Prof Prasan K Swain New VC Of Utkal University of Culture In Odisha

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା‌ ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ପ୍ରଫେସର ସ୍ବାଇଁଙ୍କୁ ଆସନ୍ତା ତିନି ବର୍ଷ ପାଇଁ କୁଳପତି ଭାବେ ନିଯୁକ୍ତ କରିଛନ୍ତି। ପ୍ରଫେସର ସ୍ବାଇଁଙ୍କର ୩୧ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଛି। ସେ ୧୦ଟି ପୁସ୍ତକ ରଚନା କରିଛନ୍ତି। ତାଙ୍କ ଅଧୀନ‌ରେ ଦୁଇ ଜଣ ଡି.ଲିଟ୍, ୧୫ଜଣ ପିଏଚଡି ଓ ୫୬ଜଣ ଏମ.ଫିଲ୍ କରିଛନ୍ତି। ନିଯୁକ୍ତି ପରେ ପ୍ରଫେସର ସ୍ବାଇଁ କହିଛନ୍ତି ଯେ ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ଦାୟିତ୍ବ ଗ୍ରହଣ କରିବି। ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା, ସଂସ୍କୃତି ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣକୁ ପ୍ରାଥମିକତା ଦିଆଯିବ। ସୂଚନା‌ଯୋଗ୍ୟ ଯେ ଜାନୁଆରି ୬ରେ ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଦେଶର ଏହି ପ୍ରଥମ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପଦବି ଖାଲି ପଡ଼ିଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଭାରପ୍ରାପ୍ତ କୁଳପତି ଦାୟିତ୍ବ ନିର୍ବାହ କରୁଥିଲେ।

Spread the love