Alliance Air makes trial run of flight from Rourkela to Bhubaneswar

ଏଣିକି ନିୟମିତ ଭାବେ ରାଜଧାନୀ ଭୁବନେଶ୍ୱରରୁ ରାଉରକେଲା ଉଡିବ ବିମାନ । ଆସନ୍ତା ଜାନୁଆରୀ ୭ ତାରିଖରେ ନିୟମିତ ଉଡାଣ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ରାଉରକେଲା ବିମାନବନ୍ଦରରେ ଏଲାଏନ୍ସ ପକ୍ଷରୁ ଏଟିଆର-୭୨ ବିମାର ଟେଷ୍ଟ ରନ ଗତକାଲି ଶେଷ ହୋଇଛି । ସେଲ ଅଧିନରେ ଥିବା ୨-ବି ଲାଇସେନ୍ସପ୍ରାପ୍ତ ବିମାନ ବନ୍ଦରକୁ ଇତିମଧ୍ୟରେ ୨-ସି ଲାଇସେନ୍ସ ମଧ୍ୟ ମିଳିସାରିଛି । ଜାନୁଆରୀ ୧୩ ତାରିଖରେ ଓଡ଼ିଶାରେ ହକି ବିଶ୍ୱକପ ଆରମ୍ଭ ହେଉଥିବାରୁ ଏହା ପୂର୍ବରୁ ରାଉରକେଲାକୁ ବିମାନ ଚଳାଚଳ ନିୟମିତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । କାରଣ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲାର ନବନିର୍ମିିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହି ବିଶ୍ୱକପର ସମସ୍ତ ମ୍ୟାଚ ଖେଳାଯିବ ।

Spread the love