The 6th Foundation Day of Jagannath Temple in Nigeria was observed by the Odia Samaj Association.

ନାଇଜେରିଆର ଲାଗୋସରେ ନାଇଜେରିଆ ଓଡିଆ ସମାଜ ଆସୋସିଏସନ୍ ପକ୍ଷରୁ ଜଗନ୍ନାଥ ମନ୍ଦିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଗତ ୭ରୁ ୯ ତାରିଖ ଏହି ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ନାଇଜେରିଆରେ ଥିବା ୩୦୦୦ ଭାରତୀୟ ଓ ନାଇଜେରୀୟ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ମନ୍ଦିର ପୁରୋହିତ ସୌମ୍ୟ ରଂଜନ ଦାଶ, ଓଡ଼ିଶାରୁ ପୂଜା ପାଇଁ ଯାଇଥିବା ତପନ ପାଢ଼ି ଓ ଅନ୍ୟମାନେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୁରୀ ଜଗନ୍ନାଥ ମନ୍ଦିରର ରୀତିନୀତି ଅନୁସାରେ ଏଠାରେ ପୂଜା ସଂପନ୍ନ ହୋଇଥିଲା । ପୂଜାରେ କର୍ତ୍ତା ଭାବେ ନାଇଜେରିଆରେ ଅବସ୍ଥାପିତ ଭାରତୀୟ କନସଲ୍‌ ଜେନେରାଲ ଚନ୍ଦ୍ରମୌଳି କର୍ଣ୍ଣ ଏବଂ ଚାନ୍ସରି ହେଡ ଅଜୟ ଶର୍ମା ଯୋଗଦେଇଥିଲେ। ଏହାସହିତ ନାଇଜେରିଆରେ ଥିବା ଓଡ଼ିଆ ସମାଜର ସଭାପତି ରମେଶ ମଲ୍ଲିକ ମୁଖ୍ୟ କର୍ତ୍ତା ଭାବେ ଯୋଗଦେଇଥିଲେ।

ଓଡ଼ିଆ ମହିଳା ସମାଜ ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କ ପ୍ରଦର୍ଶିତ ବାଲୁକା କଳା ବେଶ ଆକର୍ଷଣୀୟ ହୋଇଥିଲା। ପ୍ରଥମ ଦିବସରେ ଅନୁଷ୍ଠିତ କଳସ ଯାତ୍ରାରେ ୧୦୮ ମହିଳା ସାମିଲ ହୋଇଥିଲେ। ଏହା ସହିତ ମନ୍ଦିର ପରିସରରେ ଥିବା ଆନନ୍ଦ ବଜାରରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଏହି ଅବସରରେ କନସଲ୍‌ ଚନ୍ଦ୍ରମୌଳି କହିଥିଲେ ଯେ, ନାଇଜେରିଆରେ ପ୍ରଭୁ ଜଗନ୍ନାଥଙ୍କ ରୀତିନୀତି ସହକାରେ ପୂଜା ହେବା ଓ ୩୦୦ ଓଡ଼ିଆ ପରିବାର ଏବଂ ଅଣଓଡିଆ ପରିବାର ଏଥିରେ ଯୋଗଦେବା ଏକ ଗୌରବର ବିଷୟ।

Spread the love