National Award for Handicrafts

ଘୋଷଣା ହୋଇଛି ଜାତୀୟ ହସ୍ତଶିଳ୍ପ ପୁରସ୍କାର। ଓଡ଼ିଶାରୁ ୩ ଜଣ ଜାତୀୟ ସମ୍ମାନ ପାଇଁ ମନୋନୀତ ହୋଇଥିବା ବେଳେ ପୁରୀରୁ ୨ ମହିଳା ଶିଳ୍ପୀ ଏହି ଗୌରବ ଅର୍ଜନ କରିଛନ୍ତି। ପୋଥିଚିତ୍ର ପାଇଁ ଦୁଇ ପ୍ରତିଭା ଏହି ସମ୍ମାନର ଅଧିକାରୀ ହେବେ। ଚନ୍ଦନପୁର ବାସୁଦେଇପୁରର ବିଜୟଲକ୍ଷ୍ମୀ ସ୍ବାଇଁ ତାଳପତ୍ର ବାକ୍ସ ପାଇଁ ଓ ପିପିଲିର ସ୍ବପ୍ନମଞ୍ଜରୀ ନାୟକ କୃଷ୍ଣଙ୍କ ପୋଥିଚିତ୍ର କାରିଗରୀ ଉପସ୍ଥାପନ କରି ଏହି ସମ୍ମାନର ଅଧିକାରିଣୀ ହୋଇଛନ୍ତି। ଏହାବ୍ୟତୀତ ଯାଜପୁରର ଶିଳ୍ପୀ ସୁଶାନ୍ତ କୁମାର ଦାସ ପଥର ଶିଳ୍ପ ପାଇଁ ଏହି ପୁରସ୍କାର ପାଇବେ।

Spread the love