Tulasi Munda gets Lifetime Achievment Award

‘ଅନ୍ତର୍ଜାତୀୟ ମହିଳା ଦିବସ’ ଉପଲକ୍ଷେ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ୧୧ତମ ‘ଆର୍ଯ୍ୟା ସମ୍ମାନ-୨୦୨୩’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୭ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ବିଶିଷ୍ଟ ସମାଜସେବୀ ତୁଳସୀ ମୁଣ୍ଡାଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’‌ରେ ସମ୍ମାନିତ କରାଯାଇଥିବା‌ ବେଳେ ସମାଜସେବା କ୍ଷେତ୍ରରେ ସ୍ନେହ ମିଶ୍ର, ସଙ୍ଗୀତରେ ସୁସ୍ମିତା ଦାସ, ଗଣମାଧ୍ୟମ କ୍ଷେତ୍ରରେ ମୋନିକା ନୈୟର୍‌ ପଟ୍ଟନାୟକ, କଳା ଓ ସଂସ୍କୃତିରେ ସୁହାଗ ନଳିନୀ ଦାସ ଓ ସରିତା ମିଶ୍ର, ଶିକ୍ଷାରେ ହେନା ମହାପାତ୍ର, ଚିକିତ୍ସା ବିଜ୍ଞାନରେ ସୁସ୍ମିତା ଦାସ, ଷ୍ଟାର୍ଟ-ଅପ୍‌ରେ ଡ. ଲିତା ମହାପାତ୍ର ପ୍ରମୁଖଙ୍କୁ ‘ଆର୍ଯ୍ୟା ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ‘ଆମ ଗାଁ ଆମ ପୋଷାକ’ ଶୀର୍ଷକ ବିଷୟବସ୍ତୁକୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ବୁଣାକାରଙ୍କ ଦ୍ୱାରା ଏଥିନିକ୍ ୱାକ୍ ସୋ’ ଅନୁଷ୍ଠିତ ହୋଇଥିଲା। ମହିଳା ଓ ଶିଶୁକନ୍ୟାଙ୍କ ପାଇଁ କାର୍ଯ୍ୟ କରୁଥିବାରୁ ‘ପରିଚୟ ଫାଉଣ୍ଡେସନ୍‌’କୁ ଅଳକା ଆଶ୍ରମ ସେଣ୍ଟେନାରି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love