Prominent Odia litterateur Bangali Nanda nominated for Kendra Sahitya Akademi Award 

ବିଶିଷ୍ଟ ସାହିତ୍ଯିକ ବଙ୍ଗାଳୀ ନନ୍ଦ ପାଇବେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର । ୨୦୨୩ ପାଇଁ ଅନୁବାଦରେ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ତେଲୁଗୁ ଭାଷାରୁ ଓଡ଼ିଆ ଭାଷାକୁ ଅନୁଦିତ ନେଲୁରୀ କେଶବ ସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ ପାଇଁ ବଙ୍ଗାଳୀ ନନ୍ଦଙ୍କୁ ଏହି ସମ୍ମାନ ମିଳିବ । ୨୦୧୯ ମସିହାରେ ତାଙ୍କର ଏହି ପୁସ୍ତକ ଏନବିଟି ଦ୍ବାରା ପ୍ରକାଶିତ ହୋଇଥିଲା । ଏନବିଟିର ସମ୍ପାଦକ ତାଙ୍କୁ ନେଲୁରୀ କେଶବ ସ୍ବାମୀଙ୍କ ଶ୍ରେଷ୍ଠ ଗଳ୍ପ ବହିଟିକୁ ଅନୁବାଦ କରିବା ପାଇଁ ଅନୁରୋଧ କରିଥିଲେ । ଏହି ବହିଟି ମୂଳତଃ ତେଲୁଗୁ ଭାଷାରେ ଲେଖିତ । କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ପରେ ବିଶିଷ୍ଟ ସାହିତ୍ଯିକ ବଙ୍ଗାଳୀ ନନ୍ଦ ବେଶ ଖୁସି ପ୍ରକାଶ କରିଛନ୍ତି । ହିନ୍ଦୀ, ଇଂରାଜୀ ଓ ତେଲୁଗୁ ସମେତ ଅନ୍ୟ ଭାଷାରୁ ଅନେକ ଗଳ୍ପ ଓ କବିତା ଅନୁବାଦ କରି ପ୍ରସିଦ୍ଧି ଲାଭ କରିଛନ୍ତି ବଙ୍ଗାଳୀ ନନ୍ଦ । ବିଭିନ୍ନ ଭାଷାରେ ତାଙ୍କର ଉଲ୍ଲେଖନୀୟ ଅନୁବାଦ କୃତି ଗୁଡ଼ିକ ନୂଆପିଢିର ଲେଖକ ମାନଙ୍କୁ ନିଶ୍ଚୟ ପ୍ରେରିତ କରିବ ।

Spread the love