ଅନୁଷ୍ଠିତ ହେବ ପୁରୀର ସର୍ବବୃହତ୍ ମୁକ୍ତାକାଶ ଯାତ୍ରା ‘ସାହିଯାତ’। ସାହି ଭାଇଚାରାର ଏହି ବୃହତ୍ ପର୍ବରେ ସାମିଲ ହେବାକୁ ପୂରା ସହର ଚାହିଁ ବସିଥିବା ବେଳେ ଦର୍ଶକଙ୍କ ମନ ଜିଣିବାକୁ କଳାକାରଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତାମୂଳକ ଅଭ୍ୟାସ। ବୀର ବାଦ୍ୟରେ କମ୍ପୁଛି ଆଖଡ଼ାଘର। ସେଇ ବୀରଦର୍ପ ଚାଲି, କଥାକୁହା ଆଖି ଓ ମନମତାଣିଆ ବେଶରେ ବିଭୋର ହେବ ପୁରୀ ସହର। କାର୍ତ୍ତିକ ମାସ ପରଠାରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ମେଢ଼ ବନ୍ଧାଇବା ବେଳେ ୫୦ କେଜିର ଭାର ବହନ କରିବାକୁ ପଡ଼ୁଥିବାରୁ ପ୍ରଥମ ଦୁଇମାସ ଜାଗାଘରେ କସରତରେ ସମୟ ବିତିଛି। ଏବେ ମେଢ଼ ବନ୍ଧେଇ ନାଚ ଅଭ୍ୟାସରେ ତଲ୍ଲୀନ ହୋଇଛନ୍ତି କଳାକାର। ରାମନବମୀରୁ ଆରମ୍ଭ ହେବ ଏହି ପର୍ବ। ତେଣୁ ସାହିଯାତରେ ନୃତ୍ୟ ଓ ସମରକଳା ପରିବେଷଣ ପାଇଁ ଚାଲିଛି ଅଭ୍ୟାସ। ସାତସାହିରେ ଆୟୋଜିତ ହେଉଥିବା ଏହି ପରମ୍ପରା ୩ ବର୍ଷ ହେଲା ୮ସାହିକୁ ବ୍ୟାପିଛି। ଖାଲି ମେଢ଼ ନୃତ୍ୟ ନୁହେଁ, ବନାଟି, ଢାଲ ସୁପାରି, ପଟାଖେଳ, ବାଙ୍କା, ଛଡ଼ି ଖେଳ, ସନ୍ନ୍ୟାସୀ, ସଠରା ତଥା ନାଗଚେଲା ଭଳି ସମରକଳା ମଧ୍ୟ ପରିବେଷଣ ହେବ। ଜନଜୀବନକୁ ନେଇ ସୁଆଙ୍ଗ, ବ୍ୟଙ୍ଗଗୀତ, ଢଗଢ଼ମାଳି ଓ ବଚନିକା ମଧ୍ୟ ଏହାକୁ ଆହୁରି ଆକର୍ଷଣୀୟ କରିବ। ସାହିଯାତ ସନ୍ଧ୍ୟରୁ ଆରମ୍ଭ ହୋଇ ପରଦିନ ରାତି ପାହିବା ପର୍ଯ୍ୟନ୍ତ ପରିବେଷଣ ହେଉଥିବା ବେଳେ ଏହାକୁ ପ୍ରତ୍ୟକ୍ଷ କରିବା ପାଇଁ ପୁରୀ ବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ତେଲିଙ୍ଗି ବାଜା, ମହୁରୀ, ଢୋଲ, ଚାଚେଡ଼ି, ଚାଙ୍ଗୁ, ମହୁରୀର ତାଳେତାଳେ ନାଚିବା ବେଳେ ଦେଖୁଥିବା ଲୋକଙ୍କର ପାଦ ବି ଉଠପଡ଼ ହୁଏ। ସାହିଯାତ କେବଳ ମନୋରଂଜନର ମାଧ୍ୟମ ସାଜି ନାହିଁ, ବରଂ ପୂର୍ବ ପିଢ଼ିମାନଙ୍କର ବୀରତ୍ବର ଗାଥାର ସ୍ମୃତିଚାରଣ କରୁଛି।