Dakota flight will come on 14th january to Bhubaneswar.

ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ କୋଲକତା ବିମାନ ବନ୍ଦରରୁ ଭୁବନେଶ୍ବରକୁ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଓଡ଼ିଶାର ଚାରି ଜଣ ଇଞ୍ଜିନିୟର ଏବେ ଡାକୋଟାର ଯନ୍ତ୍ରାଂଶ ଖୋଲୁଥିବା ବେଳେ (ଡିସ୍‌ମେଣ୍ଟାଲିଂ) ଜାନୁଆରି ୧୪ରେ ଦୁଇଟି ବଡ଼ ଟ୍ରକ୍‌ରେ ଏହାକୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଡାକୋଟା ବିମାନ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଏହାକୁ ସଂରକ୍ଷିତ କରି ରଖାଯିବ। ଏଥିପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ୧.୧ଏକର ଜମି ଯୋଗାଇ ଦେଇଛନ୍ତି। ଟର୍ମିନାଲ-୧ ସମ୍ମୁଖରେ ଏହି ଜମି ମିଳିଥିବା ବେଳେ ଏଠାରେ ବିମାନଟିକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯିବ। ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଏରୋସ୍ପେସ୍ ରିସର୍ଚ୍ଚ ଡେଭଲପମେଣ୍ଟର ଯନ୍ତ୍ରୀ ଦେବାଶିଷ ମହାନ୍ତି, କରୁଣାକର ପଣ୍ଡା, ଚନ୍ଦନ କୁମାର ପଣ୍ଡିତ, ହୃଷିକେଶ ଜେନାଙ୍କ ନେତୃତ୍ବରେ ଏକଟିମ୍ ଡାକୋଟା ବିମାନର ଡିସ୍‌ମେଣ୍ଟାଲିଂ କରିଥିବା ବେଳେ ସେହି ଟିମ୍‌ ହିଁ ଭୁବନେଶ୍ବରରେ ଏହାର ଯନ୍ତ୍ରାଂଶକୁ ଯୋଡ଼ିବେ । ଏପରିକି ଯେଉଁ ଯନ୍ତ୍ରାଂଶ ଭାଙ୍ଗିଯାଇଛି ବା ନଷ୍ଟ ହୋଇଯାଇଛି ସେଗୁଡ଼ିକୁ ନୂଆ କରି ଲଗାଯିବ । ଏହାପରେ ରଙ୍ଗ ଦିଆଯିବ । ବିମାନଟି ପୂର୍ବରୁ ଯେପରି ଦେଖାଯାଉଥିଲା ଏବେ ତାହାକୁ ସେହିଭଳି ମରାମତି କରାଯିବ। ପାର୍ଥକ୍ୟ କେବଳ ବିମାନଟି ଉଡ଼ିପାରିବନି ।

Spread the love