For the world-famous Rath Jatra, the cloth and the rope came for the three chariots.

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ମଙ୍ଗଳବାର ଦିନ ମହାପ୍ରଭୁଙ୍କ ରଥ କନା ଅନୁକୂଳ ହୋଇଛି। ପ୍ରାରମ୍ଭିକ ଭାବେ ବଡ଼ଠାକୁରଙ୍କ ୮ଟି ବତା ଓ ୨୪ଟି ବିଳାସପଟି କଟା ହୋଇ ରଥ କନା ତିଆରିର ଶୁଭାରମ୍ଭ ହୋଇଥିଲା। ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୮ଟି ଲେଖାଏଁ ବତା ଓ ୨୪ଟି ଲେଖାଏଁ ବିଳାସପଟି କଟା ହୋଇଥିଲା। କନା କଟା ହୋଇ ଚିହ୍ନ ଦିଆଯିବା ପରେ ଦରଜି ସେବକମାନଙ୍କୁ ଯୋଗାଇ ଦିଆଯାଇଛି। ଏହା ସହିତ ଘୋଷଯାତ୍ରା ପୂର୍ବରୁ ଆଜି ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ପାଇଁ ରଥଦଉଡ଼ି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଏ ସମ୍ପର୍କରେ ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି, ଆଜି ରଥ ଟାଣିବା ପାଇଁ ୧୪ଟି ଓ ରଥ କର୍ଡନ୍‌ ପାଇଁ ୧୨ଟି ରଥ ଦଉଡ଼ି ଆସି ପହଞ୍ଚିଛି। ତିନି ରଥ ଟାଣିବା ପାଇଁ ୪ଟି ଲେଖାଏଁ ୧୨ଟି ରଥ ଦଉଡ଼ି ଆସିଛି। ନନ୍ଦିଘୋଷ ରଥ ଦଉଡ଼ି ନାମ ଶଙ୍ଖଚୁଡ଼ ହୋଇଥିବାବେଳେ ତାଳଧ୍ବଜ ରଥ ଦଉଡ଼ି ନାମ ବାସୁକୀ ଓ ଦର୍ପଦଳନ ରଥର ନାମ ସ୍ବର୍ଣ୍ଣଚୁଡ଼। ତେବେ ଜରୁରୀ ସମୟ ପାଇଁ ଅତିରିକ୍ତ ଦୁଇଟି ରଥ ଦଉଡ଼ି ସଂରକ୍ଷିତ ରଖାଯାଇଛି। ସେହିଭଳି କର୍ଡନ୍‌ ପାଇଁ ତିନି ରଥର ୪ଟି ଲେଖାଏଁ, ୧୨ଟି ଦଉଡି ଆସିଛି।

ଏପଟେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି ଶ୍ରୀବିଗ୍ରହ। ଅଣସର ଘରେ ବିଶ୍ରାମରେ ଥିବା ମହାପ୍ରଭୁଙ୍କ ଶରୀର ସୁସ୍ଥ ହେବାରେ ଯେପରି କୌଣସି ବିଘ୍ନ ନଘଟେ, ସେ ନେଇ ଘଣ୍ଟଘଣ୍ଟା, ସଂଗୀତ, କୀର୍ତ୍ତନ, ସବୁକିଛି ଶ୍ରୀମନ୍ଦିରରେ ବନ୍ଦ ରଖାଯାଇଛି। ଶ୍ରୀବିଗ୍ରହମାନଙ୍କୁ ସୁସ୍ଥ କରିବାପାଇଁ ସେବାରେ ଲାଗି ପଡ଼ିଛନ୍ତି ଦଇତାପତି ସେବକ। ଖଣ୍ଡିଏ ମାତ୍ର ଶୁକ୍ଳ ବସ୍ତ୍ରରେ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଉଛନ୍ତି। ମଙ୍ଗଳବାର ଦିନ ଅଣସର ପିଣ୍ଡିରେ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହୋଇଛି। ସ୍ନାନଯାତ୍ରାରୁ ମହାପ୍ରଭୁ ପରିଧାନ କରିଥିବା ଓଦା ବସ୍ତ୍ର ଫିଟାଯାଇଛି। ଏବେ ମହାପ୍ରଭୁଙ୍କୁ ପଥିଭୋଗରେ ନାନାଦି ଫଳମୂଳ, କ୍ଷୀର, ଛେନା, ସର ଆଦିରେ ପ୍ରସ୍ତୁତ ଚକଟା ଭୋଗ ଲାଗି କରାଯାଇଛି। ପରେ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଅଣସର ପଣା ସହ ଫୁଲୁରୀ ତେଲ ଲାଗି ହେବ। ଅନ୍ୟପଟେ ଶୁକ୍ଳ ବସ୍ତ୍ର ସହ ଧଳାରଙ୍ଗର ଫୁଲ ବି ଠାକୁରଙ୍କଠାରେ ଲାଗି ହୋଇଛି।

Spread the love