Odisha's famous Nayagarh Kanteimundi Brinjal gets GI tag

ନୟାଗଡ଼ର ସ୍ବତନ୍ତ୍ର କିସମର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ। ପୋଷକ ତତ୍ତ୍ବରେ ପରିପୂର୍ଣ୍ଣ ଏହି ବାଇଗଣର ସ୍ବାଦ ଭାରି ନିଆରା l ଖଣ୍ଡପଡା ବ୍ଳକର କଣ୍ଟିଲୋ ମହାନଦୀ କୂଳେ କୂଳେ କଣ୍ଟେଇମୁଣ୍ଡି ବାଇଗଣ କାହିଁ କେଉଁ କାଳରୁ ଚାଷ ହୋଇ ଆସୁଛି। ଏହା ସ୍ବାଦିଷ୍ଟ ଥିବାରୁ ବିକ୍ରି ମଧ୍ୟ ବଢ଼ି ଚାଲିଛି। ପରେ ବଡବାଣପୁର, ପଦ୍ମାବତୀ ଓ ଏହାର ଆଖପାଖ ଅଞ୍ଚଳ ସମେତ ନୟାଗଡ ଜିଲାର ବିଭିନ୍ନ ଗାଁରେ ଏହି ଚାଷ ବଢ଼ିଛି। ଏହି କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୩ ବର୍ଷ ତଳେ ପ୍ରୟାସ ଆରମ୍ଭ ହୋଇଥିଲା। ଏନେଇ ଜିଲାପାଳଙ୍କ ସବୁଜ ସଙ୍କେତ ମିଳିବା ପରେ ଏକ ବୈଠକ କରାଯାଇ ଏଥିରେ ସହମତି ପ୍ରକାଶ ପାଇଥିଲା। ଏପରିକି ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ପ୍ରସ୍ତୁତ କରାଯାଇ ଓଡିଶା ୟୁନିଭରସିଟି ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)କୁ ଦିଆଯାଇଥିଲା। ଓୟୁଏଟି ଆବଶ୍ୟକ କାଗଜ ଜିଆଇ ଟ୍ୟାଗ କାର୍ଯ୍ୟାଳୟ ଚେନ୍ନାଇକୁ ପଠାଇଥିଲେ। ଏହାପରେ ଚେନ୍ନାଇ ଠାରେ ଥିବା କେନ୍ଦ୍ର ସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ୍ ରେଜେଷ୍ଟ୍ରି ପକ୍ଷରୁ ବିଧିବଦ୍ଧ ଭାବେ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପ୍ରଦାନ କରାଯାଇଛି।

Spread the love