Odisha Parba 2023 starts from today at Jawaharlal Nehru Stadium, New Delhi

ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାର ମହକ ନେଇ ଦିଲ୍ଲୀରେ ଆରମ୍ଭ ହୋଇଛି ଓଡ଼ିଶା ପର୍ବ-୨୦୨୩ । ଓଡ଼ିଆ ସମାଜ, ନୂଆଦିଲ୍ଲୀ ତରଫରୁ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ତିନିଦିନିଆ ମହୋତ୍ସବରେ ସମ୍ମାନିତ ଅତିଥି ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ କିରେନ ରିଜିଜୁ, ମାନ୍ୟବର କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଜି. କିଷାନ ରେଡ୍ଡୀ ପ୍ରମୁଖ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ହେବ ଚକଲେଟ ପ୍ରଡକ୍ସନ ଦ୍ୱାରା ଥିଏଟର ନାଟକ ‘ଆହେ ନୀଳ ଶଇଳ’ । ସେହିପରି ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ପର୍ବରେ ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଆ ସ୍ୱାବଲମ୍ବନ କନ୍‌କ୍ଲେଭ ଆରମ୍ଭ କରାଯାଇଛି ।

Spread the love