World-famous Joranda mela begins in Odisha's Dhenkanal with religious fervor

ମାଘ ଶୁକ୍ଳ ଚତୁର୍ଦ୍ଦଶୀରୁ ଆରମ୍ଭ ହୋଇଯାଇଛି ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । । ବିଶ୍ବର ମଙ୍ଗଳ ପାଇଁ ଜଳୁଛି ଝାଡଦୀପ। ୨୪ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ମହିମା ସାଧୁ ସନ୍ନ୍ୟାସୀ ଓ ଶ୍ରଦ୍ଧାଳୁ୍‌ଙ୍କ ସମାଗମରେ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ଯୋରନ୍ଦା ମହିମା ଗାଦି ପୀଠ ।ଅଲେଖ ମହିମା ଧ୍ବନିରେ ପ୍ରକମ୍ପିତ ହେଉଛି ଶୂନ୍ୟ ମନ୍ଦିର। ମାଘମେଳାର ପ୍ରଥମ ଦିନରେ ବିଶ୍ୱ କଲ୍ୟାଣ ପାଇଁ ଘୃତାହୂତି କରାଯାଇ ଗାଦି ମନ୍ଦିରରେ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ୱଳନ କରି ବିଶ୍ୱ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଛନ୍ତି । ମାନସିକଧାରୀମାନେ ଶିଶୁଙ୍କୁ ମୁଣ୍ଡନ କରି ମହିମା ସନ୍ନ୍ୟାସୀଙ୍କ ଆଶୀର୍ବାଦ ନେଇଛନ୍ତି । ଚଳିତବର୍ଷ ଓଡ଼ିଶା ସମେତ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରୁ ବହୁ ସଂଖ୍ୟାରେ ସାଧୁସନ୍ନ୍ୟାସୀ ଓ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଛି । ସେହିପରି ଚଳିତବର୍ଷ ପ୍ରଥମ କରି ଜିଲା ପ୍ରଶାସନ ପକ୍ଷରୁ ମହିମାଗାଦି ଯୋରନ୍ଦାରେ ଏକ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଇଛି। ମେଳାସ୍ଥଳରେ ବିଭିନ୍ନ କିସମର ଦୋଳି, ଉଠା କୋଦାନ ପଡ଼ିଥିବାବେଳେ ମନୋରଞ୍ଜନ ପାଇଁ ଅପେରା ପାର୍ଟିର ମଧ୍ୟ ଆୟୋଜନ ହୋଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ପାଇଁ ଗାଦି ମନ୍ଦିର ଭିତରେ ଧାଡ଼ିରେ ପ୍ରବେଶ ପାଇଁ ବ୍ୟାରିକେଟ୍‌ ନିର୍ମାଣ କରାଯାଇଛି।

ସତ୍ୟମହିମା ଧର୍ମର ପ୍ରଚାର ପାଇଁ ଏହାର ପ୍ରତିଷ୍ଠାତା ମହିମାପ୍ରଭୁ ଯୋଗେଶ୍ୱର ପାଦରେ ସାରା ଓଡ଼ିଶା ଭ୍ରମଣ କରି ଶେଷରେ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗ୍ରାମରେ ପହଁଞ୍ଚିଥିଲେ । ସେଠାରେ ଥିବା ଶିଷ୍ୟଙ୍କ ମଧ୍ୟରୁ ୮୪ ଜଣଙ୍କୁ କୌପୀନ ଓ ୯୧ ଜଣଙ୍କୁ ବକ୍‌କଳ ପ୍ରଦାନ କରି ମହିମା ସନ୍ନ୍ୟାସୀ ନାମରେ ଅଭିହିତ କରିଥିଲେ । ଶ୍ରୀ ଦିଲ୍ଲୀଶ୍ୱରାବ୍ଦ ୧୨୮୩ ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ଯୋଗେଶ୍ୱର ମହିମାପ୍ରଭୁ ପଦ୍ମାସନରେ ଉପବିଷ୍ଟ ହୋଇ ଦେହତ୍ୟାଗ କରିଥିଲେ I ତାଙ୍କର ଶରୀରକୁ ଯୋରନ୍ଦାଠାରେ ଭୂସମାଧି ଦିଆଗଲା ଓ ଢେଙ୍କାନାଳ ନରେଶ ଅଲେଖ ମହିମା ମହାମନ୍ତ୍ର ଉଚ୍ଚାରଣ କରି ଏହି କାର୍ଯ୍ୟ ସମାପନ କରିଥିଲେ । ସେହି ସମାଧି ମନ୍ଦିର ବା ‘ସ୍ମୃତି ମନ୍ଦିର’ ମହିମାଗାଦି ନାମରେ ପ୍ରସିଦ୍ଧ । ମହିମା ପ୍ରଭୁଙ୍କର ଦେହତ୍ୟାଗ ପରଠାରୁ ପ୍ରତିବର୍ଷ ମହିମାଗାଦି ପ୍ରାଙ୍ଗଣରେ ଏହି ମହିମା ମେଳା ମହୋତ୍ସବ ପାଳିତ ହୋଇଆସୁଛି ।

Spread the love