Bhubaneswar Baliyatra was ended

ସରିଲା ଭୁବନେଶ୍ୱର ବାଲିଯାତ୍ରା । ୯ଦିନ ଧରି ଜରିପାଟଣା ସ୍ଥିତ କୁଆଖାଇ ନଦୀ ପଠାରେ ଅନୁଷ୍ଠିତ ହୋଇଥିଲା ବାଲିଯାତ୍ରା ମହୋତ୍ସବ । ବାଲିଯାତ୍ରାରେ ଚଳିତ ବର୍ଷ ୧୮ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବେପାର ହୋଇଛି । ବାଲିଯାତ୍ରା ଉଦଯାପନୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ପୋଲିସ୍‌ କମିଶନର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ । ଚଳିତ ବର୍ଷ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଷ୍ଟଲ ପଡିଥିଲା । ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ସହ ଗୃହପକୋରଣ ସାମଗ୍ରୀ, ଖେଳଣା, ମାଟିପାତ୍ର, ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ସାମଗ୍ରୀ, ପୋଷାକ, ସମ୍ବଲପୁରୀ ଶାଢୀ ଆଦି ନାନାଦି ଜିନିଷର ମସରା ମେଲିଥିଲା । ଯାତ୍ରାର ଶେଷ ସଂଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ଅଭିଜିତ୍‌ ଭଟ୍ଟାଚାର୍ଯ୍ୟଙ୍କ ଗୀତରେ ଝୁମିଥିଲେ ଦର୍ଶକ । ସେହିପରି ଆଜି ସରିଯିବ କଟକର ଐତିହାସିକ ବାଲିଯାତ୍ରା । ଆଜି ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗତ ନଭେମ୍ବର ୮ ତାରିଖ, କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଶେଷ ହେବାକୁ ଥିବାବେଳେ ପ୍ରଶାସନିକ ନିଷ୍ପତ୍ତିକ୍ରମେ ଏହାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା । ଚଳିତ ବର୍ଷ ଅନେକ ଦୃଷ୍ଟିରୁ କଟକ ବାଲିଯାତ୍ରା ଇତିହାସ ରଚିଛି ।

Spread the love