ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ବର୍ଷକୁ ଥରେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥାନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ, ଅଗତିର ଗତି କୋଟି ଓଡ଼ିଆଙ୍କ ହୃଦୟର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳିୟାର ଭୁଜ ଶ୍ରୀବଳଭଦ୍ର, ସର୍ବ ମଙ୍ଗଳାକାରିଣୀ ମହାମାୟା ସୁଭଦ୍ରା । ଆଉ ନିଜ ପ୍ରାଣପ୍ରିୟ ଠାକୁରଙ୍କୁ ଦେଖି, ତାଙ୍କର ରଥ ଦଉଡ଼ିକୁ ସ୍ପର୍ଶ କରି ଅପୂର୍ବ ଆନନ୍ଦରେ ଆତ୍ମହରା ହେବାର ସୌଭାଗ୍ୟ ବି ଅର୍ଜନ କରନ୍ତି କୋଟି କୋଟି ଭକ୍ତ । ଅଚଳ ମହାମେରୁ ସଚଳ ହୋଇ ଏହି ନବଦିନାତ୍ମକ ଦିବ୍ୟ ମାନବୀୟ ଲୀଳାର ଏହି ପରମ ପାବନ ଅବସରରେ ଘଣ୍ଟ, ମୃଦଙ୍ଗ, ଶଙ୍ଖ, ତୁରୀ ଆଦି ବାଦ୍ୟ ସାଙ୍ଗକୁ ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। ସେହିପରି ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ମଧ୍ୟ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି। ପୁରୀ ଶ୍ରୀମନ୍ଦିର ପରି ବାରିପଦାରେ ଥିବା ହରିବଳଦେବ ଜୀଉ ବିଜେ ମନ୍ଦିରରେ ମଧ୍ୟ ପ୍ରତିବର୍ଷ ଅତି ଆଡ଼ମ୍ବରସହକାରେ ରଥଯାତ୍ରା ପାଳିତ ହୋଇଥାଏ। ଆସନ୍ତୁ ଆଜିର ବ୍ଲଗରେ ଏହି ମନ୍ଦିର ଓ ଏହାର ରଥଯାତ୍ରା ସମ୍ପର୍କରେ ଜାଣିବା।
ରୋଚକପୂର୍ଣ୍ଣ ଇତିହାସ
ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରେ ଅବସ୍ଥିତ ହରିବଳଦେବ ଜୀଉ ବିଜେ ସାରା ରାଜ୍ୟରେ ଅନ୍ୟତମ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଭାବେ ବେଶ ପ୍ରସିଦ୍ଧ । ଏହାର ଇତିହାସ ମଧ୍ୟ ଅତି ରୋଚକ କିମ୍ବଦନ୍ତୀ ଓ କାହାଣୀରେ ପୂର୍ଣ୍ଣ। ପ୍ରବାଦ ଅନୁସାରେ ମହାରାଜ ବୈଦ୍ୟନାଥ ଭଞ୍ଜଦେଓ ସୈନ୍ୟସାମନ୍ତଙ୍କୁ ନେଇ ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ମହାପ୍ରଭୁଙ୍କ ଦର୍ଶନରେ ସୈନ୍ୟସାମନ୍ତ ନେଇ ଆସିବା ଠାକୁରରାଜାଙ୍କୁ ଅବମାନନା ସୂଚକ ମନେ ହେବାରୁ ବିନା ସୈନ୍ୟସାମନ୍ତରେ ସାଧାରଣ ଭକ୍ତ ଭାବେ ଆସିବା ଅଥବା ପ୍ରତ୍ୟେକଙ୍କ ପାଇଁ ବହୁ ପରିମାଣରେ ସ୍ବର୍ଣ୍ଣ ମୋହର ଦେବାକୁ ଦାବି କରାଯାଇଥିଲା। ମହାରାଜ ବୈଦ୍ୟନାଥ ଭଞ୍ଜ ତତକ୍ଷଣାତ ଏତେ ସ୍ବର୍ଣ୍ଣ ମୁଦ୍ରା ଦେବାରେ ବିଫଳ ହୋଇ ପୁରୀ ଭିତରେ ପ୍ରବେଶ କରି ନ ପାରି ଅଠରନଳା ପାଖରେ ରାତ୍ରିଯାପନ ବେଳେ ମହାପ୍ରଭୁ ଜଗନ୍ନାଥ ନିଜ ରାଜ୍ୟରେ ପୁରୀ ମନ୍ଦିର ଭଳି ମନ୍ଦିରଟିଏ ନିର୍ମାଣ ପାଇଁ ସ୍ଵପ୍ନାଦେଶ କଲେ। ଏହାପରେ ମହାରାଜ ଭଞ୍ଜଦେଓ ବାରିପଦାରେ ଭବ୍ୟ ମନ୍ଦିର ନିର୍ମାଣ ଆରମ୍ଭ କରାଇ ଦୀର୍ଘ ୭ବର୍ଷ ପରେ ୧୫୭୫ ରେ ଏହା ସମ୍ପୂର୍ଣ୍ଣ କରାଇଥିଲେ ।
ଶ୍ରୀମନ୍ଦିର ପରି ସମାନ ରୀତିନୀତି
ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ ହରିବଳଦେବ ଜୀଉ ମନ୍ଦିରର ଅନେକ କିଛି ସ୍ବତନ୍ତ୍ରତା ଓ ଭିନ୍ନତା ରହିଛି। ପୁରୀର ଶ୍ରୀମନ୍ଦିରର ପରି ଏହାର ନିର୍ମାଣଶୈଳୀରେ ସମାନ ଥିଲେ ମଧ୍ୟ ଏହାର ଉଚ୍ଚତା ୧୦୨ ଫୁଟ। କଳିଙ୍ଗ ସ୍ଥାପତ୍ୟ କଳା ଆଧାରରେ ନିର୍ମିତ ମନ୍ଦିରରେ ପ୍ରତ୍ୟହ ଶ୍ରୀବିଗ୍ରହଙ୍କର ପୂଜାର୍ଚ୍ଚନା ହୋଇ ଆସୁଛି। ମନ୍ଦିରର ବିମାନ, ଜଗମୋହନ ଏବଂ ନାଟମଣ୍ଡପ ଏକ ବିସ୍ତୀର୍ଣ୍ଣ ପ୍ରାଚୀର ମଧ୍ୟରେ ଥିବା ବେଳେ ମନ୍ଦିରର ଆଭ୍ୟନ୍ତରରେ ନବଗ୍ରହ, ଗଜଲକ୍ଷ୍ମୀ, ଯମୁନାଙ୍କ ପ୍ରତିକୃତି ରହିଛି । ପୁରୀ ଶ୍ରୀମନ୍ଦିର ପରି ଏଠାରେ ମଧ୍ୟ ପୂଜାବିଧି ପ୍ରାୟ ସମାନ ରହିଥାଏ। ସକାଳ ସମୟରେ ପହିଲି ଭୋଗରେ ପୋଡ଼ପିଠା, କାଠି ମୋହନଭାଗ, ଘିଅ, ଗୁଡ଼, ଖୁଆ ଲାଗି ହେଉଥିବା ବେଳେ ମଧ୍ୟାହ୍ନରେ ଖେଚୁଡ଼ି, ରାମ ରୁଚକ, ଘାଣ୍ଟ ପ୍ରସାଦ ହୁଏ ଏବଂ ସନ୍ଧ୍ୟା ଆଳତିର ମଧ୍ୟ ଯଥା ରୀତିନୀତି ଆଦି ଅନୁଷ୍ଠିତ ହୁଏ। ସେହିପରି ବାରମାସରେ ତେରଯାତ ଏଠି ପାଳିତ ହେବାର ବିଧି ମଧ୍ୟ ରହିଛି।
୨ ଦିନ ଟଣାଯାଏ ରଥ
ଶ୍ରୀକ୍ଷେତ୍ର ରଥଯାତ୍ରା ଆଧାରରେ ଏଠାରେ ମଧ୍ୟ ସବୁ ରୀତିନୀତି ପାଳିତ ହେଉଥିବାରୁ ବାରିପଦା ଦ୍ବିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ଲାଭ କରିଛି। ସେତେବେଳେ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ପାଳିତ ହେଉନଥିବା ବେଳେ ବାରିପଦାରେ ଜଗନ୍ନାଥଙ୍କ ପ୍ରିୟ ପର୍ବ ରଥଯାତ୍ରାକୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥିଲା । ଏଥିପାଇଁ ଏହି ସ୍ଥାନ ଧୀରେଧୀରେ ଜଗନ୍ନାଥଙ୍କ ପବିତ୍ର ସ୍ଥାନର ପରିଚୟ ପାଇବା ସହ ପ୍ରସିଦ୍ଧି ହାସଲ କରିବାକୁ ଲାଗିଲା। ତେବେ ପୁରୀ ରଥଯାତ୍ରାଠାରୁ ବାରିପଦା ରଥଯାତ୍ରା କେତେକାଂଶରେ ସମାନ ରହିଛି ଏବଂ ଆଉ କିଛିଟା ଭିନ୍ନ ରୀତିନୀତି ଏଠି ପ୍ରଚଳିତ। ଯେପରି ପୁରୀ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଏଠାରେ ଶ୍ରୀବିଗ୍ରହଙ୍କ ପହଣ୍ଡି ହେଉଥିଲେ ହେଁ ପରଦିନ ରଥଟଣା ଅନୁଷ୍ଠିତ ହେବା ସହ ସୁଭଦ୍ରା ରଥକୁ କେବଳ ମହିଳାମାନେ ହିଁ ଟାଣିବା ଏଠିକାର ରଥଯାତ୍ରାର ବିଶେଷତ୍ଵ। ବାରିପଦା ରଥଯାତ୍ରା ଆରମ୍ଭ ହେବାର ଠିକ୍ ଚାରି ଶହ ବର୍ଷ ପରେ ଅର୍ଥାତ ୧୯୭୫ରେ ରଥଟଣା ପରମ୍ପରାରେ ବିଶେଷ ଭାବେ ପରିବର୍ତ୍ତିତ ପରମ୍ପରା ଅନୁସାରେ କେବଳ ମହିଳାମାନଙ୍କୁ ଦେବୀ ସୁଭଦ୍ରାଙ୍କ ରଥ ଟାଣିବା ପାଇଁ ସୁଯୋଗ ଦିଆଗଲା। ସେବେଠୁ ପ୍ରତିବର୍ଷ ମହିଳାମାନେ ସୁଭଦ୍ରାଙ୍କ ରଥକୁ ଟାଣିବାର ସୌଭାଗ୍ୟ ପାଉଛନ୍ତି। ପୁରୀର ରଥଯାତ୍ରା ପରମ୍ପରାକୁ ସମ୍ମାନ ଦେଇ ଏଠାକାର ତିନିରଥର ଉଚ୍ଚତା କମ୍ ରଖାଯିବା ସହ ଉଭୟ ଶ୍ରୀଗୁଣ୍ଡିଚା ଏବଂ ବାହୁଡ଼ାରେ ରଥଟଣା ଦୁଇ ଦିନ ହୁଏ। ସେହିପରି ଏଠାରେ ରଥଟଣା ପରେ ଭକ୍ତମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଗୁଡ଼ ଲଡୁ ବଣ୍ଟନ ପରମ୍ପରା ମଧ୍ୟ ନିଆରା ।
ସମଗ୍ର ବିଶ୍ବରେ ବହୁ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେଉଛି , କିନ୍ତୁ ଦ୍ବିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ପାଇଥିବା ବାରିପଦାର ହରିବଳଦେବ ଜୀଉ ବିଜେ ମନ୍ଦିରର ରୀତିନୀତି ସର୍ବଥା ସ୍ୱତନ୍ତ୍ର ।