Our goal is to build a strong economy with the development of the eastern region: Dharmendra Pradhan

ଭୁବନେଶ୍ୱରରେ ପୂର୍ବୋଦୟକୁ ନେଇ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦ’ଏନର୍ଜି ଫୋରମ (ଟିଇଏଫ୍‌) ପକ୍ଷରୁ କନ୍‌ଫେଡେରେସନ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ (ସିଆଇଆଇ) ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସହଯୋଗରେ ‘ପୂର୍ବୋଦୟ ଆଭିମୁଖ୍ୟ: ଆଞ୍ଚଳିକ ସଂଯୋଗୀକରଣକୁ ଗୁରୁତ୍ୱ’ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟିତ କରିଛନ୍ତି ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ‘ଭାରତ ପୂର୍ବାଞ୍ଚଳର ବିକାଶରେ ସମ୍ପୂର୍ଣ୍ଣ ଦେଶର ବିକାଶ ସମ୍ଭବ । ଆଞ୍ଚଳିକ ତଥା ସୀମାପାର ସଂଯୋଗୀକରଣ ଦ୍ୱାରା ଏକ ମଜବୁତ ଅର୍ଥନୀତି ଗଠନ ହୋଇପାରିବ । ଏଥିରେ ପଡ଼ୋଶୀ ଦେଶଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିବେ’ । ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ମାନ୍ୟବର କେନ୍ଦ୍ର ବୈଦେଶିକ ବ୍ୟାପାର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଭି. ମୂରଲିଧରନ୍ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ବାଂଲାଦେଶ ଉଚ୍ଚାୟୁକ୍ତ ଶ୍ରୀ ମୁସ୍ତାଫିଜୁର ରେହମାନ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ (ପୂର୍ବ) ଶ୍ରୀ ସୌରଭ କୁମାର, ପଦ୍ମ ବିଭୂଷଣ ଡଃ ଅନିଲ କାକୋଦକର, ସିଆଇଆଇ ଡିଜି ଶ୍ରୀ ଚନ୍ଦ୍ରଜିତ୍ ବାନାର୍ଜୀ ଓ ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ବିଚାରଧାରାକୁ ଗୁରୁତ୍ୱ ଦେଇ କହିଥିଲେ ଯେ, ଉତ୍ତରାଖଣ୍ଡର ଗଙ୍ଗାନଦୀ ଠାରୁ ଆରମ୍ଭ କରି କୋଲକାତାର ଗଙ୍ଗାଘାଟ, ଉତ୍ତରପ୍ରଦେଶ, ବିହାର ସମେତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ସଂଯୋଗ କରୁଥିବା ମାର୍ଗ ବେଶ୍ ପ୍ରଶସ୍ତ । ଏହି ମାର୍ଗଗୁଡ଼ିକର ସଂଯୋଗୀକରଣ ଦ୍ୱାରା ଭାରତର ପୂର୍ବ ଭାଗର ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ । ନେପାଳ, ଭୂଟାନ ଏବଂ ବାଂଲାଦେଶ ଭଳି ଆମର ପ୍ରିୟ ପଡ଼ୋଶୀ ଦେଶମାନଙ୍କ ସହିତ ଗଙ୍ଗାସାଗର, କଳିଙ୍ଗପାଟନମ୍‌, ଭାରତର ଉତ୍ତର-ପୂର୍ବାଞ୍ଚଳ ସହିତ ସଂଯୋଗ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ଶକ୍ତି, ଶିକ୍ଷା, ଟେଲି ଯୋଗାଯୋଗ କ୍ଷେତ୍ରରେ ସଂଯୋଗୀକରଣ ହେଉଛି ଭାରତୀୟଙ୍କ ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହି ସଂସାଧନର ସୁବିନିଯୋଗ ଆଗାମୀ ଦିନରେ ପୂର୍ବାଞ୍ଚଳ ରୋଜଗାରରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଦେଶରେ ଏକ ନୂତନ ଅର୍ଥନୀତି ସୃଷ୍ଟି କରିବା ଲକ୍ଷ୍ୟ ନେଇ ମହଜୁଦ ଥିବା ଜଙ୍ଗଲ, ସମୁଦ୍ର ଓ ଖଣିଜ ଦ୍ରବ୍ୟ ଭଳି ପ୍ରାକୃତିକ ସମ୍ପଦର ସୁବିନିଯୋଗ ହିଁ ଆମର ଲକ୍ଷ୍ୟ ହେବା ଉଚିତ । ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ଏବଂ ସାଂସ୍କୃତିକ ବିନିମୟକୁ ଆଗେଇ ନେବା ପାଇଁ ମାନ୍ୟବର ମନ୍ତ୍ରୀ ଓଡ଼ିଶାର ଭୂମିକା ଉପରେ ଆଲୋକପାତ କରିଥିଲେ । ଓଡ଼ିଶାର ପାରମ୍ପରିକ ଐତିହ୍ୟକୁ ବହନ କରୁଥିବା ବାଲିଯାତ୍ରା ଓଡ଼ିଶାର ସାମୁଦ୍ରିକ କ୍ଷମତାକୁ ଏକ ଅର୍ଥନୈତିକ ଦିଗ ଦେଇଥିବା ବେଳେ ଭାରତ ସରକାରଙ୍କ ପୂର୍ବୋଦୟ ନୀତି ଅନନ୍ୟ ସୁଯୋଗ ସୃଷ୍ଟି କରି ଏହାକୁ ଅଧିକ ବଳିଷ୍ଠ କରିବ ବୋଲି ମନ୍ତ୍ରୀ କହିଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଭି. ମୂରଲୀଧରନ୍ ଓଡ଼ିଶାର ଐତିହାସିକ ବାଲିଯାତ୍ରାକୁ ନୌବାଣିଜ୍ୟ ଏବଂ ସାମୁଦ୍ରିକ ସଂଯୋଗୀକରଣର ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ଅଭିହିତ କରିଥିଲେ । ସମ୍ମିଳନୀରେ ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ବିଶେଷଜ୍ଞଙ୍କ ଅଂଶଗ୍ରହଣ ଭାରତୀୟ ବୈଦେଶିକ ନୀତି ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିବାରେ ସାହାଯ୍ୟ କରିବା ସହ ଏହି ସଂଯୋଗୀକରଣର ବିସ୍ତୃତ ଅନୁସନ୍ଧାନକୁ ନିଶ୍ଚିତ କରିବ ।
‘ଦ ଏନର୍ଜୀ ଫୋରମ୍‌’ର ଟ୍ରଷ୍ଟି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ସ୍ୱାଗତ ଭାଷଣ ମାଧ୍ୟମରେ “ପୂର୍ବୋଦୟ ଆଭିମୁଖ୍ୟ’ ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ସିଆଇଆଇ ଡିଜି ଶ୍ରୀ ଚନ୍ଦ୍ରଜିତ୍ ବାନାର୍ଜୀ ‘ପୂର୍ବୋଦୟ ଏବଂ ସଂଯୋଗୀକରଣ’ରେ ଶିଳ୍ପ ଜଗତର ଆଭିମୁଖ୍ୟ ବିଷୟରେ ନିଜର ମତାମତ ଦେଇଥିଲେ । ଏହି ଅବସରରେ ‘ଇଣ୍ଡିଆଜ୍ ଏନର୍ଜୀ ଟ୍ରାଞ୍ଜିସନ: ଏ ରୋଡ ମ୍ୟାପ୍ ଆକ୍ରଶ ଦ ସେକ୍ଟର’ ସମ୍ବଳିତ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏଥିସହ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ସିଆଇଆଇ/ଶିଳ୍ପ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା ।

Spread the love