Dhenkanal's famous sweet 'Magaji Ladoo' gets GI Tag 

ଢେଙ୍କାନାଳର ସ୍ୱତନ୍ତ୍ର ମିଠା ‘ମଗଜି ଲଡୁ’ କୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା । ମଗଜି ଲଡୁର ସ୍ୱାଦ ବେଶ ନିଆରା । ଶହ ଶହ ବର୍ଷ ପୂର୍ବରୁ ମଇଁଷି କ୍ଷୀର ଛେନାରୁ ନିର୍ମିତ ଏହି ମଗଜି ଲଡୁକୁ ଜିଆଇ ଟ୍ୟାଗ ମିଳିବା ପରେ ଢେଙ୍କାନାଳବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହୋଇଛି । ଢେଙ୍କାନାଳର ଏହି ପ୍ରସିଦ୍ଧ ମଗଜି ଲଡୁ ଇତିହାସ ପ୍ରାୟ ୬ଶହ ବର୍ଷ ପୁରୁଣା। ଏପରି କି ଭାଗବତ ଟିକାକାର ଶ୍ରୀଧର ସ୍ବାମୀଙ୍କ କପିଳାସ ପୀଠରେ ରହିବା ସମୟରେ ସେଠାରେ ଚୈତନ୍ୟ ମହାପ୍ରଭୁଙ୍କୁ ମଗଜି ଲଡୁ ଖାଇବାକୁ ଦେଇଥିଲେ ବୋଲି ଇତିହାସ ଓ ଲୋକ କଥାରୁ ଜଣାପଡ଼େ। ଏହି ଲଡ଼ୁ ମଇଁଷି କ୍ଷୀରରୁ ପ୍ରସ୍ତୁତ। ମଇଁଷି କ୍ଷୀର ଛେନାରେ ଚିନି ଓ ଗୁଜୁରାତି ମିଶାଇ ଏହି ଲଡୁ ତିଆରି କରାଯାଏ। ଏଥିରେ ପାଣି ବ୍ୟବହାର କରାଯାଉ ନ ଥିବାରୁ ଏହା ୧୫ରୁ ୨୦ଦିନ ପର୍ଯ୍ୟନ୍ତ ରହିଥାଏ। ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ଷଡ଼ଙ୍ଗୀ ଅଞ୍ଚଳରେ ବହୁଳ ପରିମାଣରେ ଏହାକୁ ପ୍ରସ୍ତୁତ କରାଯାଏ।

ଗତ ୭ ଡିସେମ୍ବର ୨୦୨୦ରେ ଢେଙ୍କାନାଳ ସହର ମିନାବଜାରସ୍ଥିତ ଢେଙ୍କାନାଳ ସୁଇଟ୍‌ ଆସୋସିଏଶନ ପକ୍ଷରୁ ମଗଜି ଲଡୁକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଦରଖାସ୍ତ (ନମ୍ବର-୭୨୪) ପଞ୍ଜୀକୃତ କରାଯାଇଥିଲା। ଓୟୁଏଟି ସହଯୋଗରେ ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ ପାଇଁ ନିୟମ ଅନୁଯାୟୀ ବିଭିନ୍ନ ପାହାଚ ଅତିକ୍ରମ କରାଯାଇଥିଲା। ଏହାପରେ ଗତ ୧ ସେପ୍ଟେମ୍ବର ୨୦୨୩ରେ ଏହା ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା। ଏବେ ମଗଜି ଲଡୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବା ପରେ ଢେଙ୍କାନାଳ ସମଗ୍ର ଦେଶ ଓ ରାଜ୍ୟରେ ଗର୍ବିତ ହୋଇଛି। ୬୦୦ ବର୍ଷର ଏହି ପାରମ୍ପରିକ ମିଠା ଢେଙ୍କାନାଳକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ତେବେ ମଗଜି ଲଡୁ ଜିଆଇ ଟ୍ୟାଗ ପାଇବା ଦ୍ୱାରା ସମଗ୍ର ଦେଶରେ ଏହାର ଚାହିଦା ବଢ଼ିବା ସହିତ ଏହାକୁ ପ୍ରସ୍ତୁତ କରୁଥିବା ବ୍ୟବସାୟୀ ଓ ମଇଁଷି ପାଳନ କରୁଥିବା ଚାଷୀଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହୋଇପାରିବ। ମଗଜୀ ଲଡୁ ସମେତ ଓଡ଼ିଶାର ଆଉ ୬ଟି ଉତ୍ପାଦକୁ ଜିଆଇ ଟ୍ୟାଗ୍‌ ମିଳିଛି। ଗଜପତିର ଖଜୁରୀ ଗୁଡ଼, ମୟୂରଭଂଜ କାଇ ଚଟଣୀ, ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍‌, କୋରାପୁଟ କଳାଜିରା ଧାନ, ଲାଞ୍ଜିଆ ସୌରା ଚିତ୍ରକଳାକୁ ବି ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଛି ।

Spread the love