Bibhu Hota will receive the Kishori Charan Award

ଯୁବ କଥାକାର ବିଭୁ ହୋତା ଚଳିତବର୍ଷର ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଶ୍ରୀ ହୋତାଙ୍କ ଲିଖିତ ତଥା ପେନ୍ ଇନ୍ ବୁକ୍ସ୍ ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ଗଳ୍ପ ସଂକଳନ ‘ଜହ୍ନପା’ ପାଇଁ ସେ ଏହି ପୁରସ୍କାର ପାଇବାକୁ ଚୟନ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୧ ତାରିଖ, ବୁଧବାର ଶ୍ରୀରାମଚନ୍ଦ୍ର ଭବନରେ ସଂଧ୍ୟା ୬ଟାରେ ହେବାକୁ ଥିବା କିଶୋରୀ ଚରଣ ଦାସଙ୍କ ୯୯ତମ ଜୟନ୍ତୀ ସମାରୋହରେ କଥାକାର ଶ୍ରୀ ହୋତାକୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାରସ୍ବରୂପ ଶ୍ରୀ ହୋତାଙ୍କୁ ମାନପତ୍ର, ଉପଢୌକନ ସମେତ ନଗଦ ୧୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ସ୍ମୃତି ସଂସଦର ସଂପାଦକ ବିଜୟାନନ୍ଦ ସିଂହ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

Spread the love