74th Republic Day: Grand Parade Concludes With Congruence Of Military Might, Nari Shakti

ବିଶ୍ୱ ଦେଖିଲା ଭାରତର ସ୍ୱଦେଶୀ ଯୁଦ୍ଧାସ୍ତ୍ରର ଦମ । ଭାରତର ୭୪ତମ ସାଧାରଣତନ୍ତ୍ର ଦିବସରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସଶସ୍ତ୍ର ବଳ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆକାଶ ମିଜାଇଲ, ମଡ୍ୟୁଲାର ବ୍ରିଜ, ଟୋ ଗନ୍, ୟୁଟିଲିଟି ହେଲିକପ୍ଟର, ଇଲେକ୍ଟ୍ରୋନିକ୍ସ ଯୁଦ୍ଧ ପ୍ରଣାଳୀ ଏବଂ ଭୁପୃଷ୍ଠରୁ ଆକାଶମାର୍ଗକୁ ମିଜାଇଲ କୌଶଳ ଦେଖିଛି ବିଶ୍ୱ । ସେହିପରି ମିଗ୍-୨୯, ଏଲଚିଏଚ ପ୍ରଚଣ୍ଡ, ଆପାଚି, ସାରଙ୍ଗ, ସି-୧୩୦ର କୌଶଳ ସାଙ୍ଗକୁ ରାଫେଲ, ସୁଖୋଇ- ୩୦, ଜାଗୁଆର ଭଳି ବିମାନ ଆକାଶମାର୍ଗରେ ଦେଖାଇଥିଲେ ପରାକ୍ରମ । ମେକ୍ ଇନ୍ ଇଣ୍ଡିଆକୁ ଦୃଷ୍ଟିରେ ରଖି ଏଥର ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ୨୧ ତୋପ ସଲାମୀ ଭାରତରେ ନିର୍ମିତ ବ୍ୟାରେଲରେ ଦିଆଯାଇଛି । ଏହି ତୋପର ନିର୍ମାଣ ଏବଂ ଉତ୍ପାଦନ ଭାରତରେ ହୋଇଛି । ଭାରତରେ ପ୍ରସ୍ତୁତ ୧୦୫ ମିମି ଇଣ୍ଡିଆନ୍ ଫିଲ୍ଡ ଗନ୍ରେ ଦିଆଯାଇଛି ୨୧ ତୋପ ସଲାମୀ । ପୂର୍ବରୁ ବ୍ରିଟିଶ ଅମଳର ୨୫ ପାଉଣ୍ଡର ଆର୍ଟିଲେରୀର ବ୍ୟବହୃତ ହେଉଥିଲା । ସାଧାରଣତନ୍ତ୍ର ଦିବସର ଅନ୍ୟତମ ଆକର୍ଷଣ ଥିଲା ‘ରାଫେଲ୍’ ଫାଇଟର ଜେଟ୍ । ଆକାଶ ମାର୍ଗରେ ଉଡ଼ାଣ ଭରିବା ସମୟର ଦୃଶ୍ୟ ଥିଲା ବେଶ ନିଆରା । ଲାଗୁଥିଲା ଯେପରି ଆକାଶକୁ ଚିରି ପକ୍ଷୀ ଭଳି ଉଡ଼ୁଛି ଏହି ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ । ରନୱେରୁ ସିଧା ୯୦ ଡିଗ୍ରୀ ଆଙ୍ଗେଲରେ ସିଧା ଆକାଶମାର୍ଗକୁ ଉଡ଼ାଣ ଭରିଥିଲା । ପକ୍ଷୀ ଟିଏ ଯେପରି ଖୋଲା ଆକାଶରେ ଡେଲା ମେଲାଇ ତା’ର ଦିଗ ପରିବର୍ତନ କରିଥାଏ, ଠିକ୍ ସେହିପରି ଥିଲା ଆକାଶମାର୍ଗରେ ରାଫେଲର ଦୃଶ୍ୟ । ୭୫ ଆର୍ମଡ୍ ରେଜିମେଣ୍ଟର ‘ଅର୍ଜୁନ’ର ନେତୃତ୍ୱ ନେଇଥିଲେ କ୍ୟାପଟେନ୍ ଅମନଜିତ ସିଂ । ଏମବିଟି ଅର୍ଜୁନ ଡିଆରଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯାଇଥିବା ତୃତୀୟ ପିଢିର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ । ଲେଫନାଣ୍ଟ ସିଦ୍ଧାର୍ଥ ତ୍ୟାଗିଙ୍କ ନେତୃତ୍ୱରେ ୧୭ ମେକାନାଇଜଡ୍ ଇନଫାଣ୍ଟ୍ରି ରେଜିମେଣ୍ଟର ଏନଏଜି ବା ନାଗ୍ ମିଜାଇଲ ସିଷ୍ଟମ ଦେଖାଇଛି ପରାକ୍ରମ । ଡିଆରଡିଓ ଦ୍ୱାରା ନିର୍ମିତ ଏହି ନାଗ ହେଉଛି ଏକ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିଜାଇଲ । ଏଥିରେ ଏକ ଟ୍ରାକ୍ଡ ଆର୍ମଡ ଫାଇଟିଂ ଭେଇକିଲ ରହିଛି, ଯେଉଁଥିରେ କ୍ରୁ ଲେସ ଟର୍ଟ ରହିଛି । ଲେଫ୍ଟନାଂଟ ପ୍ରଜ୍ୱଳ କଲାଙ୍କ ନେତୃତ୍ୱରେ ୮୬୧ ମିଜାଇଲ ରେଜିମେଂଟ ବ୍ରହ୍ମୋସ କର୍ତବ୍ୟପଥରେ ଦେଖାଇଛି ପରାକ୍ରମ । ବ୍ରହ୍ମୋସ ଏକ ସୁପରସୋନିକ କ୍ରୁଜ ମିଜାଇଲ, ଯାହାର ରେଞ୍ଜ ୪୦୦ କିଲୋମିଟର ଯାଏଁ ରହିଛି ।‘ଆକାଶ’ ଯୁଦ୍ଧାସ୍ତ୍ର ସିଷ୍ଟମ ପ୍ରଥମ ସ୍ୱଦେଶୀ ବିକଶିତ ବାୟୁରକ୍ଷା ପ୍ରଣାଳୀ, ଯାହା ଶତ୍ରୁର ବିମାନ ପ୍ଲାଟଫର୍ମ ବିରୋଧରେ ସର୍ଟ ରେଞ୍ଜ ସରଫେସ୍ ଟୁ ଏୟାର ମିଜାଇଲ ଫାୟର କରିବାରେ ସକ୍ଷମ । ‘ଆକାଶ’ରେ ଦୁଇଟି ଧ୍ରୁବ ହେଲିକପ୍ଟର ଏବଂ ଦୁଇଟି ରୁଦ୍ର ହେଲିକପ୍ଟର ଅସ୍ତ୍ରଶସ୍ତ୍ର ସହ ଶକ୍ତି ପ୍ରଦର୍ଶନ କରିଛି । ଦିଲ୍ଲୀର କର୍ତବ୍ୟ ପଥରେ ତିନି ସେନା ତଥା ସ୍ଥଳ, ବାୟୁ ଓ ନୌସେନା ଶକ୍ତି ଦେଖାଇଥିଲା । ତେବେ ଏହାରି ଭିତରେ ମୁକ୍ୟ ଆକର୍ଷଣ ଥିଲା ‘ଆଇଏଲ-୩୮’ । ନୌସେନାର ଏହି ପୁରୁଣା ଜାହାଜ ଆଇଏଲ୍-୩୮ ପ୍ରଥମ ଓ ଶେଷଥର ପାଇଁ ଫ୍ଲାଇପାଷ୍ଟ କରିଥିଲା ।

Spread the love