Four senior Odia artistes to receive Sangeet Natak Akademi Amrit Award

‘ଆଜାଦୀ କା ଅମୃତ ‌ମହୋତ୍ସବ’ ଅବସରରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଚଳିତ ବର୍ଷ ୭୫ ଜଣଙ୍କୁ ସଂଗୀତ ନାଟକ ଅକା‌ଦେମି ଅମୃତ ପୁରସ୍କାର ପ୍ରଦାନ କରାଯିବ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୭୫ବର୍ଷ ବୟସରୁ ଊର୍ଦ୍ଧ୍ବ କଳାକାରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । କଳା କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଏଥିରେ ଓଡ଼ିଶାରୁ ୪ଜଣ ବ୍ୟକ୍ତିବିଶେଷ ସ୍ଥାନ ପାଇଛନ୍ତି । ସେମାନେ ହେଲେ, ନାଟକ ପାଇଁ ନାଟ୍ୟକାର ଅନନ୍ତ ମହାପାତ୍ର, ଲୋକଗୀତ(ବ୍ରହ୍ମବୀଣା) ପାଇଁ ଆନନ୍ଦ ବାଗ, ଓଡ଼ିଶୀ ନୃତ୍ୟ(ଗୋଟିପୁଅ) ପାଇଁ ଗୋବିନ୍ଦ ଚନ୍ଦ୍ର ପାଲ, ଛଉ ନୃତ୍ୟ ପାଇଁ ଶିବପ୍ରସାଦ ଦାସଙ୍କୁ ମନୋନୀତ କରାଯାଇଛି । ଏହି କଳାକାରମାନଙ୍କୁ ଏକାଡେମୀ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବ କରାଯାଇ ସମ୍ବର୍ଦ୍ଧିତ କରାଯିବ । ପୁରସ୍କାର ବାବଦକୁ ସେମାନଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ ସହ ଅଙ୍ଗବସ୍ତ୍ର ଓ ତାମ୍ରଫଳକ ଦେଇ ସମ୍ମାନିତ କରାଯିବ ।

Spread the love