Odia Actor Pintu Nanda Breathes His Last At Pvt Hospital In Hyderabad

ପରପାରିରେ ପିଣ୍ଟୁ ନନ୍ଦ । ଆଉ ଦେଖିବାକୁ ମିଳିବନି ପିଣ୍ଟୁ ନନ୍ଦଙ୍କ ଅଭିନୟ । ଓଡିଆ ଆଲବମ ହେଉ ବା ଫିଲ୍ମ । କମେଡିଆନ ହେଉ କିମ୍ବା ଖଳନାୟକ ଭୂମିକା । ପିଣ୍ଟୁ ନନ୍ଦଙ୍କ ଅଭିନୟ ସବୁବେଳେ ଦର୍ଶକଙ୍କ ମନକୁ ବେଶ ଛୁଇଁଛି । ନିଜର ନିଆରା ଠାଣି ପାଇଁ ଚର୍ଚିତ ପିଣ୍ଟୁ ନନ୍ଦ ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ବୁଧବାର ରାତି ୧୧ଟା ୨୫ ମିନିଟ୍‌ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୭ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି।
ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ପିଣ୍ଟୁ ଏସକେ ଏକାଡେମୀରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଟେଲି ଫିଲ୍ମ ଜରିଆରେ ଓଡ଼ିଆ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ ପିଣ୍ଟୁ । ୧୯୯୬ରେ ‘କୋଇଲି’ ଫିଲ୍ମ ଜରିଆରେ ପିଣ୍ଟୁ ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ସବୁ ଭୂମିକାରେ ଅଭିନୟ କରିଛନ୍ତି । ୫୦ରୁ ଅଧିକ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି । ଓଡ଼ିଆ ଆଲବମ ‘ଏ ଗଉରା ଆଜିକାଲି କ’ଣ ଖାଉଚୁ’ ଓ ରାଣ୍ଡି ପୁଅ ଅନନ୍ତାରୁ ଲୋକଲୋଚନକୁ ଆସିଥିଲେ ପିଣ୍ଟୁ । ସେହିପରି ଜୟ ଜଗନ୍ନାଥ ଚଳଚିତ୍ରରେ ବଳଭଦ୍ର ଭୂମିକାରେ ଅଭିନୟ କରି ଖୁବ୍ ପ୍ରଶଂସା ସାଉଂଟିଥିଲେ । ‘ମା’ ଗୋଜବାୟାଣୀ’, ‘ବାହୁଡିବେ ମୋ ଜଗାବଳିଆ’, ‘ସାଥୀରେ’, ‘ରଖିବ ଯଦି ସେ ମାରିବ କିଏ’, ‘ଓ ମାଇଁ ଲଭ୍’, ‘ରକତେ ଲେଖିଛି ନା’, କାଳୀଶଙ୍କର ଭଳି ଫିଲ୍ମରେ ନିଜ କଳାର ଯାଦୁ ଦେଖାଇଥିଲେ ପିଣ୍ଟୁ । ସେହିପରି ପିଣ୍ଟୁ ୨୦୦୬ରେ ‘ପ୍ରେମ ଋତୁ ଆସିଲାରେ’ ୨୦୧୧ରେ ‘ଦୋସ୍ତି’, ୨୦୧୩ରେ ‘ହାତ ଧରି ଚାଲୁଥା’, ୨୦୧୭ରେ ‘ରୁମକୁ ଝୁମାନା’, ୨୦୧୭ରେ ‘କଥା ଦେଲି ମଥା ଛୁଇଁ’ ଓ ୨୦୨୨ରେ ‘ରଙ୍ଗ ନମ୍ବର’ ଭଳି ଚଳଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ୨୦୨୨ରେ ‘ରଙ୍ଗ ନମ୍ବର’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ । ଏଥିସହ ସେ ଓଡ଼ିଆ ଧାରାବାହିକ ‘ଶଙ୍ଖାସିନ୍ଦୁର’ରେ ମଧ୍ୟ ଅଭିନୟ କରିଥିଲେ । ‘ଗୃହଲକ୍ଷ୍ମୀ’ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବେ କାର୍ଯ୍ୟ କରିଥିଲେ ପିଣ୍ଟୁ।

Spread the love