President Droupadi Murmu laid foundation stone for ‘Divine Light House’ of Prajapita Brahma Kumaris Ishwariya Vishwa Vidyalaya at Tamando

ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋ ଦଶବାଟିଆଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ‘ଡିଭାଇନ୍ ଲାଇଟ୍‌ ହାଉସ’ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ କହିଥିଲେ ଯେ, ମାନବ ସମାଜ ପାଇଁ ଉଭୟ ବସ୍ତୁବାଦ ଓ ଆଧ୍ୟାତ୍ମବାଦର ବିକାଶ ଜରୁରି। ବୈଷୟିକ ଜ୍ଞାନକୌଶଳର ବିକାଶ ମଣିଷର ଆବଶ୍ୟକତା, ଅଭାବ ପୂରଣ କରିଥାଏ। ବସ୍ତୁବାଦୀ ଚିନ୍ତାଧାରା ମଣିଷର ସୁଖସ୍ବାଚ୍ଛନ୍ଦ୍ୟ ପାଇଁ ନିହାତି ଆବଶ୍ୟକ। କିନ୍ତୁ ପ୍ରକୃତ ଶାନ୍ତି ଥାଏ ଆଧ୍ୟାତ୍ମିକ ମାର୍ଗରେ। ମାନସିକ ଶାନ୍ତି ଆଧ୍ୟାତ୍ମିକ ମାର୍ଗରୁ ହିଁ ମିଳିଥାଏ। ଆତ୍ମଚିନ୍ତନ ବଳରେ ନକାରାତ୍ମକ ଚିନ୍ତାଧାରାକୁ ପ୍ରତିହତ କରାଯାଇପାରେ। ଏହି ଅବସରରେ ଆୟୋଜିତ ‘ସକାରାତ୍ମକ ପରିବର୍ତ୍ତନର ବର୍ଷ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ରାଷ୍ଟ୍ରପତି ଆହୁରି କହିଲେ ଯେ ସବୁବେଳେ ପରିବର୍ତ୍ତନ ଅବଶ୍ୟମ୍ଭାବୀ। ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯୋଗୁ ଆଜି ପୃଥିବୀ ଗୋଟିଏ ଗ୍ରାମରେ ପରିବର୍ତ୍ତନ ହୋଇଛି। ପରିବର୍ତ୍ତନର ବାହକ ହେଉଛି ବୈଷୟିକ ଜ୍ଞାନ। ତେବେ ମାନସିକ ଶାନ୍ତି ବିନା ଜୀବନ, ଜୀବନ ନୁହେଁ। ଏହି ଅବସରରେ ରାଷ୍ଟ୍ରପତି ଭଗବତ ଗୀତାବାଣୀ ଉଦ୍ଧାର କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ନକାରାତ୍ମକ ଚିନ୍ତାଧାରାରୁ ବାହାରି ସକାରାତ୍ମକ ଦିଗରେ ଅଗ୍ରସର ହେବା ଏବେ ଆମ ପାଇଁ ବଡ଼ ଆହ୍ବାନ। ଲାଇଟ୍‌ ହାଉସ୍‌ ଯେମିତି ଅନ୍ଧାର ରାତିରେ ଦିଗହରା ନାବିକକୁ ମାର୍ଗ ଦେଖାଏ, ସେମିତି ବ୍ରହ୍ମାକୁମାରୀ ପରିବାରର ବତିଘର ଶାନ୍ତିର ଏକ ଦିଗ୍‌ବାରଣ ସାଜିବ। ନକାରାତ୍ମକ ଅନ୍ଧକାରରୁ ସକାରାତ୍ମକ ଆଲୋକ ଆଡ଼କୁ ବାଟ କଢ଼ାଇବ। ନିଜ ଜୀବନର ଏକ ଦୁଃଖଦ ସମୟକୁ ସେ କିଭଳି ବ୍ରହ୍ମାକୁମାରୀ ସଂସ୍ଥା ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହୋଇ ଅତିକ୍ରମ କରିଥିଲେ, ସେନେଇ ସୂଚନା ଦେଇଥିଲେ ରାଷ୍ଟ୍ରପତି। ଏଥିସହ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ କେବଳ ଏକ ସଂଗଠନ ନୁହେଁ, ଏହା ମହିଳାଙ୍କ ଦ୍ବାରା ପରିଚାଳିତ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅଭିଯାନ ବୋଲି ଶ୍ରୀମତୀ ମୁର୍ମୁ ପ୍ରଶଂସା କରିଥିଲେ।

Spread the love