blog

ଭାରତୀୟ ମହିଳାଙ୍କର ଏକ ପାରମ୍ପରିକ ପୋଷାକ ହେଉଛି ଶାଢ଼ି । ଶାଢ଼ି ଯେତିକି ଆରମଦାୟକ ସେତିକି ଆକର୍ଷକ । କପଡ଼ା ଓ ବୟନ ଶିଳ୍ପରେ ଓଡ଼ିଶାର ଏକ ସମୃଦ୍ଧ ଐତିହ୍ୟ ରହିଛି । ଏପରିକି ଏହା ଓଡ଼ିଶାର ଏକ ପ୍ରମୁଖ ଉଦ୍ୟୋଗ, ଯାହା ଲକ୍ଷାଧିକ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଉଛି । ରାଜ୍ୟରେ ବୟନ ଶିଳ୍ପର ସ୍ୱେଦେଶୀ ଶୈଳୀ ପୁରୁଣା ଧାର୍ମିକ ଗ୍ରନ୍ଥରୁ ଅନୁପ୍ରାଣିତ ହୋଇଛି । ଅନ୍ୟ ରାଜ୍ୟର ବିପରୀତ ଓଡ଼ିଶାର ଶାଢ଼ି ଅଧିକାଂଶ ହିନ୍ଦୁ ଧାର୍ମିକ ଗ୍ରନ୍ଥରୁ ପ୍ରେରଣା ପାଇଛି । ବିଶେଷକରି ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଜଡ଼ିତ କଥାବସ୍ତୁକୁ କେନ୍ଦ୍ର କରି ବୁଣାକାରମାନେ ଶାଢ଼ି ବୁଣୁଥିବା ଦେଖିବାକୁ ମିଳିଥାଏ । ଜଗନ୍ନାଥ ସଂସ୍କୃତିରୁ ପ୍ରେରିତ ହୋଇ ଅଧିକାଂଶ ଶାଢ଼ିର ପାଢ଼ିରେ ଜଗନ୍ନାଥଙ୍କ ଶ୍ରୀମନ୍ଦିର, ଧାର୍ମିକ ଡିଜାଇନ ଓ ପାରମ୍ପରିକ ରଙ୍ଗ ଦେଖିବାକୁ ମିଳିଥାଏ । ଓଡ଼ିଶା ଏହାର ସିଲ୍କ ଓ କଟନ୍ ପାଇଁ ବେଶ୍ ଜଣାଶୁଣା । ଭିନ୍ନ ଭିନ୍ନ ପ୍ରକାରର ଟସର ସିଲ୍କ ଓ କଟନ ଏହା ଉତ୍ପାଦନ କରୁଛି । ଇକତ ରଙ୍ଗ ଓ ବୁଣାର ନିଜସ୍ୱ ଶୈଳୀ ପାଇଁ ଏହି ରାଜ୍ୟ ଅଧିକ ଜଣାଶୁଣା । ଓଡ଼ିଶାର ଏହି ନିଆରା ଶାଢ଼ି ଡିଜାଇନ କେବେ ବି ଫ୍ୟାଶନ୍ ଇଣ୍ଡଷ୍ଟ୍ରୀରୁ ହଜିଯାଇନି ।

ସମ୍ବଲପୁରୀ ଇକତ ବା ବାନ୍ଧ ଶାଢ଼ି

ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଶାଢ଼ି ମଧ୍ୟରେ ସମ୍ବଲପୁରୀ ଶାଢ଼ି ଅନ୍ୟତମ । ଏହି ସମ୍ବଲପୁରୀ ଶାଢ଼ି ଉପରେ ସାଧାରଣତଃ ପକ୍ଷୀ, ପଶୁ, ରୁଦ୍ରାକ୍ଷ ମାଳା, ଜ୍ୟୋମେଟ୍ରିକ୍ ଡିଜାଇନ୍‌, ପଶା, ମନ୍ଦିରର ଶିଖର, ଫୁଲ ଆଦି ଡିଜାଇନ କରାଯାଇଥାଏ । ଏହି ଶାଢ଼ିର କେବେଳ ପାଢ଼ିରେ ନୁହେଁ ବରଂ ପୂରା ଶାଢ଼ିରେ ବି ଡିଜାଇନ୍ ଦେଖାଯାଏ । କଟକର ନୂଆପାଟଣାରେ ବୁଣାକାରମାନେ ଜଗନ୍ନାଥଙ୍କ ଗୀତ ଗୋବିନ୍ଦରୁ ଅନୁପ୍ରାଣିତ ହୋଇ ସିଲ୍କ ଶାଢ଼ି ତିଆରି କରୁଛନ୍ତି । ଏହି ଶାଢ଼ି ପ୍ରତ୍ୟେକ ଦିନ ଜଗନ୍ନାଥଙ୍କ ମନ୍ଦିରରେ ଠାକୁରଙ୍କୁ ସଜାଯାଉଛି । ସମ୍ବଲପୁରୀ ବା ବାନ୍ଧ ଶାଢ଼ି ସମ୍ବଲପୁର, ବ୍ରହ୍ମପୁର, ମୟୂରଭଞ୍ଜ ଏବଂ ନୂଆପାଟଣାରେ ବୁଣାଯାଇଥାଏ । ଏହାକୁ ସମ୍ବଲପୁରୀ ଶାଢ଼ି କୁହାଯାଉଥିଲେ ବି ଯେଉଁ ବୁଣାକାରମାନେ ବାନ୍ଧ ଶାଢ଼ି ତିଆରି କରନ୍ତି, ସେମନେ ନିଜସ୍ୱ ଶୈଳୀ ଯୋଗ କରିଥାନ୍ତି । ସମ୍ବଲପୁରୀ ଇକତ କଟନ ସଂସ୍କରଣରେ ଲୋକପ୍ରିୟ । ନୂଆପାଟଣାର ବୁଣାକାରମାନେ ସମାନ ବୁଣାବା ଶୈଳୀ ଓ ଡିଜାଇନ୍ କରୁଥିଲେ ବି ଏହା ସଫ୍ଟ ସିଲ୍କ ଓ ଟସର ସିଲ୍କରେ ଉପଲବ୍ଧ ହେଉଛି । ବ୍ରହ୍ମପୁରରେ ଏହି ଶାଢ଼ିର ବର୍ଡର ପତଳା ହୋଇଥିବାବେଳେ ଏହା ଭାରୀ ରେଶମ ସଂସ୍କରଣରେ ଉପଲବ୍ଧ ହେଉଛି ।

ଗଞ୍ଜାମର ବୋମକାଇ ବା ସୋନପୁରୀ ଶାଢ଼ି

ବୋମକାଇ ଶାଢ଼ି ପିନ୍ଧିବାକୁ ବେଶ୍ ଆରମଦାୟକ । ସାଧାରଣତଃ ନରମ ରେଶମ ବୁଣାଯାଇଥିବା ଏହି ବୋମକାଇ ଶାଢ଼ିର ପଣତ ଓ ପାଢ଼ିରେ ରେଶମ ବା ସିଲ୍କ ସୁତାରେ ଏମ୍ବ୍ରୋଡରୀ ଓ ଇକତ ବୟନ କଳାର ସଂଯୋଜନା ଦେଖିବାକୁ ମିଳିଥାଏ । ଅଧିକାଂଶ ଶାଢ଼ିର ବର୍ଡର ସାଦା ଥିବାବେଳେ ପଣତରେ ବିଭିନ୍ନ ଡିଜାଇନ୍ କରାଯାଇଥାଏ । ଆଦିବାସୀ କଳା, ପ୍ରାକୃତିକ ଥିମ୍ ଓ ମାଛର ଡିଜାଇନ୍ ଦେଖିବାକୁ ମିଳୁଛି । କାରଣ ମାଛକୁ ସଫଳତା ଓ ପ୍ରସନ୍ନତାର ପ୍ରତୀକ ଭାବେ ଗ୍ରହଣ କରାଯାଏ । ବୋମକାଇ ଶାଢ଼ି ସାଧାରଣତଃ କଳା, ଧଳା ଓ ଲାଲ ରଙ୍ଗର ପୃଷ୍ଠଭୂମିରେ ଡିଜାଇନ କରାଯାଇଥାଏ । ତେବେ ଆଜିକାଲି ଶାଢ଼ିର ମୌଳିକତା ଅକ୍ଷୂଣ୍ଣ ରଖି ବିଭିନ୍ନ ରଙ୍ଗ ଓ ଡିଜାଇନ୍‌ର ଶାଢ଼ି ବଜାରରେ ଉପଲବ୍ଧ ହେଉଛି । କୌଣସି ଶୁଭ କାମ କିମ୍ବା ସମାରୋହରେ ବୋମକାଇ ଶାଢ଼ି ପିନ୍ଧିବାକୁ ପସନ୍ଦ କରାଯାଏ । ବୋମକାଇ କଟନ ଶାଢ଼ି ସମାନ ଶୈଳୀରେ କଟନ ଫ୍ୟାବ୍ରିକ୍‌ରେ ତିଆରି କରାଯାଏ । ଗଞ୍ଜାମ ଜିଲ୍ଲାର ବୁଣାକାରମାନେ ଏହି ଶାଢ଼ି ବୁଣୁଥିବା ଦେଖିବାକୁ ମିଳିଥାଏ ।

କୋରାପୁଟର କୋଟପାଡ଼ ଶାଢ଼ି

କୋଟପାଡ଼ ସୁତା ଶାଢ଼ିର ବର୍ଡର ବହୁତ ଟାଣ । ଏହାକୁ ଅର୍ଗାନିକ ଭାବରେ ରଙ୍ଗ କରାଯାଇଥାଏ । ଏହା କପଡ଼ାକୁ ଏକ ସୁନ୍ଦର ଓ ସମୃଦ୍ଧି ଲୁକ୍ ଦେଇଥାଏ । ଏହାର ତିଆରି କରିବା ପ୍ରକ୍ରିୟାରେ ବହୁତ ସମୟ ଲାଗିଥାଏ । ସୁନ୍ଦର ରଙ୍ଗ ଓ ପରିବେଶ ଅନୁକୂଳ ପାଇଁ ଏହି ଶାଢ଼ି କିଣିବାକୁ ଗ୍ରାହକ ଖୁବ ପସନ୍ଦ କରିଥାନ୍ତି । କୋରାପୁଟସ୍ଥିତ କୋଟପାଡ଼ର ମିର୍ଗାନ ସମ୍ପ୍ରଦାୟର ବୁଣାକାରଙ୍କ ଦ୍ୱାରା ଏହି ଶାଢ଼ି ତିଆରି କରାଯାଉଛି । ବିଭିନ୍ନ ଗଛର ବକଳା, ହରିଡ଼ା, ପରିବା ଆଦିରୁ ରଙ୍ଗ ତିଆରି କରାଯାଇ ସୂତାରେ ଦିଆଯାଏ । ଗୋଟିଏ ଗୋଟିଏ ଶାଢ଼ି ତିଆରି କରିବା ପାଇଁ ୧୫ ଦିନରୁ ମାସେ ସମୟ ଲାଗିଯାଏ । କୋଟପାଡ଼ ହ୍ୟାଣ୍ଡଲୁମ୍ ଫ୍ୟାବ୍ରିକ୍ ଓଡ଼ିଶାର ପ୍ରଥମ ଜିନିଷ, ଯାହା ୨୦୦୫ରେ ଜିଓଗ୍ରାଫିକାଲ ଇଣ୍ଡିକେସନ ଅଫ ଇଣ୍ଡିଆ ଟ୍ୟାଗ୍ ବା ଜିଆଇ ଟ୍ୟାଗ ପାଇଥିଲା ।

ଧଳା ପଥର ଶାଢ଼ି

ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାସ୍ଥିତ ବୋଲଗଡ଼ର ଧଳାପଥର ଗାଁର ବୁଣାକାରମାନେ ଧଳାପଥର ଶାଢ଼ି ବୁଣିଥାନ୍ତି । ବିଶେଷକରି ରଙ୍ଗାନୀ ସମ୍ପ୍ରଦାୟର ବୁଣାକାରମାନେ ଧଳାପଥର ଶାଢ଼ି ବୁଣୁଥିବା ଦେଖିବାକୁ ମିଳିଥାଏ । ଏହି ଶାଢ଼ିକୁ କୁସୁମୀ କାପ୍ତା, କଙ୍କଣ ପେଡ଼ି, ମୁକ୍ତାପୁଞ୍ଜି, ନହାତି ଓ ଅକାତା ଶାଢ଼ି ଭାବେ ମଧ୍ୟ ଜଣାଶୁଣା ।

ବରଗଡ଼ର ଶକ୍ତପାର ବା ପଶାପାଲି ଶାଢ଼ି

ବରଗଡ଼ରେ ବୁଣାଯାଉଥିବା ଶକ୍ତପାର ବା ପଶାପାଲି ଶାଢ଼ି ହେଉଛି ଏକ ଇକତ ଶାଢ଼ି । ଏହି ଶାଢ଼ିର ଡିଜାଇନ ଚେକବୋର୍ଡ ବା ପଶାପାଲିରୁ ଅନୁପ୍ରାଣିତ ହୋଇଛି । ଡବଲ ଇକତରେ ଏହି ଶାଢ଼ି ବୁଣାଯାଏ । ପଶାପାଲି ଶାଢ଼ିର ରଙ୍ଗ ଉଜ୍ୱଳ ଓ ଭାଇବ୍ରାଣ୍ଟ ରଖାଯାଏ । ଏହି ଶାଢ଼ି ପଶ୍ଚିମ ଓଡ଼ିଶାର ସୋନପୁର, ବରପାଲି, ବାଉଁସରର ବୁଣାକାରମାନେ ବୁଣିଥାନ୍ତି । ସାଧାରଣତଃ ଏହି ଶାଢ଼ି ରେଶମ, ସୂତା, ଟସର, ରେଶମ ଓ ଟସରର ମିଶ୍ରଣରେ ବୁଣାଯାଏ । କେତେକ ପଶାପାଲି ଶାଢ଼ିର ପଣତକୁ ସୁନେଲୀ ରଙ୍ଗର ସୂତାରେ ବୁଣାଯାଏ । ଶାଢ଼ିର ବର୍ଡରକୁ ବି ଖୁବ ସୁନ୍ଦର ଭାବେ ତିଆରି କରାଯାଏ ।

ନୂଆପାଟଣାର ଖଣ୍ଡୁଆ ଶାଢ଼ି

କଟକର ନୂଆପାଟଣାରେ ବୁଣାଯାଉଥିବା ଖଣ୍ଡୁଆ ଶାଢ଼ି ଓଡ଼ିଶାର ଗର୍ବ ବୋଲି କୁହାଯାଏ । ଏହା ସାଧାରଣତଃ ନରମ ସିଲ୍କ କିମ୍ବା ମାଲଦା ସିଲ୍କ ସୂତାରେ ବୁଣାଯାଏ । ଏହି ଶାଢ଼ି ତିଆରି କରିବା ପ୍ରକ୍ରିୟା ଖୁବ ଜଟିଳ । ଶାଢ଼ିର ବର୍ଡରରେ ସାଧାରଣ ଟେମ୍ପଲ ଇକତ ଡିଜାଇନ୍ ଥିବାବେଳେ ପଣତରେ ନିଖୁଣ କାମ ହୋଇଥାଏ । ତେଣୁ ଏହି ଶାଢ଼ି ବୁଣିବାକୁ ବେଶୀ ସମୟ ଲାଗିଥାଏ । ବିବାହ ଋତୁ ଓ ଅନ୍ୟାନ୍ୟ ପର୍ବପର୍ବାଣୀ ସମୟରେ ଓଡ଼ିଶାର ମହିଳାମାନେ ଏହି ଶାଢ଼ି ବୁଣିଥାନ୍ତି । ପାରମ୍ପରିକ ଖଣ୍ଡୁଆ ଶାଢ଼ିର ରଙ୍ଗ ଲାଲ୍‌, ସୂର୍ଯ୍ୟସ୍ତ ହଳଦିଆ ଏବଂ କମଳା ରଙ୍ଗରେ ଆସିଥାଏ । ପଣତ ଓ ପାଢ଼ି କଳା, ଲାଲ୍‌, ନୀଳ ରଙ୍ଗର ହୋଇଥାଏ । ଯାହା ଖଣ୍ଡୁଆ ଶାଢ଼ିକୁ ଏକ ଭିନ୍ନ ଲୁକ୍ ଦେଇଥାଏ ।

ବ୍ରହ୍ମପୁରୀ ପାଟ

ସିଲ୍କ ସିଟି ବ୍ରହ୍ମପୁରର ବୁଣାକାରମାନେ ବୟନ କରୁଥିବା ବ୍ରହ୍ମପୁରୀ ଶାଢ଼ି ବା ବ୍ରହ୍ମପୁରୀ ପାଟ ଜିଆଇ ଟ୍ୟାଗ୍ ପାଇଛି । ଏହାର ସବୁଠାରୁ ବଡ଼ ସ୍ୱାତ୍ୟନ୍ତ୍ର ହେଉଛି ଏହା ପୁରୁଷଙ୍କ ପାଇଁ ମ୍ୟାଚିଂ ଯୋଡ଼ା ସହିତ ଆସିଥାଏ । ବ୍ରହ୍ମପୁରୀ ପାଟରେ ଡିଜାଇନ୍ କରାଯାଉଥିବା ଟେମ୍ପଲ ବା କୁମ୍ଭ ଡିଜାଇନ୍ ବେଶ୍ ଆକର୍ଷକ । ଏହାର ଜରି ବର୍ଡର ବହୁତ ସୁନ୍ଦର ଓ ମନମୋହକ ହୋଇଥାଏ । ଶାଢ଼ିରେ ଜଗନ୍ନାଥ ମନ୍ଦିରରେ ଅବସ୍ଥାନ କରୁଥିବା ତିନି ଠାକୁରଙ୍କ ମୂର୍ତ୍ତି ବି ଡିଜାଇନ୍ କରାଯାଏ । ଏହି ଶାଢ଼ି ବିବାହ ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟରେ ପିନ୍ଧିବାକୁ ଅଧିକ ପସନ୍ଦ କରାଯାଏ । ମନ୍ଦିର ଆକୃତି ଡିଜାଇନ୍‌ର ବର୍ଡର ଓ ପଣତ ପାଇଁ ବ୍ରହ୍ମପୁରୀ ପାଟ ବେଶୀ ଲୋକପ୍ରିୟ ।

Spread the love