bol bam

ଦେବ ଦେବ ମହାଦେବ।  ଭକ୍ତଙ୍କ ପ୍ରିୟ ଭୋଳାଶଙ୍କର । ମୋକ୍ଷ ପ୍ରାପ୍ତିର ମାର୍ଗ । ତାଙ୍କର ଆରାଧନା କଲେ ପୂର୍ଣ୍ଣ ହୁଏ ସମସ୍ତ ମନୋବାଞ୍ଛା ଓ ମନୋସ୍କାମନା । ମହାଦେବ ଶିବଙ୍କ ପ୍ରିୟ ମାସ ହେଉଛି ଶ୍ରାବଣ । କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହେଉଥିବା ବର୍ଷର ଚତୁର୍ଥ ମାସ ଶ୍ରାବଣ ଆସିଲେ ଚଳଚଞ୍ଚଳ ହୋଇଉଠେ ଛୋଟବଡ଼ ଶିବ ମନ୍ଦିର। ଆଉ ଭଗବାନଙ୍କ ଭକ୍ତ ପାଲଟନ୍ତି କାଉଡ଼ିଆ । ଶ୍ରାବଣର ପ୍ରତି ସୋମବାରେ ଶିବଙ୍କ ଲିଙ୍ଗରେ ଜଳଲାଗି କରିବାର ପରମ୍ପରା ରହିଛି। ପବିତ୍ର ନଦୀ, ପୁଷ୍କରଣୀ କିମ୍ବା ଜଳାଶୟରୁ ଜଳ ନେଇ କାନ୍ଧରେ କାଉଡ଼ି ଧରି ଶିବଙ୍କ ମସ୍ତଷ୍କରେ ଜଳଲାଗି କରି ଭକ୍ତମାନେ ଆଶୀର୍ବାଦ ଭିକ୍ଷା କରନ୍ତି । ଦେବ ଭୂମି ଆମ ଓଡ଼ିଶାରେ ଐତିହ୍ୟ ତଥା କିମ୍ବଦନ୍ତୀରେ ଭରା ଅନେକ ଶୈବ ମନ୍ଦିର ଅଛି ଏବଂ ସେଥିମଧ୍ୟରୁ କେତେକ ଶୈବପୀଠ ସମ୍ପର୍କରେ ଏହି ବ୍ଲଗରେ ଉଲ୍ଲେଖ କରୁଛୁ ।

 ଲିଙ୍ଗରାଜ ମନ୍ଦିର, ଭୁବନେଶ୍ବର

ମନ୍ଦିରମାଳିନୀ ଭୁବନେଶ୍ୱରରେ ରହିଛି ଓଡ଼ିଶାର ସର୍ବ ପୁରାତନ ଶୈବପୀଠ । ଏହି ମନ୍ଦିରରେ ଦୁଇ ଅଂଶକୁ ଶିବ ଓ ବିଷ୍ଣୁଙ୍କ ପ୍ରତୀକ ରୂପେ ପୂଜାର୍ଚ୍ଚନା କରାଯାଉଛି । ଏଠାରେ ଭଗବାନ ଲିଙ୍ଗରାଜ ହରିହର ରୂପେ ପୂଜା ପାଉଥିବାରୁ ଲାଗି ହୁଏ ଉଭୟ ତୁଳସୀ ଓ ବେଲପତ୍ର । ଶ୍ରାବଣ ମାସରେ ଏଠି ବିଶେଷ ରୀତିନୀତିରେ ମହାଦେବଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଜଳାଭିଷେକ ପାଇଁ ସାରା ଓଡ଼ିଶାରୁ କାଉଡ଼ିଆମାନେ ଏହି ମନ୍ଦିରକୁ ଆସିଥାନ୍ତି । ମାଇଲ ମାଇଲ ଅତିକ୍ରମ କରି ପ୍ରିୟ ଲିଙ୍ଗରାଜକୁ ସମର୍ପି ଦେଇଥାନ୍ତି ନିଜ ଦୁଃଖ ଓ ଭାବନା ।

ଲୋକନାଥ ମନ୍ଦିର, ପୁରୀ

ପବିତ୍ର ମାସ ଶ୍ରାବଣ ସୋମବାରରେ ପୁରୀର ଲୋକନାଥ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଏହି ମନ୍ଦିର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ।  ମନ୍ଦିରର ପତ୍ତନଠାରୁ ପ୍ରାୟ ଦଶ ଫୁଟ ତଳେ ପୂଜା ପାଇଥିବା ଶ୍ରୀଲୋକନାଥ ବର୍ଷସାରା ପାଣିରେ ବୁଡ଼ି ରହିଥାନ୍ତି । କେବଳ ଫାଲଗୁନ କୃଷ୍ଣ ଏକାଦଶୀ ତିଥିରେ ବାବା ଲୋକନାଥ ଭକ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ଦର୍ଶନ ଦେଇଥାନ୍ତି ।

କପିଳାସ ମନ୍ଦିର, ଢେଙ୍କାନାଳ

ପ୍ରସିଦ୍ଧ ଶୈବପୀଠ ଭାବେ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି ଢେଙ୍କାନାଳର କପିଳାସ ମନ୍ଦିର । ଏଠାରେ ମହାଦେବ ଶିବ ଚନ୍ଦ୍ରଶେଖର ରୂପେ ପୂଜା ପାଉଛନ୍ତି।  ମହାଦେବଙ୍କ ବ୍ୟତୀତ ଏଠାରେ ପୂଜା ପାଆନ୍ତି ଦେବୀ ପାର୍ବତୀ, ଗଣେଶ, କାର୍ତ୍ତିକେୟ, ବିଷ୍ଣୁ, ଶ୍ରୀରାମ ଓ ଗଙ୍ଗାମାତା । ଶ୍ରୀଜଗନ୍ନାଥ ପାର୍ଶ୍ବଦେବତା ଭାବେ ଅବସ୍ଥାପିତ । ଶ୍ରାବଣ ସୋମବାରରେ ବ୍ରାହ୍ଣଣୀ ନଦୀରୁ କାଉଡ଼ିଆମାନେ ଜଳ ନେଇ ବାବା ଚନ୍ଦ୍ରଶେଖରଙ୍କୁ ଜଳଲାଗି କରିଥାନ୍ତି। ବିଶ୍ବାସ ଯେ କପିଳାସରେ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।

ଧବଳେଶ୍ବର ମନ୍ଦିର, କଟକ

କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ମହାନଦୀ ତ୍ରିକୋଣ ଭୂମିକୁଦରେ ଧବଳେଶ୍ବର ମନ୍ଦିର ଅବସ୍ଥିତ । ବଡ଼ଓଷା ଓ ଜାଗର ପରି ଶ୍ରାବଣ ସୋମବାରରେ ଏଠାରେ ପ୍ରଭୁ ଶ୍ରୀଧବଳେଶ୍ବରଙ୍କୁ ଜଳଲାଗି ପାଇଁ ପ୍ରବଳ ଭିଡ଼ ଲାଗେ। କଟକର ଗଡ଼ଗଡ଼ିଆ ଘାଟରୁ କାଉଡ଼ିଆ ଜଳ ଉଠାଇ ଏହି ମନ୍ଦିରକୁ ଜଳାଭିଷେକ ପାଇଁ ଆସିଥାନ୍ତି। ଏଠାରେ ମହାଦେବ ଶିବ ଧବଳବର୍ଣ୍ଣ ରୂପେ ପୂଜା ପାଉଛନ୍ତି। ବର୍ଷତମାମ ଏଠାରେ ଭକ୍ତ ଏବଂ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ।   

ଆଖଣ୍ଡଳମଣି ମନ୍ଦିର, ଭଦ୍ରକ

 ଭଦ୍ରକ ଜିଲ୍ଲାର ଆରଡ଼ିଠାରେ ରହିଛି ପ୍ରସିଦ୍ଧ ଶୈବ ପୀଠ ଆଖଣ୍ଡଳମଣି ମନ୍ଦିର । ବୈତରଣୀ ଓ ସାଳନ୍ଦୀ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ଏହି ମନ୍ଦିରରେ ଆଶୁତୋଷ ଆଖଣ୍ଡଳମଣି ସ୍ବୟଂ ବିଦ୍ୟମାନ। ମାନସିକ କରୁଥିବା ବ୍ୟକ୍ତିଙ୍କ ସର୍ବଦା ମନୋବାଞ୍ଚା ପୂର୍ଣ୍ଣ ହୁଏ ବୋଲି ବାବା ଆଖଣ୍ଡଳମଣିଙ୍କ ଉପରେ ରହିଛି ପ୍ରଗାଢ଼ ବିଶ୍ବାସ । ଜାଗର ଏହାର ପ୍ରମୁଖ ପର୍ବ ହୋଇଥିବା ବେଳେ ଶ୍ରାବଣ ସୋମବାରରେ ମଧ୍ୟ ଲକ୍ଷାଧିକ କାଉଡ଼ିଆ ମହାଦେବଙ୍କୁ ଜଳଲାଗି କରନ୍ତି।  

ଚନ୍ଦନେଶ୍ବର ମନ୍ଦିର,  ବାଲେଶ୍ୱର

ପ୍ରଭୁ ଚନ୍ଦନେଶ୍ବରଙ୍କ ପାଇଁ ବାଲେଶ୍ୱରରେ ଜିଲ୍ଲାର ଭୋଗରାଇ ସ୍ଥିତ ପବିତ୍ର ଚନ୍ଦନେଶ୍ୱର ପୀଠ ବେଶ୍ ଲୋକପ୍ରିୟ । ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାରେ ଏହି ପୀଠଟି ଥିବାରୁ ଏହାର ପୂଜାର୍ଚ୍ଚନାର ବିଧିବିଧାନରେ ବଙ୍ଗୀୟ ଏବଂ ଉତ୍କଳୀୟ ପରମ୍ପରାର ସମ୍ରିଶଣ ଦେଖିବାକୁ ମିଳେ । ପ୍ରତ୍ୟକ୍ଷ ଠାକୁର ଭାବେ ପୂଜା ପାଉଥିବାରୁ ବାବା ଚନ୍ଦନେଶ୍ବରଙ୍କୁ ଜଳଳାଗି ପାଇଁ କାଉଡ଼ିଆଙ୍କ ସମାଗମ ହୋଇଥାଏ।  

ପଞ୍ଚଲିଙ୍ଗେଶ୍ବର ମନ୍ଦିର, ବାଲେଶ୍ୱର

ସେହିପରି ବାଲେଶ୍ୱର ଜିଲ୍ଲାରେ ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭାବେ ପରିଚିତ ପଞ୍ଚଲିଙ୍ଗେଶ୍ବର ମନ୍ଦିର।  ନୀଳଗିରି ପାଖରେ ପାହାଡୀ ଝରଣାର ଜଳସ୍ରୋତ ମଧ୍ୟରେ ପାଞ୍ଚଟି ଲିଙ୍ଗ ଏଠାରେ ଅଦୃଶ୍ୟ ଭାବେ ପୂଜା ପାଆନ୍ତି। କେଉଁ ଅନାଦିକାଳରୁ ଭକ୍ତମାନଙ୍କର ମନୋବାଞ୍ଚା ପୂରଣ କରୁଥିବା ବିଶ୍ବାସ ରହିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରାବଣ ସୋମବାରରେ କାଉଡ଼ିଆମାନଙ୍କ ଭିଡ଼ ଲାଗିଥାଏ।

ହରିଶଙ୍କର, ବଲାଙ୍ଗୀର

ବଲାଙ୍ଗୀରର ଗନ୍ଧମାର୍ଦ୍ଧନ ପାହାଡ଼ରେ ଏକ ପ୍ରାକୃତିକ ପରିବେଶ ଭିତରେ ବିରାଜିଛନ୍ତି ବାବା ହରିଶଙ୍କର । ଏଠାରେ ଉଭୟ ହରି ଓ ଶଙ୍କର ପୂଜା ପାଉଥିବାରୁ ଶ୍ରାବଣ ସୋମବାରରେ ଜଳଲାଗି କଲେ ପୂଣ୍ୟ ମିଳିଥାଏ। ତେଣୁ ଶ୍ରାବଣ ମାସରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପରିଲିକ୍ଷିତ ହୋଇଥାଏ। କୁହାଯାଏ ଯେ ମନ୍ଦିର ସନ୍ନିକଟରେ ଥିବା ଚିରସ୍ରୋତା ଝରଣାରେ ସ୍ନାନ କରି ପ୍ରଭୁ ହରିଶଙ୍କରଙ୍କୁ ପୂଜା କଲେ ପାପରୁ ମୁକ୍ତି ମିଳିଥାଏ।

ଗୁପ୍ତେଶ୍ୱର ମନ୍ଦିର, କୋରାପୁଟ

କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଗୁପ୍ତେଶ୍ୱର ପାହାଡ଼ ଶୀର୍ଷରେ, ଏକ ଗୁମ୍ଫାରେ ପୂଜା ପାଉଛନ୍ତି ବାବା ଗୁପ୍ତେଶ୍ୱର । କେହି କେହି ଏହାକୁ ଗୁପ୍ତକେଦାର ବୋଲି ମଧ୍ୟ କହିଥାନ୍ତି । ଗୁମ୍ଫା ଭିତରେ ୧୦ ଫୁଟ୍ ଗୋଲେଇ ଓ ୩ ଫୁଟ୍ ଉଚ୍ଚତାର ଶିବଲିଙ୍ଗ ପାଉଛନ୍ତି ପୂଜା । ସତ୍ୟଯୁଗ ସହ ଏହି ସ୍ଥାନର ସମ୍ବନ୍ଧ ଥିବାରୁ ଏଠି ମହାଦେବ ଶିବଙ୍କୁ ଜଳାଭିଷେକ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । କେବଳ ଓଡ଼ିଶାରୁ ନୁହେଁ ଛତିଶଗଡ଼ରୁ ମଧ୍ୟ କାଉଡ଼ିଆ ଏଠାକୁ ମାନସିକ ନେଇ ଆସିଥାନ୍ତି।

ହୁମା ବକ୍ର ମନ୍ଦିର,  ସମ୍ବଲପୁର

ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ହେଉଛି ହୁମା ମନ୍ଦିର । ଏଠାରେ ଭଗବାନ ଶିବ ବାବା ବିମଳେଶ୍ବର ରୂପେ ପୂଜା ପାଉଛନ୍ତି। ସମ୍ବଲପୁରଠାରୁ ପ୍ରାୟ ୨୫ କିଲୋମିଟର ଦୂର ମହାନଦୀର କୂଳର ଐତିହାସିକ ଗ୍ରାମ ହୁମାରେ ରହିଛି ଏହି ଅନନ୍ୟ ମନ୍ଦିର।  ମନ୍ଦିରଟି ଉତ୍ତର ପଶ୍ଚିମ ଦିଗକୁ ଢଳିକି ରହିଥିବାରୁ ଏହାକୁ ବକ୍ର ମନ୍ଦିର ମଧ୍ୟ କୁହାଯାଏ । ଶ୍ରଦ୍ଧାଳୁମାନେ ମହାନଦୀ ଘାଟରୁ ଜଳ ଆଣି ଜଳାଭିଷେକ କରିଥାନ୍ତି ।

ଏହାବ୍ୟତୀତ ଓଡ଼ିଶାରେ ରହିଛି ଆହୁରି ଅନେକଗୁଡ଼ିଏ ଛୋଟ ବଡ଼ ଶୈବ କ୍ଷେତ୍ର । ତନ୍ମଧ୍ୟରେ ଭଗବାନ ଶିବଙ୍କୁ ସମର୍ପିତ ବାବା ଲଡ଼ୁକେଶ୍ୱର, ରାମେଶ୍ୱର, ଯୋଗେଶ୍ୱର, ରାଜାରାଣୀ, ଜଳେଶ୍ବର ଭଳି ଅନେକ ମନ୍ଦିର ଶ୍ରଦ୍ଧାଳୁଙ୍କ ଆସ୍ଥା ସହିତ ଯୋଡ଼ି ହୋଇ ରହିଛି।

Spread the love