Dharmendra Pradhan at the launch of Vijay Nayak's collection of essays 'Reality of Imagination'

ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ ସଚିବ ତଥା ବିଶିଷ୍ଟ ଲେଖକ ବିଜୟ ନାୟକଙ୍କ ପ୍ରବନ୍ଧ ସଂକଳନ ‘କଳ୍ପନାର ବାସ୍ତବତା’ ଉନ୍ମୋଚିତ ହୋଇଛି। ସ୍ଥାନୀୟ ଭାରତୀୟ ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆ‌ ସଭାଗୃହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ଓଡ଼ିଶାର ସଭ୍ୟତା ବହୁ ପୁରୁଣା। ସେ ଉଦାହରଣ ଦେଇ କହିଲେ, ଜଗତସିଂହପୁର ଜିଲ୍ଲାରେ ଏକ ଗାଁ’ ଅଛି ଯାହାକି ୩୫୦୦ ବର୍ଷ ପୁରୁଣା। ଓଡ଼ିଶାରେ ୫-୭ ହଜାର ବର୍ଷର ପୁରୁଣା ସଭ୍ୟତା ରହିଛି। ଓଡ଼ିଶାର ଅସ୍ମିତା ସଂପର୍କରେ ବିଜୟ ନାୟକ ତାଙ୍କ ପ୍ରବନ୍ଧରେ ଲେଖିଛନ୍ତି। ବାଲିଯାତ୍ରା ସମେତ ଓଡ଼ିଶାର ଅନେକ ପରମ୍ପରା ଏବଂ ଐତିହ୍ୟ କାହାଣୀ ବା କଳ୍ପନା ନୁହେଁ, ବରଂ ବାସ୍ତବତା। ଏହି ଅବସରରେ ଶ୍ରୀ ପ୍ରଧାନ କହିଲେ, ଓଡ଼ିଆ ଜାତିର ଅସ୍ମିତା ଆଜି ପ୍ରଶ୍ନବାଚୀ। ଏ ଦିଗରେ ବିତର୍କ ହେବା ଜରୁରୀ। ଓଡ଼ିଆ ଜାତି ଓ ଏହାର ଅସ୍ମିତାକୁ ଆଗେଇ ନେବା ସାମୂହିକ ଦାୟିତ୍ବ। ଶ୍ରୀ ନାୟକଙ୍କ ପୁସ୍ତକ ବିଶେଷ କରି ଯୁବପିଢ଼ିଙ୍କ ଦ୍ବାରା ବିଶେଷ ଆଦୃତ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ।

Spread the love