President Droupadi Murmu opens a tribal arts gallery and Navachara at Rashtrapati Bhavan as she finishes a year in office.

ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଆସନ ଅଳଂକୃତ କରିବାର ଏକ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଭବନରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ସେ ଆଜି ରାଷ୍ଟ୍ରପତି ଭବନ ପରିସରରେ ଥିବା ଶିବ ମନ୍ଦିରର ପୁନଃବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି। ସେହିଭଳି ଭବନ ପରିସରସ୍ଥ ଡ. ରାଜେନ୍ଦ୍ର ପ୍ରସାଦ ‌କେନ୍ଦ୍ରୀୟ ବିଦ୍ୟାଳୟର ଖେଳ ପଡ଼ିଆରେ କ୍ରିକେଟ ପାଭିଲିୟନ ନିର୍ମାଣ ପାଇଁ ମଧ୍ୟ ଶିଳାନ୍ୟାସ କରିଛନ୍ତି। ଏଥିସହିତ ଇଣ୍ଟେଲ ଇଣ୍ଡିଆ ସହଯୋଗରେ ରାଷ୍ଟ୍ରପତି ଭବନ ପକ୍ଷରୁ ବିକଶିତ କୃତ୍ରିମ ବୁଦ୍ଧିମତାରେ ପରିଚାଳିତ ଗ୍ୟାଲେରି ‘ନବାଚାର’ର ଉଦ୍‌ଘାଟନ କରିଛନ୍ତି। ଛାତ୍ର ଏବଂ ଏଆଇ ପ୍ରଶିକ୍ଷକଙ୍କ ଦ୍ବାରା ବିକଶିତ ସ୍ବଦେଶୀ ଏଆଇ ବିଷୟ ସମ୍ବଳିତ ବିଷୟବସ୍ତୁ ଉକ୍ତ ଗ୍ୟାଲେରିରେ ସ୍ଥାନ ପାଇଛି। ରାଷ୍ଟ୍ରପତି ଭବନର ଭବ୍ୟତା ଓ ମହାନତା ସଂପର୍କରେ ଏଠାରେ ସୂଚନା ମିଳୁଛି। ଏଥିସହିତ ରା‌ଷ୍ଟ୍ରପତି ସୂତ୍ର-କଳା ଦର୍ପଣକୁ ଉଦ୍‌ଘାଟନ କରିଛନ୍ତି। ଏଠାରେ ରାଷ୍ଟ୍ରପତି ଭବନରେ ବ୍ୟବହୃତ ପ୍ରାଚୀନ ବୟନ ସାମଗ୍ରୀ ପ୍ରଦର୍ଶନ ହେଉଛି। ଏଥିସହିତ ଜନଜାତୀୟ ଦର୍ପଣ ନାମରେ ଏକ ଗ୍ୟାଲେରିକୁ ମଧ୍ୟ ରା‌ଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଦ୍‌ଘାଟନ କରିଛନ୍ତି। ଏଥିରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ସାଂସ୍କୃତିକ ଭାବ ପ୍ରଦର୍ଶନ ହୋଇଛି। ଏଥିରେ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ, ପାରମ୍ପରିକ ପ୍ରାକୃତିକ ସଂପଦ ପରିଚାଳନା ପଦ୍ଧତି ଯଥା ହଲମା, ଡୋକ୍ରା ଆର୍ଟ, ସଙ୍ଗୀତ ଉପକରଣ, ଗୁଞ୍ଜାଲା ଗୋଣ୍ଡି ଲିପି, କୃଷି ଓ ‌ଗୃହୋପକରଣ ସାମଗ୍ରୀ, ବାଉଁଶ ବାସ୍କେଟ, ବୟନ ସାମଗ୍ରୀ, ‌ଛବି, ମୁଖା, ଗହଣା, ଧାତମ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଆଦିର ପ୍ରଦର୍ଶନ କରାଯାଇଛି। ଇନ୍ଦିରା ଗାନ୍ଧି ନ୍ୟାସନାଲ ସେଣ୍ଟର ଫର ଦି ଆର୍ଟଅସ (ଆଇଜିଏନସିଏ) ସହ ମିଶି ରାଷ୍ଟ୍ରପତି ଭବନ ପକ୍ଷରୁ ଉକ୍ତ ଗ୍ୟାଲେରି ସ୍ଥାପନ ହୋଇଛି।

ଏଥିସହିତ ଭାରତର ରାଷ୍ଟ୍ରପତି ଓ ରାଷ୍ଟ୍ରପତି ଭବନର ପୁନଃବିକଶିତ ୱେବସାଇଟକୁ ରାଷ୍ଟ୍ରପତି ମୁର୍ମୁ ଉନ୍ମୋଚନ କରିଛନ୍ତି। ଏଥିସହିତ ରାଷ୍ଟ୍ରପତିଙ୍କ ୧ ବର୍ଷର ଅବଧି ମଧ୍ୟରେ ତାଙ୍କର କାର୍ଯ୍ୟକୁ ନେଇ ପ୍ରସ୍ତୁତ ଏକ ଇ-ପୁସ୍ତିକାକୁ ରାଷ୍ଟ୍ରପତି ଉନ୍ମୋଚନ କରିଛନ୍ତି। ଏଥିସହିତ ରାଷ୍ଟ୍ରପତି ଭବନର ଆୟୁଷ ୱେଲନେସ ସେଣ୍ଟର ଉପରେ ପ୍ରସ୍ତୁତ ପୁସ୍ତକ ‘ପ୍ରିଜର୍ଭିଂ ହେଲ୍‌ଥ, ଏମ୍ବ୍ରାସିଂ ଟ୍ରାଡିସନ୍ସ’ର ପ୍ରଥମ କପିକୁ ରାଷ୍ଟ୍ରପତି ଗ୍ରହଣ କରିଥିଲେ। ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ଶ୍ରୀ ବର୍ମା ଏହି ଅବସରରେ କହିଥିଲେ ଗତ ବର୍ଷକ ମଧ୍ୟରେ ରାଷ୍ଟ୍ରପତି ଭବନ ପକ୍ଷରୁ ଅନେକ ନାଗରିକ କୈନ୍ଦ୍ରିକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ମାର୍ଗଦର୍ଶନ ଏବଂ ପୃଷ୍ଠପୋଷକତାରେ ଏସବୁ ହୋଇପାରିଛି ବୋଲି ସେ କହିଥିଲେ।

Spread the love