Rabindra Panda

ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୧୯୮୯ର ସେକ୍ସନ ୬ର ସବ୍‌ ସେକ୍ସନ(୭) ସହ ସବ୍‌-ସେକ୍ସନ(୧) ଆଧାରରେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର୍‌ ଗଣେଶୀ ଲାଲ୍‌ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ପ୍ରଫେସର ପଣ୍ଡା ଯେଉଁ ଦିନ ଦାୟିତ୍ୱ ଗ୍ରହଣ କରିବେ, ସେହି ଦିନଠାରୁ ୪ବର୍ଷ ପାଇଁ କାର୍ଯ୍ୟକ‌‌ାଳ ଗଣନା କରାଯିବ। ପ୍ରଫେସର ପଣ୍ଡା ଏବେ ବରୋଦାସ୍ଥିତ ମହାରାଜା ସାୟାଜୀରାଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ତାଙ୍କର ୨୯ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଛି। ଏଥିସହ ୪୫ଟି ପୁସ୍ତକ ରଚନା କରିଛନ୍ତି। ତାଙ୍କ ମାର୍ଗଦର୍ଶନରେ ୧୦ ଜଣ ଛାତ୍ରଛାତ୍ରୀ ପିଏଚ୍‌ଡି ହାସଲ କରିଥିବା ଜଣାପଡ଼ିଛି।

Spread the love