Odisha's Daughters in Olympic spotlight

ବିଶ୍ୱର ସର୍ବବୃହତ କ୍ରୀଡା ମହାକୁମ୍ଭ ‘ଅଲିମ୍ପିକ୍ସ’ । ୪ ବର୍ଷକୁ ଥରେ ଆୟୋଜିତ ଏହି କ୍ରୀଡା ମହୋତ୍ସବରେ ବିଶ୍ୱର କୋଣ ଅନୁକୋଣରୁ ଶହ ଶହ କ୍ରୀଡାବିତ୍‌ମାନେ ଆସି ସେମାନଙ୍କ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥାନ୍ତି । ଏହି କ୍ରୀଡା ମହାକୁମ୍ଭରେ ଭାରତ ପକ୍ଷରୁ ଆମ ଓଡ଼ିଶାରୁ ମଧ୍ୟ ଅନେକ ଖେଳାଳି ସାମିଲ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଅଲମ୍ପିକ୍ସ ଇତିହାସରେ ଏପର୍ଯ୍ୟନ୍ତ ଓଡ଼ିଶାରୁ ୧୬ ଜଣ ଖେଳାଳି ସାମିଲ ହୋଇଛନ୍ତି। ସେଥିମଧ୍ୟରୁ ମହିଳା ଖେଳାଳି ମଧ୍ୟ ନିଜ କୃତିତ୍ୱ ଆଧାରରେ ଅଲିମ୍ପିକ୍ସରେ ଖେଳିବାର ସୁଯୋଗ ପାଇଛନ୍ତି । ତେବେ ଆଜିର ବ୍ଲଗରେ ଆମେ ଓଡ଼ିଆ ମହିଳା ଖେଳାଳିଙ୍କ ସମ୍ପର୍କରେ ଜାଣିବା, ଯେଉଁମାନେ ଅଲିମ୍ପିକ୍ସରେ ଭାଗ ନେଇ ଓଡ଼ିଶାକୁ ବିଶ୍ୱସ୍ତରରେ ପରିଚିତ କରାଇଛନ୍ତି ।

ଅନୁରାଧା ବିଶ୍ୱାଳ

ଆଥଲେଟିକ୍ସ ଦୁନିଆରେ ହର୍ଡଲସ୍ ରାଣୀ ଭାବେ ପରିଚିତ ହୁଅନ୍ତି ୧୯୭୫ ମସିହାରେ ଜନ୍ମିତ ଅନୁରାଧା ବିଶ୍ୱାଳ । ଖେଳାଳି ପରିବାରରୁ ଆସିଥିବାରୁ ପିଲାଟିବେଳୁ ବାପାଙ୍କୁ ଦେଖି ଖେଳିବା ଆରମ୍ଭ କରିଥିଲେ । ଏମିତିକି ସବୁ କାମ ସେ ଦୌଡ଼ି ଦୌଡ଼ି କରନ୍ତି । ପ୍ରଥମେ ରନିଂ, ଲଙ୍ଗ୍ ଜମ୍ପ୍ ଓ ହାଇଜମ୍ପ୍ କରୁଥିଲେ, ପରେ ବାପାଙ୍କ ଇଚ୍ଛା ପାଇଁ ହର୍ଡଲସ୍ କରିବା ଆରମ୍ଭ କରିଥିଲେ । ରାଉରକେଲାରୁ କୋଚିଂ କ୍ୟାରିଅର୍ ଆରମ୍ଭ କରିବା ପରେ ଗୋଟେ ପରେ ଗୋଟେ ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି । ପ୍ରଥମେ ୧୫ ବର୍ଷରୁ କମ୍ ବାଳିକା ବର୍ଗରେ ୧୦୦ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଆଉ ପଛକୁ ନ ଫେରି ସଫଳତାର ଶିଢି ଚଢି ଚାଲିଲେ । ନିଜ ୨୦ ବର୍ଷର କ୍ରୀଡ଼ା କ୍ୟାରିଅର୍‌ରେ ସେ ୧୬୦ରୁ ଅଧିକ ପଦକ ଜିତିବାର ସଫଳତା ସାଉଁଟିଛନ୍ତି । ଦୌଡ଼ିବାରେ ତାଙ୍କର ରେକର୍ଡ ପାଇଁ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ଅର୍ଜନ କରି ୨୦୦୦ ମସିହାରେ ସିଡ୍‌ନୀରେ ଆୟୋଜିତ ଅଲିମ୍ପିକ୍ସରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ । ଏଥିରେ ସେ ୪ଗୁଣା ୧୦୦ ମିଟର ରିଲେ ଦୌଡ଼ରେ ଭାଗ ନେଇ ନିଜ ରାଜ୍ୟ ସହ ଦେଶକୁ ଗୌରବାନ୍ୱିତ କରିଛନ୍ତି । ସଫଳ କ୍ୟାରିଅର୍ ପାଇଁ ଅନୁରାଧାଙ୍କୁ ବିଜୁ ପଟ୍ଟନାୟକ ଖେଳ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ରଚିତା ମିସ୍ତ୍ରୀ ପଣ୍ଡା

୧୯୯୮ ମସିହାରେ ସମ୍ମାନଜନକ ଅର୍ଜୁନ ପୁରସ୍କାର ଲାଭ କରିବାରେ ରାଜ୍ୟର ପ୍ରଥମ ଦୌଡ଼କୁଦ ତାରକା ହେଉଛନ୍ତି ରଚିତା ମିସ୍ତ୍ରୀ ପଣ୍ଡା । ୧୯୭୪ ମସିହା ରାଉରେକଲାରେ ଜନ୍ମିତ ରଚିତା ମିସ୍ତ୍ରୀ ଅନ୍ତର୍ଜାତୀୟ ଧାବିକା ଭାବେ ସେ ଢେର ସଫଳତା ହାସଲ କରିଛନ୍ତି । ସେଥିମଧ୍ୟରୁ ଅନ୍ୟତମ ହେଉଛି ଜାକାର୍ତ୍ତାରେ ଅନୁଷ୍ଠିତ ଏସିଆନ୍ ଚାମ୍ପିୟନସିପ୍‌ରେ ଆଥ୍‌ଲେଟିକ୍ସ ବର୍ଗରେ ପିଟି ଉଷାଙ୍କ ୧୦୦ ମିଟର ଜାତୀୟ ରେକର୍ଡକୁ ଭଙ୍ଗ କରି ସେ ଭାରତର ସବୁଠାରୁ ଦ୍ରୁତତମ ଧାବିକା ଭାବେ ପରିଗଣିତ ହୋଇଥିଲେ । ଏହାପୂର୍ବରୁ ରଚିତା ଉଭୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନେକ କୀର୍ତ୍ତିମାନ ସୃଷ୍ଟି କରିଥିଲେ ମଧ୍ୟ ପିଟି ଉଷାଙ୍କ ରେକର୍ଡକୁ ଭାଙ୍ଗି ସେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିଲେ । କେବଳ ସେତିକି ନୁହେଁ ତାଙ୍କ ଆଦର୍ଶ ପିଟି ଉଷା ଏବଂ ସାଇନି ଓ୍ବିଲସନଙ୍କ ସହିତ ସେ ଭାରତୀୟ ସ୍ପ୍ରିଣ୍ଟର ଭାବେ ଅନେକ ଥର ଭାରତକୁ ବିଶ୍ୱ ଦରବାରରେ ପରିଚିତ କରାଇଛନ୍ତି । ୧୯୯୮ରେ ରଚିତା ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ସିଡ୍‌ନୀ ଅଲିମ୍ପିକ୍ସର ଟିକେଟ ପାଇ ୪ଗୁଣା ୧୦୦ ମିଟର ରିଲେ ଦଳର ଅନ୍ୟତମ ସଦସ୍ୟା ଥିଲେ ।

ଦୂତୀ ଚାନ୍ଦ

ବିଶ୍ୱ କ୍ରୀଡ଼ାର ଓଡ଼ିଆ ଅନ୍ତର୍ଜାତୀୟ ଚେହେରା ହେଉଛନ୍ତି ଦୌଡ଼ରାଣୀ ଦୂତି ଚାନ୍ଦ । ଏହାସହ ଦ୍ୱିତୀୟ ଓଡ଼ିଆ ଦୌଡକୁଦ ତାରକା ଭାବେ ପାଇଛନ୍ତି ପ୍ରତିଷ୍ଠିତ ଖେଳ ସମ୍ମାନ ଅର୍ଜୁନ ପୁରସ୍କାର । ୧୯୯୬ରେ ଯାଜପୁରର ଗୋପାଳପୁର ଗ୍ରାମରେ ଜନ୍ମିତ ଦୂତିଙ୍କ ପିଲାବେଳ ଆର୍ଥିକ ସଙ୍କଟରେ ବିତିଛି । କିନ୍ତୁ ନିଜ ସ୍ୱପ୍ନକୁ ସେ ପୂରଣ କରିବାରେ କଦାପି ପଛଘୁଞ୍ଚା ନଦେଇ ନିଜ ଦୃଢ଼ ଇଚ୍ଛା ଶକ୍ତି ପାଇଁ ଆଜି ସଫଳ ଧାବିକାର ପରିଚୟ ପାଇଛନ୍ତି । ସେ ୧୦୦ ମିଟର ଦୌଡ଼ରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ରେକର୍ଡ ହାସଲ କରି ସାରା ବିଶ୍ୱରେ ପରିଚିତ ହୋଇପାରିଛନ୍ତି । ନିଜ ଖେଳ କ୍ୟାରିଅରରେ ଦୂତି ଦୁଇ ଦୁଇ ଥର ଅଲିମ୍ପିକ୍ସରେ ଭାଗ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରିଓ ୨୦୧୬ ଏବଂ ଟୋକିଓ ୨୦୨୦ ଅଲମ୍ପିକ୍ସରେ ଅବତୀର୍ଣ୍ଣ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ଶ୍ରାବଣୀ ନନ୍ଦ

ସଫଳ ଧାବିକା ଭାବେ ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା କନ୍ଧମାଳର ଶ୍ରାବଣୀ ନନ୍ଦ ୧୯୯୧ରେ କନ୍ଧମାଳରେ ଜନ୍ମଗ୍ରହଣ କରିଛନ୍ତି । ପିଲାଟିବେଳୁ ଜଣେ ସଫଳ କ୍ରୀଡ଼ାବିତ୍ ହେବାର ସ୍ୱପ୍ନକୁ ପୂରଣ କରିବା ପାଇଁ ୨୦୦୨ରେ ସେ ରାଜ୍ୟ କ୍ରୀଡ଼ାବାସରେ ଭର୍ତ୍ତି ହୋଇଥିଲେ । ଏହାପରେ ଧୀରେଧୀରେ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ଇଭେଣ୍ଟରେ ଭାଗ ନେଇ ସଫଳ ହେବାରେ ଲାଗିଲେ । ପ୍ରଥମେ ଜାତୀୟ ଜୁନିଅରରେ ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ଭାଗ ନେଇ ସ୍ୱର୍ଣ୍ଣପଦକ ହାସଲ କରି ନିଜ ରାଜ୍ୟ ଭାବେ ଗୌରବ ଆଣିଥିଲେ ଏବଂ ପରେ ଦିନକୁ ଦିନ ଅନେକ ମେଡାଲ ଜିତି ଚାଲିଲେ । ୨୦୧୫ରେ ଶ୍ରାବଣୀ ଶ୍ରେଷ୍ଠ ମହିଳା ଆଥଲେଟ୍ ଭାବେ ବିବେଚିତ ହୋଇଥିଲେ । ଏକଦା ପିଟି ଉଷାଙ୍କ ରେକର୍ଡ ଭାଙ୍ଗିଥିବା ରଚିତା ମିସ୍ତ୍ରୀଙ୍କ ରେକର୍ଡକୁ ଶ୍ରାବଣୀ ନନ୍ଦ ଭାଙ୍ଗି ପ୍ରଶଂସିତ ହୋଇଛନ୍ତି । ଏହାସହ କାଜଖାସ୍ତାନରେ ତାଙ୍କର ପ୍ରଦର୍ଶନ ତାଙ୍କୁ ରିଓ ୨୦୧୬ ଅଲିମ୍ପିକ୍ସ ଟିକେଟ୍ ଦେବାର ସୁଯୋଗ ଦେଇଥିଲା ।

ଦୀପ୍‌ଗ୍ରେସ୍ ଏକ୍କା

ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ଜନ୍ମିତ ହୋଇ ରାଜ୍ୟ ପାଇଁ ଗୌରବ ଆଣିବାର ସୌଭାଗ୍ୟ ପାଇଛନ୍ତି ଭାରତୀୟ ମହିଳା ହକି ଷ୍ଟାର୍ ତଥା ସଫଳ ଡିଫେଣ୍ଡର୍ ଦୀପ୍‌ଗ୍ରେସ୍ ଏକ୍କା । ଦିନେ ଜଙ୍ଗଲରୁ କାଠ ଆଣି ନିଜ ପାଇଁ ହକି ସ୍ଟିକ୍ ତିଆରି କରି ଖେଳୁଥିବା ଦୀପଗ୍ରେସ ଏବେ ହକି ଜଗତର ଜଣାଶୁଣା ନାଁ । ସେ ମାତ୍ର ୧୩ ବର୍ଷ ବୟସରୁ ରାଜ୍ୟସ୍ତରରେ ହକି ଖେଳିବା ଆରମ୍ଭ କରି ଦେଶ ପାଇଁ ୨୪୦ରୁ ଅଧିକ ମ୍ୟାଚ୍ ଖେଳିଥିବା ବେଳେ ପ୍ରାୟ ୧୫ରୁ ଅଧିକ ଗୋଲ୍ କରି ଅନେକ ପ୍ରଂଶସା ସାଉଁଟିଛନ୍ତି । ଭଲ ପ୍ରଦର୍ଶନ ପାଇଁ ଦୀପ୍‌ଗ୍ରେସ୍‌ଙ୍କୁ ୨୦୧୬ ରିଓ ଅଲିମ୍ପିକ୍ସର ଜାତୀୟ ହକି ଦଳରେ ସାମିଲ କରାଯାଇଥିଲା । ଏହାସହ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ଉପ- ଅଧିନାୟିକା ଭାବେ ବିବେଚିତ ହୋଇଥିଲେ । କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ୨୦୨୨ ମସିହାରେ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବାରେ ଗୌରବ ଅର୍ଜନ କରିଛନ୍ତି ।

ଏମାନଙ୍କ ବ୍ୟତୀତ ନମିତା ଟପ୍ପୋ, ସୁନୀତା ଲାକ୍ରା ଓ ଲିଲିମା ମିଞ୍ଜ୍ ମଧ୍ୟ ଅଲିମ୍ପିକରେ ଖେଳିବାର ସୌଭାଗ୍ୟ ପାଇଛନ୍ତି । ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଓଡ଼ିଶାରୁ କେହି ମହିଳା ଖେଳାଳି ସୁଯୋଗ ପାଇନଥିଲେ ମଧ୍ୟ ହକି ତାରକା ଅମିତ ରୋହିଦାସ ଏବଂ ଜାଭଲିନ୍ ନିକ୍ଷେପକାରୀ କିଶୋର କୁମାର ଜେନା ଭାରତ ପକ୍ଷରୁ ପ୍ରତିନିଧିତ୍ବ କରି ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି ।

Spread the love