Odia Scientist Sushil Kumar Nayak's Key Contribution to Chandrayaan-3 Success

ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ)ର ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣମେରୁରେ ସଫଳତାର ସହ ଅବତରଣ କରି ଇତିହାସ ରଚିଛି । ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଭାରତର ଉତ୍କର୍ଷତା ବିଶ୍ଵ ଦରବାରରେ ପ୍ରମାଣିତ ହୋଇଛି। ଚନ୍ଦ୍ର ଅନୁସନ୍ଧାନ ମିଶନ୍ ର ଏହି ସଫଳତା ଦେଶକୁ ଗୌରବାନ୍ୱିତ କରିଥିବା ବେଳେ ଏହି ସଫଳତା ସହିତ ଓଡିଶା ସଂଯୋଗ ମଧ୍ୟ ରହିଛି । ଏହି ଅଭିଯାନରେ କେନ୍ଦ୍ରାପଡ଼ାର ସୁଶୀଲ କୁମାର ନାୟକଙ୍କ ମୁଖ୍ୟ ଭୂମିକା ରହିଛି । ସେ ୧୦ ଜଣିଆ ବୈଜ୍ଞାନିକ ଟିମ୍ ର ନେତୃତ୍ବ ନେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧୀନ ଚନ୍ଦନନଗର-ବାଲିଆ ଗ୍ରାମର ବୈଜ୍ଞାନିକ ସୁଶୀଲ କୁମାର ନାୟକ ଚନ୍ଦ୍ରଯାନ-୩ ପ୍ରକଳ୍ପର ପ୍ରମୁଖ ସୂତ୍ରଧର ଥିଲେ। ସୁଶୀଲ ପିଲାଟି ବେଳୁ ଅସାଧାରଣ ଧୀଶକ୍ତିର ଅଧିକାରୀ ଥିଲେ। ବାପା ମୁରଲୀଧର ନାୟକ ପାରାଦୀପ ପୋର୍ଟରେ କାମ କରୁଥିବାରୁ ତାଙ୍କ ସ୍କୁଲଶିକ୍ଷା ପାରାଦୀପରେ ହୋଇଥିଲା। ମା’ ପାଞ୍ଚଳୀ ନାୟକ ଜଣେ ଗୃହିଣୀ। ଏଠାରେ ସଫଳତାର ସହ ମାଟ୍ରିକ୍ ପାସ୍ ପରେ ଓୟୁଏଟି ସ୍ବୀକୃତିପ୍ରାପ୍ତ ବେସିକ୍‌ ସାଇନ୍ସ କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ସାରଙ୍ଗସ୍ଥିତ ଇନ୍ଦିରା ଗାନ୍ଧି ବୈଷୟିକ ଅନୁଷ୍ଠାନ (ଆଇଜିଆଇଟି) ରେ ମେକାନିକାଲ ବିଭାଗରେ ଡିଗ୍ରୀ ଇଞ୍ଜିନିୟରିଂରେ କୃତିତ୍ଵ ହାସଲ କରିଥିଲେ।

ଭଲ ମାର୍କ ରେ ଉତ୍ତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ମେଧାବୃତ୍ତି ମଧ୍ୟ ମିଳୁଥିଲା। ହେଲେ ତାଙ୍କ ମନ ଥିଲା ଗବେଷଣାଗାରରେ। ଯେଉଁଥି ପାଇଁ ସେ ପୂରା ଦମ୍‌ରେ ପ୍ରସ୍ତୁତି ଆରମ୍ଭ କରିଥିଲେ। ପରେ ତାଙ୍କର ଇଚ୍ଛା ପୂରଣ ହୋଇଥିଲା ଓ ବୈଜ୍ଞାନିକ ନିମନ୍ତେ ସର୍ବଭାରତୀୟ ସ୍ତରରେ ଇସ୍ରୋ ତରଫରୁ ଆୟୋଜିତ ପ୍ରବେଶିକା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ। ଚନ୍ଦ୍ରଯାନ-୩ ପାଇଁ ଯେଉଁ ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା, ତା’ର ରୂପରେଖ ସୁଶୀଲଙ୍କ ନେତୃତ୍ୱରେ ଏକ ଟିମ୍ କରିଥିଲା। ଏଥିପାଇଁ ୧୧ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ହେବା ପରଠାରୁ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ଯାଏ ରୋବଟ୍ କେମିତି ବାର୍ତ୍ତା ପ୍ରେରଣ କରିବ, ସେନ୍ସରର କ୍ରିୟାଶୀଳତା, ଗୋଟିଏ ଅକାମୀ ହେଲେ ଅନ୍ୟଟି କାର୍ଯ୍ୟକାରିତା, ଚନ୍ଦ୍ରପୃଷ୍ଠରେ ଫଟୋ ଉତ୍ତୋଳନ ଆଦି କେମିତି କରାଯିବ ତାହାର ବହୁ ଆଗରୁ ଚିତ୍ର ପ୍ରସ୍ତୁତ କରାଯାଇଥିଲା। ଯାହାର ନେତୃତ୍ଵ ନେଉଥିଲେ ସୁଶୀଲ। ଚନ୍ଦ୍ରଯାନ-୩ ମିଶନକୁ ସଫଳ କରିବା ପାଇଁ ତାଙ୍କ ଟିମ୍ ଭୋକ ଶୋଷ ଭୁଲିଯାଇଥିଲେ। ତେବେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ସେ ବେଶ ଖୁସି ଅଛନ୍ତି । ଦୀର୍ଘ ୧୪ ବର୍ଷ ଧରି ସେ ଇସ୍ରୋର ଆନ୍ଧ୍ରସ୍ଥିତ ଶ୍ରୀହରିକୋଟା ମହାନ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ୍ ଙ୍କ ସହ ଯୋଜନା ଓ ସମନ୍ଵୟ ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ପ୍ରଶଂସିତ ହୋଇଥିଲେ। ତାଙ୍କର ପଦୋନ୍ନତି ପରେ ଏବେ ଯୋଜନା ଓ ସମନ୍ଵୟ ବିଭାଗର ଉପମୁଖ୍ୟ ପ୍ରମୁଖ ଭାବେ କାର୍ଯ୍ୟ କରୁଛନ୍ତି। ସୁଶୀଲଙ୍କ ଏହି ସଫଳତା ସମ୍ପର୍କରେ ଜଣାପଡ଼ିବା ପରେ ସାରା ରାଜ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି।

Spread the love