Men's Hockey World Cup Trophy Takes A Tour Of Bhubaneswar

ଆସନ୍ତା ମାସ ୧୩ ତାରିଖରୁ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବ ପୁରୁଷ ହକି ବିଶ୍ବକପ୍‌। ଏହି ବିଶ୍ବକପ୍‌ର ଟ୍ରଫି ଭାରତର ୧୨ ରାଜ୍ୟ ଓ ‌ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପରିକ୍ରମା କରିବା ପରେ ରବିବାର ଭୁବନେଶ୍ବର ଫେରିଛି। ଟ୍ରଫି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଏହାକୁ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ହସ୍ତାନ୍ତର କରିଥିଲେ। ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ କ୍ରୀଡ଼ା ବିଭାଗର ଅନ୍ୟ ଅଧିକାରୀ ଉପସ୍ଥିତ ରହି ଟ୍ରଫିକୁ ସ୍ବାଗତ କରିଥିଲେ। ସେଠାରେ ପୁଲିସ ବ୍ୟାଣ୍ଡ ଏବଂ ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ବାଜାର ତାଳେତାଳେ ଟ୍ରଫିକୁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟକୁ ପାଛୋଟି ଅଣାଯାଇଥିଲା। ଏଠାରୁ ଏକ ବୁଲେଟ ଶୋଭାଯାତ୍ରାରେ ଟ୍ରଫିକୁ ଶିଶୁଭବନ ଛକ, ମାଉସୀ ମା’ ଆରଓବି, ରଥ ରୋଡ୍‌ ଦେଇ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲା। ଲଗାତାର ଦ୍ବିତୀୟ ଥର ଲାଗି ଭୁବନେଶ୍ବରରେ ହେଉଥିବା ଏହି ବିଶ୍ବକପ୍‌ର ଟ୍ରଫିକୁ ଲିଙ୍ଗରାଜ ମନ୍ଦିର ନିକଟରେ ଘଣ୍ଟ ମାଡ଼ ସହ ବେଦପାଠ‌ରେ ସ୍ବାଗତ କରାଯାଇଥିଲା। ଏଠାରେ ଟ୍ରଫି ଦେଖିବା ଲାଗି ହଜାର ହଜାର କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ। ସେଠାରେ ମନ୍ତ୍ରୀ ଅଶୋକ ପଣ୍ଡା ଟ୍ରଫି ଗ୍ରହଣ କରିଥ‌ିଲେ। ଏହାପରେ ଟ୍ରଫି ଶୋଭାଯାତ୍ରାରେ କଳ୍ପନା ଛକ, କଟକ ରୋଡ୍‌ ଦେଇ ଏସପ୍ଲାନେଡ୍‌ ମଲ୍‌ଠାରେ ପହଞ୍ଚିଥିଲା। ଏଠାରେ ରକ୍‌ବାଣ୍ଡରେ ଟ୍ରଫିକୁ ସ୍ବାଗତ କରାଯାଇଥିଲା।

Spread the love