Online Tickets for FIH Hockey Pro League in Rourkela Begin

‘ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼’ର ହକିପ୍ରେମୀଙ୍କ ପାଇଁ ପୁଣି ଏକ ଖୁସି ଖବର ମିଳିଛି। କାରଣ ଆଗାମୀ ଦିନରେ ଜିଲ୍ଲାବାସୀ ଏଠାରେ ଜାତୀୟ ହକି ପ୍ରତିଯୋଗିତାର ସୁଯୋଗ ପାଇବେ। ଏଠାକାର ହକିପ୍ରେମୀ ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଗତ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ପୁରୁଷ ହକି ବିଶ୍ବକପ୍‌କୁ ଉପଭୋଗ କରିଥିବାବେଳେ ଆସନ୍ତା ମାର୍ଚ୍ଚ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଭାରତ, ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ପ୍ରୋ-ଲିଗ୍‌ର ମଜାନେବେ। ଏଠାରେ ପ୍ରୋ-ଲିଗ୍‌ର ୬ଟି ମ୍ୟାଚ୍‌ ଖେଳାଯିବ। ଏନେଇ ଆଜି ହକି ଇଣ୍ଡିଆ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି। ଏହି ଷ୍ଟାଡିୟମରେ ମୋଟ୍‌ ଚାରୋଟି ବୟସ ବର୍ଗ, ଯଥା- କନିଷ୍ଠ ପୁରୁଷ ଓ ମହିଳା ଏବଂ ଉପକନିଷ୍ଠ ବାଳକ ଓ ବାଳିକା ବର୍ଗର ମ୍ୟାଚ୍‌ ଖେଳାଯିବ। ପ୍ରଥମେ ଏପ୍ରିଲ ୧୩ରୁ ୨୩ ତାରିଖ ପର୍ଯ୍ୟନ୍ତ କନିଷ୍ଠ ମହିଳା ଜାତୀୟ ପ୍ରତିଯୋଗିତା ଖେଳାଯିବାକୁ ଥିବାବେଳେ ଏପ୍ରିଲ ୨୮ରୁ ମେ’ ୮ କନିଷ୍ଠ ପୁରୁଷ, ମେ’ ୧୩ରୁ ୨୩ ଯାଏ ଉପକନିଷ୍ଠ ବାଳିକା ଓ ମେ’ ୨୮ରୁ ଜୁନ ୭ ଉପକନିଷ୍ଠ ବାଳକ ବର୍ଗର ମ୍ୟାଚ୍‌ ଖେଳାଯିବ। ତେବେ ବରିଷ୍ଠ ପୁରୁଷ ଜାତୀୟ ପ୍ରତିଯୋଗିତା ତାମିଲନାଡୁର ମଦୁରାଇଠାରେ ମେ’ ୩ରୁ ମେ’ ୧୪ ପର୍ଯ୍ୟନ୍ତ ଖେଳାଯିବ।

Spread the love