31st State Film Award: Ghanashyama Mohapatra got Jaydev Sanmana

ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ସର୍ବୋଚ୍ଚ ସମ୍ମାନ ମର୍ଯ୍ୟାଦାଜନକ ‘ଜୟଦେବ ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି ଚଳଚ୍ଚିତ୍ର ଜଗତର ଶିଖର ପୁରୁଷ ଘନଶ୍ୟାମ ମହାପାତ୍ର। ଚଳଚ୍ଚିତ୍ର ନିର୍ଦେଶନା ଓ ପ୍ରଯୋଜନା‌ରେ ଜୀବନବ୍ୟାପୀ ସାଧନାର ଫଳଶ୍ରୁତି ତାଙ୍କୁ ମିଳିଛି ଏହି ସମ୍ମାନ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ସହଯୋଗରେ ଉତ୍କଳ ମଣ୍ଡପରେ ଆୟୋଜିତ ‘୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ’ରେ ତାଙ୍କୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ବର୍ଧିତ କରାଯାଇଛି। ଏଥିସହ ‘କାଲିର ଅତୀତ’କୁ ଏଥର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ମୋହନ ସୁନ୍ଦରଦେବ ଗୋସ୍ବାମୀ’ ପୁରସ୍କାର ପ୍ରଦାନ କରାଯାଇଛି। ୫୦ ହଜାର ଟଙ୍କାର ଅର୍ଥରାଶି ସହ ପ୍ରଯୋଜକ ନୀଳମାଧବ ପଣ୍ଡାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଥିସହ ‘କାଲିର ଅତୀତ’ର ନିର୍ଦେଶକ ଶ୍ରୀ ପଣ୍ଡାଙ୍କୁ ଶ୍ରେଷ୍ଠ ନିର୍ଦେଶକ ଭାବେ କୋଡ଼ିଏ ହଜାର ଟଙ୍କାର ମାନଦେୟ ରାଶିରେ ସମ୍ମାନିତ କରାଯାଇଛି। ଆହୁରି ବି ‘କାଲିର ଅତୀତ’ର ଅଭିନେତା ପୀତବାସ ତ୍ରିପାଠୀଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ପ୍ରଦାନ କରାଯାଇଛି। ‘ବାବୁ ଭାଇଜାନ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶିବାନୀ ସଙ୍ଗୀତା ଷଡ଼ଙ୍ଗୀଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର’ ପ୍ରଦାନ କରାଯାଇଛି। ଉଭୟଙ୍କୁ ପନ୍ଦର ହଜାର ଟଙ୍କାର ମାନଦେୟ ରାଶି ସହ ଉତ୍ତରୀୟ ଓ ମାନଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଚଳିତବର୍ଷ ‘ବାବୁ ଭାଇଜାନ’ ଚଳଚ୍ଚିତ୍ର ସର୍ବାଧିକ ୬ଟି ବର୍ଗରେ ପୁରସ୍କାର ହାତେଇ ଥିବା ବେଳେ ‘କୋଟିଏରେ ଗୋଟଏ ମନ’କୁ ୫ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି।

Spread the love