Bhubaneswar's Aridita Chakraborty to participate in World Summer Games to be held in Berlin

ବର୍ଲିନରେ ଚମକିବେ ଭୁବନେଶ୍ବର ଝିଅ ଅରିଦିତା ଚକ୍ରବର୍ତ୍ତୀ । ରାଜଧାନୀରେ ଓପନ ଲର୍ନିଙ୍ଗ ସିଷ୍ଟମରେ ପ୍ରଶିକ୍ଷଣ ନେଉଥିବା ଅରିଦିତା ଆସନ୍ତା ଜୁନ ୧୭ ରୁ ୨୪ ଯାଏଁ ଜର୍ମାନୀର ବର୍ଲିନ ସହରରେ ହେବାକୁ ଥିବା ୱାର୍ଲଡ ସମର ଗେମରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସହ ମେଡାଲ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଅରିଦିତା । ଏଥିରେ ସଟଫୁଟ ଏବଂ 400 ମିଟର ରେସରେ ଭାଗ ନେବାକୁ ଥିବା ବେଳେ ଏଥିପାଇଁ ସେ ପରିଶ୍ରମ ଜାରି ରଖିଛନ୍ତି । କୋଚ ସସ୍ମିତା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅରିଦିତା ଦୈନିକ ଅଭ୍ୟାସ କରୁଛନ୍ତି । କିଛି ଦିନ ତଳେ ଗୁଜୁରାଟରେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପରେ ଅରିଦିତାଙ୍କୁ ବର୍ଲିନ ଟିକେଟ ମିଳିଛି । ଅନ୍ତର୍ଜାତୀୟ ସ୍ତରର ଏହି କ୍ରୀଡା ପ୍ରତିଯୋଗିତାରେ ସେ କିପରି ମେଡାଲ ଜିତିବେ ସେଥିପାଇଁ ତାଙ୍କ ମାଆଙ୍କ ସହ କୋଚଙ୍କ ପ୍ରୟାସ ମଧ୍ୟ ଜାରି ରହିଛି । କୋଚଙ୍କ ଅନୁପସ୍ଥିତ ଥିଲେ ମାଆ ନିଜେ ଅରିଦିତାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ତେବେ ପ୍ରତିଭା ଭରପୂର ଥିବା ବେଳେ ୱାର୍ଲଡ ସମର ଗେମରେ ମେଡାଲ ଜିତିବେ ବୋଲି ଅରିଦିତାଙ୍କ ଆତ୍ମବିଶ୍ବାସ ମଧ୍ୟ ରହିଛି ।

Spread the love