The launching ceremonies of 'Odia Galpa Panjika 2021' and 'Sreshtha Odia Galpa 2021 were held at Jayadeva Bhawan.

ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ‘‌ଶ୍ରେଷ୍ଠ ଓଡ଼ିଆ ଗଳ୍ପ ୨୦୨୧’ ଓ ‘ଓଡ଼ିଆ ଗଳ୍ପ ପଞ୍ଜିକା ୨୦୨୧’ର ପାଠକାର୍ପଣ ଉତ୍ସବ । ଓଡ଼ିଆ ଗଳ୍ପ ସାହିତ୍ୟ କ୍ଷେତ୍ରରେ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ଲେଖକ ସରଳ କୁମାର ଦାସଙ୍କ ପ୍ରଚେଷ୍ଠାରେ ଆରମ୍ଭ ହୋଇଥିବା ଏହି ପ୍ରୟାସରେ ପାଠକମାନଙ୍କ ମତାମତ ଓ ମୂଲ୍ୟାୟନକୁ ଗୁରୁତ୍ବ ଦିଆ ଯାଇଛି। ପାଠକମାନେ ଗପଗୁଡ଼ିକୁ ନିର୍ବାଚନ କରିବାର ସୁଯୋଗ ପାଇଛନ୍ତି। ସ୍ଥାନୀୟ ଜୟଦେବ ଭବନରେ ସରଳ କୁମାର ଦାସଙ୍କ ସମ୍ପାଦିତ ଏବଂ ପାଠକଙ୍କ ଦ୍ବାରା ନିର୍ବାଚିତ ‘‌ଶ୍ରେଷ୍ଠ ଓଡ଼ିଆ ଗଳ୍ପ ୨୦୨୧’ ଓ ‘ଓଡ଼ିଆ ଗଳ୍ପ ପଞ୍ଜିକା ୨୦୨୧’ର ପାଠକାର୍ପଣ ଉତ୍ସବ ଅବସରରେ ଅତିଥି ଓ ଉପସ୍ଥିତ ସାହିତ୍ୟ ଅନୁରାଗୀମାନେ ଏଭଳି ମତ ଦେଇଛନ୍ତି।

ଉତ୍ସବରେ ପାଠକୀୟ ମନୋନୟନ ପ୍ରକ୍ରିୟାର ଉଦ୍ୟୋକ୍ତା, ସଂଯୋଜକ ଏବଂ ପୁସ୍ତକ ଦୁଇଟିର ସଂକଳକ ଶ୍ରୀ ଦାସ ପାଠକ ଚୟନ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇ କହିଲେ, ୨୦୨୧ ମସିହାରେ ବିଭିନ୍ନ ପତ୍ର ପତ୍ରିକା ଓ ସଂକଳନରେ ୧୭୩୯ ଜଣ ଲେଖକଙ୍କ ଦ୍ୱାରା ଲିଖିତ ୬୩୮୨ ଟି କ୍ଷୁଦ୍ର ଗଳ୍ପ ପ୍ରକାଶ ପାଇଥିଲା। ଏଥି ମଧ୍ୟରୁ ପାଠକମାନଙ୍କ ଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ପଠନ ଓ ପୁନର୍ପଠନ ଦ୍ୱାରା ମୂଲ୍ୟାୟନ କରାଯାଇ ୩୬୮ ଗଳ୍ପକୁ ବଛା ଯାଇଥିଲା। ଏହାପରେ ୫୯ ଜଣ ପାଠକଙ୍କ ଦ୍ବାରା ସର୍ବୋତ୍ତମ ମନେ ହେଉଥିବା ୬୧ ଗଳ୍ପର ଏକ ସଂକଳନ ‘ଶ୍ରେଷ୍ଠ ଓଡ଼ିଆ ଗଳ୍ପ-୨୦୨୧’ ଏବଂ ସମସ୍ତ ୬୩୮୨ ଗଳ୍ପର ସୂଚନାକୁ ନେଇ ‘ଓଡ଼ିଆ ଗଳ୍ପ ପଞ୍ଜିକା ୨୦୨୧’ ନାମରେ ଏକ ସଂକଳନ ପ୍ରସ୍ତୁତ କରାଯାଇଛି। ପରବର୍ତ୍ତୀ ସମୟରେ ସଂକଳିତ ୬୧ ଗଳ୍ପ ମଧ୍ୟରୁ ପାଠକଙ୍କ ଦ୍ବାରା ପୁନର୍ମୂଲ୍ୟାୟନ କରାଯାଇ ଶ୍ରେଷ୍ଠ ୩୦ଟି ଗଳ୍ପ ଚୟନ କରାଯିବ। ଏହି ଚୟନ ପ୍ରକ୍ରିୟାରେ ପାଠକମାନେ ସେପ୍ଟେମ୍ବର ୩୦ ତାରିଖ ଭିତରେ ମତ ଦେବେ। ଏହାପରେ ଜଣେ ଶ୍ରେଷ୍ଠ ପାଠକଙ୍କୁ ମଧ୍ୟ ଚୟନ କରାଯାଇ ତାଙ୍କୁ ୩୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ପରବର୍ତ୍ତୀ ବର୍ଷମାନଙ୍କରେ ପ୍ରକାଶିତ ଗଳ୍ପଗୁଡ଼ିକର ଚୟନ ପାଇଁ ମଧ୍ୟ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ।

Spread the love