ପର୍ଯ୍ୟଟନର ନୂଆ ଠିକଣା ସିଲଭର୍ ସିଟି କଟକ

ସହସ୍ରାଧିକ ସହର ତଥା ସିଲଭର୍ ସିଟି କଟକ, ଯେଉଁଠି ଭରି ରହିଛି ଅନେକ କାହାଣୀ, କିମ୍ବଦନ୍ତୀ ଓ ଇତିହାସ । ଏହାର ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟ ଇତିହାସକୁ ଆଜି ବି ସାକ୍ଷୀ ରଖି ଦଣ୍ଡାୟମାନ। ହେଲେ ନିକଟରେ କଟକର ପର୍ଯ୍ୟଟନସ୍ଥଳୀରେ ଯୋଡ଼ି ହୋଇଛି ନୂଆ ନାଁ। କଟକର ରୂପାନ୍ତୀକରଣରେ ଦୁଇ ଦୁଇଟି ନୂଆ ସ୍ଥାନର ହୋଇଛି ନବେକଳବର, ଯଥା: ତାଳଦଣ୍ଡା କେନାଲ ଏବଂ ସିଲଭର୍ ସିଟି ବୋଟ୍ କ୍ଲବ। ଆଜିର ବ୍ଲଗରେ ଏହି ଦୁଇ ନୂଆ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଜାଣିବା ଏବଂ ଏହି ପର୍ଯ୍ୟଟନ ଋତୁରେ ବୁଲିଯିବା ପାଇଁ ଯୋଜନା କରିବା।

ତାଳଦଣ୍ଡାରେ ବୋଟିଂର ମଜା

ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ସ୍ମୃତିକୁ ବହନ କରୁଥିବା ତାଳଦଣ୍ଡା କେନାଲ ଏବେ ପାଇଛି ନୂଆ ଜୀବନ ବା ନୂଆ ରୂପ ଏବଂ ପାଲଟିଛି ପର୍ଯ୍ୟଟନର ନୂଆ ଠିକଣା।  ଅଠରଶହ ଶତାବ୍ଦୀରେ ଜଳସେଚନ, ପରିବହନ ଓ ଗମନାଗମନର ପ୍ରମୁଖ ମାର୍ଗ ଥିବା ତାଳଦଣ୍ଡା କେନାଲ ପରବର୍ତ୍ତୀ ସମୟରେ କେବଳ ଏକ ପୂତିଗନ୍ଧମୟ ନାଳ ହୋଇ ରହିଯାଇଥିଲା। କିନ୍ତୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ପ୍ରୟାସରେ ତାଳଦଣ୍ଡା କେନାଲର ହୋଇଛି ପୁନରୁଦ୍ଧାର। କେନାଲର କରାଯାଇଛି ସମ୍ପୂର୍ଣ୍ଣ ନବୀକରଣ। ସୁନ୍ଦର ସୁସଜ୍ଜିତ ପାର୍କ ସହ ତାଳଦଣ୍ଡା କେନାଲରେ କରାଯାଇଛି ବୋଟିଂର ବ୍ୟବସ୍ଥା। କଟକବାସୀଙ୍କ ଆମୋଦପ୍ରମୋଦ ପାଇଁ ଏହି ନୂଆ ପର୍ଯ୍ୟଟନସ୍ଥଳୀର ନାଁ ରଖାଯାଇଛି “ବ୍ୟଞ୍ଜନ”।

ଏଠାରେ ପ୍ରମୁଖ ଆକର୍ଷଣ ହେଉଛି ନୌକାବିହାର । ପରିବେଶ ପ୍ରଦୂଷଣକୁ ଧ୍ୟାନରେ ରଖି ଶବ୍ଦବିହୀନ ବୋଟିଂର ବ୍ୟବସ୍ଥା କରାଯାଇଛି। କାଶ୍ମୀରର ଡାଲ୍ ହ୍ରଦର ପ୍ରସିଦ୍ଧ ଶିକାରା ବୋଟରେ ଏକକାଳୀନ ଚାରି ଜଣ ବସି ବୁଲିପାରିବେ। ଏହାର ମୂଲ୍ୟ ଧାର୍ଯ୍ୟ କରାଯାଇଛି  ଜଣଙ୍କ ପିଛା 200 ଟଙ୍କା । ଏଥିସହ ପର୍ଯ୍ୟଟକଙ୍କୁ ଉତ୍ସାହିତ କରିବା ପାଇଁ ଶିକାରା ବୋଟରେ ଆଖୁରସ, ପାଣିବୋତଲ ଓ ଚିପ୍ସ ପ୍ୟାକେଟ ଦିଆଯାଉଛି । ଏପରିକି ରଙ୍ଗୀନ ଲାଇଟ୍ ସହ ମ୍ୟୁଜିକ ସିଷ୍ଟମ ମଧ୍ୟ ରହିଛି । ଯୋବ୍ରାରୁ ରାଣୀହାଟ୍ କ୍ଲକ୍ ଟାୱର ପର୍ଯ୍ୟନ୍ତ 30 ମିନିଟର ନୌକାବିହାର ପାଇଁ ପ୍ରଶିକ୍ଷିତ ଲାଇଫ୍ ସେଭିଂ ଗାର୍ଡ ନିୟୋଜିତ ହୋଇଛନ୍ତି । ସେହିପରି ପାର୍କରେ ରହିଛି ସେଲଫି ଜୋନ୍ ଏବଂ ମୁକ୍ତାକାଶ ଭୋଜନ ପରିସର । ମାତ୍ର 20 ଟଙ୍କାର ଟିକେଟରେ ପାର୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସୁସ୍ବାଦୁ ଖାଦ୍ୟର ମଜା ନେଇପାରିବେ । ଖାସ୍ କରି ସନ୍ଧ୍ୟାବେଳେ ଲୋକଙ୍କ ଭିଡ଼ ଜମୁଛି। ଏହି ଅତ୍ୟାଧୁନିକ ପାର୍କ ପୂର୍ବାହ୍ନ 10ଟାରୁ ରାତି 9ଟା ପର୍ଯ୍ୟନ୍ତ ଖୋଲୁଛି, ଯାହା ଏବେ କଟକିଆଙ୍କ ସମୟ ବିତାଇବାର ନୂଆ ସ୍ଥାନ ପାଲଟିଛି।

ନୂଆ ରୂପରେ ସିଲଭର୍ ସିଟି ବୋଟ୍ କ୍ଲବ

କଟକର ରିଙ୍ଗ୍ ରୋଡରେ ମହାନଦୀ ତଟରେ ଲୋକଙ୍କ ଆମୋଦପ୍ରମୋଦ ପାଇଁ ସିଲଭର୍ ସିଟି ବୋଟ୍ କ୍ଲବକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଆହୁରି ଆକର୍ଷଣୀୟ କରାଯାଇଛି । ଅତ୍ୟାଧୁନିକ ପାର୍କ ସହ ସମସ୍ତ ପ୍ରକାର ମନୋରଞ୍ଜନର ସାଧନ ନେଇ ନିକଟ ଅତୀତରେ ସିଲଭର୍ ସିଟି ବୋଟ୍ କ୍ଲବକୁ ପୁଣି ଥରେ ନୂଆ ରୂପରେ ଏବଂ ନୂଆ ଢଙ୍ଗରେ ଖୋଲାଯାଇଛି।

ଏଠାରେ ପୂର୍ବରୁ କେବଳ ଭୋଜି ଏବଂ ଅଳ୍ପ କେତୋଟି ସ୍ପୋର୍ଟ୍ସ ଆକ୍ଟିଭିଟିର ସୁବିଧା ଥିବା ବେଳେ ବର୍ତ୍ତମାନ ଏହାକୁ ସରସ ସୁନ୍ଦର କରି ସଜାଯିବା ସହ ଓପନ୍ ଏୟାର୍ ଥିଏଟର, କ୍ୟାଫିଟେରିଆ, ମଲ୍ଟି ପରପୋଜ୍ ରୁମ୍, ରେଷ୍ଟୁରାଣ୍ଟ୍, ଫୁଡ୍ କୋର୍ଟ, ଗ୍ଲାସ୍ ଡେକ୍, ଚିଲଡ୍ରେନ୍ସ ପାର୍କ ସହ ଅନେକ ପ୍ରକାର ୱାର୍ଟର ସ୍ପୋର୍ଟ୍ସକୁ ନବୀକରଣରେ ଯୋଡ଼ା ଯାଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ଏହି ବୋଟ୍ କ୍ଲବରେ ନୂତନ ଭାବେ ନିର୍ମିତ ହୋଇଥିବା ଗ୍ଲାସ୍ ଡେକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ମହାନଦୀର ଜଳରାଶି ଉପରେ ତିଆରି ଏହି ଗ୍ଲାସ୍ ଡେକ୍ ପର୍ଯ୍ୟଟକଙ୍କ ପାଇଁ ସେଲଫି ନେବାର ସର୍ବୋତ୍ତମ ସ୍ଥାନ ପାଲଟିଛି । ମହାନଦୀର ସୁନ୍ଦର ପରିବେଶକୁ ଉପଭୋଗ କରିବା ସହ ପ୍ରଶିକ୍ଷିତ ଲାଇଫ୍ ଗାର୍ଡଙ୍କ ତତ୍ତ୍ବାବଧାନତାରେ ଜେଟ୍ ସ୍କାଇସ୍, ସ୍ପିଡ୍ ବୋଟ୍, ବାନାନା ବୋଟ୍, ୱାର୍ଟର୍ ସ୍କୁଟର୍, ସ୍କୁବା ଡାଇଭିଂ ଏବଂ ପେଡାଲ୍ ବୋଟର ଆନନ୍ଦ ନେଉଛନ୍ତି ପର୍ଯ୍ୟଟକମାନେ। ଏଥିସହ ଭାସମାନ ରେଷ୍ଟୁରାଣ୍ଟ ପର୍ଯ୍ୟଟକଙ୍କ ମନକୁ ବେଶ ଛୁଇଁଛି। ଏଠାକାର ଟିକେଟ୍ ମୂଲ୍ୟ ମାତ୍ର 20 ଟଙ୍କା ରଖାଯାଇଛି। ସକାଳ 10ରୁ ରାତି 9 ପର୍ଯ୍ୟନ୍ତ ଏହା ଖୋଲାରହୁଛି।

କଟକ ପର୍ଯ୍ୟଟନଶିଳ୍ପରେ ପ୍ରଥମ ଥର ପାଇଁ ତାଳଦଣ୍ଡା କେନାଲରେ ବୋଟିଂ ଏବଂ ସିଲଭର୍ ସିଟି ବୋଟ୍ କ୍ଲବର ଗ୍ଲାସ୍ ଡେକ୍ ଲୋକଙ୍କୁ ଆକୃଷ୍ଟ କରୁଛି । ଦୀର୍ଘଦିନ ପରେ ସହରକୁ ମିଳିଥିବା ଏହି ଦୁଇ ନୂତନ ଟୁରିଷ୍ଚ ପ୍ଲେସ୍,  କଟକବାସୀଙ୍କ ଖୁସିର କାରଣ ପାଲଟିଛି। ଏହି ପର୍ଯ୍ୟଟନ ଋତୁରେ ଭ୍ରମଣପ୍ରେମୀମାନେ ଏସବୁ ବୁଲିବା ସହ କଟକଚଣ୍ଡୀ ମନ୍ଦିର, ବାରବାଟୀ ଦୁର୍ଗ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ, ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ ଏବଂ ମ୍ୟୁଜିୟମ୍ ଅଫ୍ ଜଷ୍ଟିସ୍ ମଧ୍ୟ ପରିଦର୍ଶନ କରିପାରିବେ।  ଆପଣଙ୍କୁ କଟକର ସୌନ୍ଦର୍ଯ୍ୟରେ ଯୋଡ଼ି ହୋଇଥିବା ତାଳଦଣ୍ଡା କେନାଲ ଏବଂ ସିଲଭର୍ ସିଟି ବୋଟ୍ କ୍ଲବ୍ ଆପଣଙ୍କୁ କେମିତି ଲାଗିଲା, ଆମକୁ କମେଣ୍ଟ ବକ୍ସ ମାଧ୍ୟମରେ ଜଣାନ୍ତୁ ଏବଂ ଏହି ନୂଆ ବୁଲିବା ସ୍ଥାନ ସମ୍ପର୍କରେ ଅନ୍ୟଙ୍କୁ କୁହନ୍ତୁ।  

Spread the love