SUM Professor Dr. Surya Prakash Choudhury felicited with International Fellowship Award

ବିଶ୍ବ ସ୍ନାୟୁରୋଗ ଓ ମୁଣ୍ଡବିନ୍ଧା ଗବେଷଣା ସମାଜ ପକ୍ଷରୁ ସମ୍ ପ୍ରଫେସର ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କୁ ମିଳିଲା ଅନ୍ତରାଷ୍ଟ୍ରୀୟ ଫେଲୋସିପ୍ ସମ୍ମାନ । ବାଙ୍ଗାଲୋରରେ ଅନୁଷ୍ଠିତ ହୋଇଥିବା ବିଶ୍ବ ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ୍) ଗବେଷଣା ସମାଜ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ପ୍ରଫେସର ଚୌଧୁରୀଙ୍କୁ ଏହି ଫେଲୋସିପ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ମିଳନୀରେ ଦେଶ ଓ ଦେଶ ବାହାରରୁ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ସ୍ନାୟୁରୋଗ ଡାକ୍ତର ଯୋଗ ଦେଇଥିଲେ । ପ୍ରଫେସର ଚୌଧୁରୀ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ବ୍ୟୁରୋଲୋଜି ବିଭାଗରେ ବିଗତ ୬ ବର୍ଷ ହେବ, ବିଭିନ୍ନ ପ୍ରକାର ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ୍) ରୋଗ ଉପରେ ଗବେଷଣା କରୁଛନ୍ତି । ବାହାର ଦେଶ ଭଳି ଓଡ଼ିଶାରେ କିପରି ଉନ୍ନତ ପ୍ରଯୁକ୍ତି ବିଦ୍ୟାରେ ବିଭିନ୍ନ ପ୍ରକାର ସ୍ନାୟୁରୋଗ ଚିକିତ୍ସା କରାଯାଇପାରିବ, ତାହା ପ୍ରଫେସର ଚୌଧୁରୀଙ୍କ ମୂଳ ଲକ୍ଷ୍ୟ । ତେବେ ଗବେଷଣା ସମାଜର ସର୍ବୋଚ୍ଚ ସମ୍ମାନ ପାଇବାରେ ସାରା ଓଡ଼ିଶାରେ ପ୍ରଫେସର ଚୌଧୁରୀ ପ୍ରଥମ ଅଟନ୍ତି ।

Spread the love