International Master Title to Chess player Sambit Panda

ଓଡ଼ିଶାର ଯୁବ ଚେସ୍‌ ତାରକା ସମ୍ବିତ ପଣ୍ଡା ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଟାଇଟଲ୍‌ ହାସଲ କରିଛନ୍ତି। ଅନ୍ତର୍ଜାତୀୟ ଚେସ୍ ମହାସଂଘ (ଫିଡେ) ପକ୍ଷରୁ ସମ୍ବିତଙ୍କୁ ଏହି ଉପାଧି ପ୍ରଦାନ କରାଯାଇଛି । ୧୮ ବର୍ଷ ବୟସ୍କ ସମ୍ବିତ କାନପୁରଠାରେ ଆୟୋଜିତ ବରିଷ୍ଠ ଜାତୀୟ ଚେସ୍ ପ୍ରତିୟୋଗିତାରେ ପ୍ରଥମ ଏବଂ ସେପ୍ଟେମ୍ବରରେ ଦୁବାଇଠାରେ ଆୟୋଜିତ ଦୁବାଇ ଓପନ୍ ଚେସ୍‌ରେ ଦ୍ୱିତୀୟ ଆଇଏମ୍‌ ନର୍ମ ହାସଲ କରିଥିଲେ । ଏବେ ଦିଲ୍ଲୀରେ ଆୟୋଜିତ ଏସିଆନ୍ କଣ୍ଟିନେଣ୍ଟାଲ ଚେସ୍ ପ୍ରତିଯୋଗିତାରେ ସେ ତୃତୀୟ ତଥା ଅନ୍ତିମ ଆଇଏମ୍ ନର୍ମ ପାଇଛନ୍ତି । ସେହିପରି ତୋରିନୋ ଅନ୍ତର୍ଜାତୀୟ ଓପନ୍ ଚେସ୍ ପ୍ରତିଯୋଗିତାରେ ମଧ୍ୟ ସେ ଆଶାତୀତ ଅନ୍ତର୍ଜାତୀୟ ରେଟିଂ ଅତିକ୍ରମ କରିଛନ୍ତି ।ସମ୍ବିତ୍ ଭୁବନେଶ୍ୱର ୟୁନିଟ୍-୮ସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲର ଛାତ୍ର ଥିଲେ । ବାର ବର୍ଷ ପୂର୍ବେ ସେ ତାଙ୍କର ପ୍ରଥମ ପ୍ରଶିକ୍ଷକ ରାଜ ସନ୍ତୋଷ ପଣ୍ଡାଙ୍କ ସହିତ ଚେସ୍ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ତାଙ୍କ ପିତାମାତା, ବର୍ତ୍ତମାନର ପ୍ରଶିକ୍ଷକ ଆଇଏମ୍ ସ୍ବୟଂଶୁ ସତ୍ୟପ୍ରଜ୍ଞ ଏବଂ ଏସ୍ କିଦାମ୍ବିଙ୍କୁ ବହୁତ ଧନ୍ୟବାଦ ଜଣାଇଥିଲେ । ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମାଷ୍ଟର ସ୍ୱୟଂଶୁ ସତ୍ୟପ୍ରଜ୍ଞ ଏହି ଟାଇଟଲ ହାସଲ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ତରଫରୁ ସଭାପତି ଜି. ସି. ମହାପାତ୍ର, ଏଓସିଏର ସମ୍ପାଦକ ଦେବବ୍ରତ ଭଟ୍ଟ ତାଙ୍କୁ ଆଇଏମ ଟାଇଟଲ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି । ସମ୍ବିତଙ୍କୁ ମଧ୍ୟ ସର୍ବଭାରତୀୟ ଚେସ୍ ମହାସଂଘର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି ଅଭିନନ୍ଦନ ଜଣାଇଛନ୍ତି ।

Spread the love