡ଼ ବଡ଼ ଗୋଲେଇ ଆକାରର କାନଫୁଲ ପିନ୍ଧିବାକୁ ଆଦିବାସୀ ମହିଳାମାନେ ବେଶ ପସନ୍ଦ କରିଥାନ୍ତି । ପିତ୍ତଳ ଓ ରୁପାରେ ତିଆରି କରାଯାଇଥାଏ । ବଡ଼ ଆକାରର କାନଫୁଲକୁ ମୁର୍ମି, ଛୋଟ ଆକାରର କାନଫୁଲକୁ ପିରିପିରିଆ ଏବଂ ଝୁଲା ଆକାରର କାନଫୁଲକୁ ଖାପ୍ କୁହାଯାଏ ।

ହାତମୁଦି

ସେହିପରି ହାତର ସୌନ୍ଦର୍ଯ୍ୟକୁ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାରର ମୁଦି ପିନ୍ଧିଥାନ୍ତି । ଏପରିକି କେବଳ ସୁନ୍ଦରତା ପାଇଁ ନୁହେଁ ନକରାତ୍ମକ ଶକ୍ତିକୁ ଦୂରରେ ରଖିବା ପାଇଁ ମୁଦି ପିନ୍ଧିଥାନ୍ତି । ଏପରିକି ଡଙ୍ଗରିଆ କନ୍ଧମାନେ ପିନ୍ଧୁଥିବା ମୁଦିକୁ ଡ୍ବାରା ଓ କେନ୍ଦୁକାଲି କହିଥାନ୍ତି ।

ବାଜୁ

କିସାନ ସମ୍ପ୍ରଦାୟର ଆଦିବାସୀ ଜନଜାତି ମହିଳମାନେ ବାହୁରେ ଯେଉଁ ଗହଣା ପିନ୍ଧିଥାନ୍ତି, ତାହାକୁ ସାଧାରଣତଃ ବାଜୁ ବନ୍ଧନ କୁହାଯାଏ, ହେଲେ ତାଙ୍କ ଭାଷାରେ ସେମାନେ ଏହି ବାଜୁକୁ ‘ତାଡା’ କୁହନ୍ତି । ଏହା ରୁପାରେ ନିର୍ମିତ ହୋଇଥାଏ । ଏହାର ଗୋଟେ ପଟକୁ ମୁନିଆ କରାଯାଇଥାଏ, ଯାହା ଆତ୍ମରକ୍ଷାରେ ସାହାଯ୍ୟ କରେ । ସେହିପରି ଡଙ୍ଗରିଆ କନ୍ଧ ପିନ୍ଧୁଥିବା ବାଜୁକୁ ‘ତେଡୁଆ’ କୁହନ୍ତି ।

ଉପରୋକ୍ତ ଗହଣା ବ୍ୟତୀତ ଆମ ରାଜ୍ୟରେ ବସବାସ କରୁଥିବା ଆଦିବାସୀ ଅଧିବାସୀମାନେ ବିଭିନ୍ନ ପ୍ରକାର ଅଳଙ୍କାରରେ ନିଜକୁ ସଜେଇଥାନ୍ତି । ଏହା ସହ ଏହି ସମସ୍ତ ଗହଣାର ଆକାର, ଡିଜାଇନ ସମ୍ପ୍ରଦାୟରୁ ସମ୍ପ୍ରଦାୟ ଭିନ୍ନ ଭିନ୍ନ ହୋଇଥାଏ । ଏହିପରି ତଥ୍ୟ ଭିତ୍ତିକ କିମ୍ବା ଓଡ଼ିଶା ସହ ଜଡ଼ିତ ପରମ୍ପରା, ସଂସ୍କୃତି ଓ ପର୍ବପର୍ବାଣୀ ସମ୍ପର୍କରେ ଜାଣିବାକୁ ଚାହୁଁଥିଲେ, ଆମ ‘ନିୟୁ ଦିଲ୍ଲୀ ଓଡ଼ିଆ ସମାଜ’ ୱେବସାଇଟକୁ ଭିଜିଟ୍ କରନ୍ତୁ ଏବଂ ନୂଆ ନୂଆ ବ୍ଲଗ୍ ପଢ଼ନ୍ତୁ ।  

Spread the love