Harsita Priyadarshini Mohanty ,a student of Std VII from Koraput invited to join international consultation on preservation of traditional seeds event in Delhi.

ଦିଲ୍ଲୀରେ ବକ୍ତା ହେବେ କୋରାପୁଟର ଛାତ୍ରୀ ହର୍ଷିତା । ଆସନ୍ତା ୧୨ତାରିଖ ଠାରୁ ନୂଆଦିଲ୍ଲୀର ଆଇସିଏଆର କନଭେନସନ‌ ସେଣ୍ଟର ଠା‌ରେ କେନ୍ଦ୍ର କୃ‌ଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏବଂ ରୋମର ଆଇଟିପିଜିଆରଏଫଏ, ଏଫଏଓ ସଂସ୍ଥା ସହଯୋଗରେ ଫାଷ୍ଟ ଗ୍ଲୋବାଲ ସିମ୍ପୋସିଜମ୍ ଅନ୍ ଫାର୍ମସ୍ ରାଇଟସ୍ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଏଥିରେ ଜଣେ ବକ୍ତା ଭାବେ ଭାଗ ନେବାକୁ ନିମନ୍ତ୍ରଣ ପାଇଛନ୍ତି ଜୟପୁର ପ୍ରକାଶ ଇଂରାଜୀ ଉଚ୍ଚବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି। ଛାତ୍ରୀ ହର୍ଷିତା ପ୍ରିୟଦର୍ଶନୀ ୧୫୦ କିସମର ବିଲୁପ୍ତ ଦେଶୀ ଧାନ, ୫୩ ପ୍ରକାର କିସମର ଦେଶୀ ମାଣ୍ଡିଆ, ୭ କିସମର ବାଜରା ସଂଗ୍ରହ କରିଥିବାରୁ ତାଙ୍କୁ ବକ୍ତା ଭାବେ ଦିନକ ପାଇଁ ଡାକିଛନ୍ତି ‌ପ୍ରେଟେକ୍ସନ ଅଫ ପ୍ଲାଣ୍ଟ ଭ୍ୟାରାଇଟିସ୍ ଏଣ୍ଡ ଫାର୍ମର୍ସ ରାଇଟ୍ ଅଥରିଟିର ଅଧ୍ୟକ୍ଷ ତ୍ରିଲୋଚନ ମହାପାତ୍ର। ସେ ଆସନ୍ତା ୧୪ତାରିଖ ଦିନ କୃଷକଙ୍କ ଅଧିକାର ଉପରେ ବକ୍ତବ୍ୟ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଏହି ଅର୍ନ୍ତଜାତୀୟ କର୍ମଶାଳାରେ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସମଗ୍ର ଭାରତର ୫୦୦ଜଣ ବଛା ବଛା କୃଷକ ପ୍ରତିନିଧି, କୃଷକ ଅଧିକାର ପାଇଁ ଲଢ଼େଇ କରୁଥିବା ବ୍ୟକ୍ତି ବିଶେଷ, କୃଷି ବୈଜ୍ଞାନିକ, ଧାନ ସଂଗ୍ରହକାରୀଙ୍କୁ ଡକାଯାଇଥିବା ସୂଚନା ମିଳିଛି।

Spread the love