‘Nutrition Man’ Basanta Kumar Kar gets 'Pravasi Odia Samman'

ପ୍ରବାସୀ ଓଡ଼ିଆ ବିକାଶ ସମିତି ପକ୍ଷରୁ ନୂଆଦିଲ୍ଲୀଠା‌ରେ ଅନୁଷ୍ଠିତ ହୋଇଯାଇଛି ମହାବିଷୁବ ସଂକ୍ରାନ୍ତି ମିଳନ କାର୍ଯ୍ୟକ୍ରମ । ଏଥିରେ ପ୍ରବାସୀ ଓଡ଼ିଆ ବିକାଶ ସମିତିର ସଭାପତି ସୂର୍ଯ୍ୟନାରାୟଣ ମିଶ୍ର, ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି, ଆରଏସ୍‌ଏସ୍‌ ପର୍ଯ୍ୟାବରଣ ଗତିବିଧିର ସଂଯୋଜକ ଗୋପାଳ ଆର୍ଯ୍ୟ, ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ୍‌ ଅରିଜିତ ପଶାୟତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସମାଜସେବା (ପୋଷଣ) କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନ୍ୟୁଟ୍ରିସନ୍‌-ମ୍ୟାନ୍ ଭାବେ ଜଣାଶୁଣା ବସନ୍ତ କୁମାର କରଙ୍କୁ ସମିତିର ସର୍ବୋଚ୍ଚ ସମ୍ମାନ ‘ପ୍ରବାସୀ ଓଡ଼ିଆ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଅପପୁଷ୍ଟିରୁ ଓଡ଼ିଶାକୁ ମୁକ୍ତ କରିବା, ମିସନ୍‌ ଫାଇଲେରିଆରେ ସେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହାବ୍ୟତୀତ ସେ ଛତିଶଗଡ଼ରେ ଅପପୁଷ୍ଟି ଜନିତ ମୃତ୍ୟୁ ହ୍ରାସ କରିବା ପାଇଁ ସ୍ବତନ୍ତ୍ର ପୋଷଣ ନୀତି ପ୍ରସ୍ତୁତ କରିଥିଲେ।

Spread the love