Online Ticket Sale For Odisha Hockey World Cup 2023 From Today

ହକି ବିଶ୍ୱକପ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ମିଳିବ । ଦିନ ଗୋଟାଏ ପରେ ‘ପେଟିଏମ ଇନସାଇଡ’ www.insider.inର ସାଇଟକୁ ଯାଇ ଟିକେଟ୍ ବୁକିଂ କରିପାରିବେ । ଜଣେ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକେଟ୍ କିଣିପାରିବେ । ୧୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ଟିକେଟର ମୂଲ୍ୟ ରହିଛି । ଅନଲାଇନ ଟିକେଟ୍ ବୁକ୍ କରିବା ସମୟରେ ମୋବାଇଲ୍ ନମ୍ବର, ଇମେଲ ଆଇଡି ଓ ଫଟୋ ପରିଚୟ ପତ୍ର ଦେବାକୁ ପଡିବ । ମ୍ୟାଚ୍ ପୂର୍ବରୁ ଷ୍ଟାଡିୟମ ନିକଟରେ ରହିଥିବା ଟୁର୍ଣ୍ଣାମେଣ୍ଟ ବକ୍ସ ଅଫିସରୁ ଦର୍ଶକ ଟିକେଟ ସଂଗ୍ରହ କରିପାରିବେ । ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ୍ କିଣିପାରିବେ । କିନ୍ତୁ ଟିକେଟ୍ ସଂଗ୍ରହ କରିବା ସମୟରେ ଜଣେ ବ୍ୟକ୍ତି ଚାହିଁଲେ ବନ୍ଧୁ, ପରିଜନ, ସାଥୀଙ୍କ ପାଖରେ ବସିବା ଲାଗି ସିଟ୍ ଆଡଜଷ୍ଟମେଣ୍ଟ ପାଇଁ ଅନୁରୋଧ କରିପାରିବେ । ଜାନୁଆରୀ ୧୩ରୁ ପୁରୁଷ ହକି ବିଶ୍ୱକପର ୧୫ତମ ସଂସ୍କରଣ ଆରମ୍ଭ ହେବ । ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ୍ ଖେଳାଯିବ । ଏଥିରେ ମୋଟ୍ ୫ଟି ମହାଦେଶର ୧୬ ଦେଶ ଟାଇଟଲ ପାଇଁ ଲଢେଇ କରିବେ । ୧୬ଗୋଟି ଦଳକୁ ୪ଟି ପୁଲରେ ବିଭକ୍ତ କରାଯାଇଛି । ଭାରତ ଏହାର ପ୍ରଥମ ମ୍ୟାଚରେ ଜାନୁଆରୀ ୧୩ରେ ସ୍ପନକୁ ଭେଟିବ । ଏହି ମ୍ୟାଚ୍ ରାଉରକେଲାରେ ଖେଳାଯିବ ।

Spread the love