Eminent Linguist Dr Debi Prasanna Pattanayak To Be Honoured With First World Odia Language Award

ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ୍ ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରାଯିବ। ଡ. ପଟ୍ଟନାୟକଙ୍କୁ ଓଡ଼ିଆ ଭାଷା ଉପରେ ତାଙ୍କର ଉଚ୍ଚକୋଟୀର ଗବେଷଣା ଦିଗରେ ତାଙ୍କର ଜୀବନ ବ୍ୟାପୀ ସାଧନାର ସ୍ୱୀକୃତି ସ୍ଵରୂପ ବିଶ୍ଵ ଓଡିଆ ସମ୍ମାନରେ ସମ୍ମାନିତ କରାଯିବ। ଏହାସହ ପୁରସ୍କାର ବାବଦରେ ତାଙ୍କୁ କୋଡ଼ିଏ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଭାରତର ଜଣେ ବିଶିଷ୍ଟ ଭାଷାବିତ୍ ଭାବରେ ସୁପରିଚିତ ଡ. ପଟ୍ଟନାୟକଙ୍କ ଗବେଷଣା ଓଡ଼ିଆ ଭାଷାକୁ ବହୁ ଭାବରେ ସମୃଦ୍ଧ କରିଛି। । ଭାରତୀୟ ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ ସେ ସୁନାମ ମଧ୍ୟ ଅର୍ଜନ କରିଛନ୍ତି। ଭାରତୀୟ ଭାଷା ସମୂହର ବିକାଶ ଦିଗରେ ସମର୍ପିତ ଉଦ୍ୟମ ପା ଇଁ ଡ. ପଟ୍ଟନାୟକଙ୍କୁ ପୂର୍ବରୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ଭୂଷିତ କରାଯାଇଛି।

Spread the love