Former Chief Justice of Supreme Court Justice Deepak Mishra will get 'Utkal Ratna' award

ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ପାଇବେ ‘ଉତ୍କଳ ରତ୍ନ’ ସମ୍ମାନ। ଚଳିତବର୍ଷ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପାଇବାକୁ ସେ ମନୋନୀତ ହୋଇଛନ୍ତି। ଆସନ୍ତା ଜୁଲାଇ ୩୦ ତାରିଖ ରବିବାର ସନ୍ଧ୍ୟାରେ ଶତାବ୍ଦୀ ଭବନରେ ସାହିତ୍ୟ ସମାଜର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଜଷ୍ଟିସ୍ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ବାର୍ଷିକ ସମାବର୍ତ୍ତନ ଉତ୍ସବ ଜୁଲାଇ ୨୯ ତାରିଖ ଶନିବାର ଉଦ୍‌ଘାଟନ ହେବ ଏବଂ ଜୁଲାଇ ୩୦ ତାରିଖ ଅପରାହ୍ଣ ୩ଟା୩୦ରେ ସାଧାରଣ ଅଧିବେଶନ, ସାଙ୍ଗଠନିକ ଆଲୋଚନା ସଭା ଓ ସନ୍ଧ୍ୟାରେ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ବୋଲି ସାଧାରଣ ସଂପାଦକ ଆଦିତ୍ୟପ୍ରତାପ ଧଳ ଓ ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ ସୂଚନା ଦେଇଛନ୍ତି।

Spread the love