SriJagannath culture researcher Bhaskar Mishra's ‘Matha History Granth of Shreekshetra’ published

ଶ୍ରୀଜଗନ୍ନାଥ ଓ ମଠ ସଂସ୍କୃତି ଗବେଷକ ଭାସ୍କର ମିଶ୍ରଙ୍କ ରଚିତ ‘ଶ୍ରୀକ୍ଷେତ୍ରର ମଠ ଇତିହାସ ଗ୍ରନ୍ଥ’ ଉନ୍ମୋଚିତ ହୋଇଯାଇଛି । ଏହି ଗ୍ରନ୍ଥ ୬୫୦ ପୃଷ୍ଠା ବିଶିଷ୍ଟ । ଏଥିରେ ଶ୍ରୀକ୍ଷେତ୍ରର ମଠାନୁଷ୍ଠାନ ପ୍ରତିଷ୍ଠା, ଇତିହାସ, ସନନ୍ଦ, ମଠମାନଙ୍କରୁ ସଂଗୃହୀତ ଗାଦିନସୀନ ପରମ୍ପରା, ସମ୍ପ୍ରଦାୟର ଉପାସନା ଆଦି ସ୍ଥାନିତ ହୋଇଛି। ଶ୍ରୀକ୍ଷେତ୍ରରେ ଥିବା ପ୍ରତିଟି ମଠର ଇତିହାସ ଜାଣିବା ପାଇଁ ଇଚ୍ଛା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ଗ୍ରନ୍ଥ ଉପାଦେୟ ହେବା ସହ ଆମ ମଠ ସଂସ୍କୃତି ସାରା ବିଶ୍ବରେ ପହଞ୍ଚିପାରିବ ବୋଲି ଅତିଥିମାନେ ମତ ଦେଇଥିଲେ। ସୁଭଦ୍ରାଙ୍କ ବାଡ଼ଗ୍ରାହୀ ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ଉନ୍ମୋଚିତ ବହିର ସମୀକ୍ଷା କରିଥିଲେ। ଭାରତୀୟ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ପ୍ରତିଷ୍ଠାନ ଓ ଫ୍ରେଣ୍ଡସ୍‌ ପବ୍ଲିର୍ସଙ୍କ ମିଳିତ ଉଦ୍ୟମରେ ଏହି ପୁସ୍ତକ ପ୍ରକାଶ ପାଇଛି। ଏହି ଅବସରରେ ୭ଜଣ ମଠାଧୀଶଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା।

Spread the love