Bhubaneswar’s Dot.FEST Concludes

ବିଶ୍ବକପ୍‌ ହକି ସହ ଉଦ୍‌ଯାପିତ ହୋଇଛି ଡଟ୍‌ଫେଷ୍ଟ। ୧୫ ଦିନ ଧରି ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଏହି ଡଟ୍‌ଫେଷ୍ଟରେ ୬ ଲକ୍ଷରୁ ଊର୍ଦ୍ଧ୍ବ ଜନସମାଗମ ହୋଇଛି। ୧୦ ଦିନ ଧରି ଚାଲିଥିବା ଭୁବନେଶ୍ବର ଲାଇଭ୍‌ ଗତ ୨୪ ତାରିଖରେ ଶେଷ ହେବା ପରେ ଏକାମ୍ର ହାଟରେ ଚାଲିଥିବା ନାଇଟ୍‌ ଫ୍ଲି ମାର୍କେଟ ଏବଂ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ଓ ଫଟୋ ପ୍ରଦର୍ଶନୀ ‘ସେବେ ଓ ଏବେ’ରେ ଭିଡ଼ ଜମିଥିଲା। ଆକଳନ ଅନୁସାରେ ଏଠାରେ ଦିନକୁ ୪୦ରୁ ୫୦ ହଜାର ଲୋକ ଭିଡ଼ ଜମାଉଥିଲେ । ଏକାମ୍ର ହାଟରେ ତିନିଟି ମଞ୍ଚ କରାଯାଇଥିଲା । ଏଠାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମ୍ୟାଜିକ୍‌ ସୋ’ ଚାଲିଥିଲା । ହଜାର ହଜାର ଲୋକ ଏହାକୁ ଉପଭୋଗ କରିବା ସହ ୧୬ ଦେଶର ଖାଦ୍ୟର ମଜା ନେଉଥିଲେ। ୧୫ ଦିନରେ ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବରେ ୨ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡ଼ିଛି । ଏକାମ୍ର ୱାକ୍‌ରେ ଚଳିତ ବର୍ଷ ୨ହଜାର ଲୋକ ସାମିଲ ହୋଇଥିଲେ । ନେଚର ଟ୍ରେଲ୍, ଫୁଡ୍ ଟ୍ରେଲ୍ ଓ ମ୍ୟୁଜିୟମ୍ ଟ୍ରେଲ୍‌ରେ ‌ଲୋକମାନେ ପ୍ରକୃତି, ଖାଦ୍ୟ ଓ ମ୍ୟୁଜିୟମ୍‌ ବୁଲି ଦେଖିଥିଲେ । ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବରେ ୮୦ରୁ ୯୦ କିସମର ଅନ୍ତର୍ଜାତୀୟ ଖାଦ୍ୟ ପ୍ରସ୍ତୁତ ହୋଇଥିଲା । ୬ଟି ଅନ୍ତର୍ଜାତୀୟ ଷ୍ଟଲ୍ ଓ ୨୪ ଦେଶୀ ଖାଦ୍ୟ ଷ୍ଟଲ୍ ରହିଥିଲା । ଏଥିରେ ମିଲେଟ୍ ମିସନ୍ ଠାରୁ ମିସନ୍ ଶକ୍ତି ପର୍ଯ୍ୟନ୍ତ ସାମିଲ ହୋଇଥିଲେ। ୪ଟି ସରକାରୀ ଷ୍ଟଲ୍ ମଧ୍ୟ ରହିଥିଲା । ‘ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା’ ସହାୟତାରେ ଏହାକୁ ଆୟୋଜନ କରାଯାଇଥିଲା ।

Spread the love