Justice Sanjay Kumar Mishra will be the Chief Justice of Jharkhand High Court

ଜଷ୍ଟିସ ସଂଜୟ କୁମାର ମିଶ୍ର ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି। ବର୍ତ୍ତମାନ ଉତ୍ତରାଖଣ୍ଡ ହାଇକୋର୍ଟରେ କାର୍ଯ୍ୟରତ ବରିଷ୍ଠ ବିଚାରପତି ଜଷ୍ଟିସ ମିଶ୍ରଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଜଷ୍ଟିସ ମିଶ୍ର ୨୦୦୯, ଅକ୍ଟୋବର ୭ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଗତବର୍ଷ ତାଙ୍କର ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହୋଇଥିଲା । ୨୦୨୧, ଅକ୍ଟୋବର ୧୧ରେ ସେ ଉତ୍ତରାଖଣ୍ଡ ହାଇକୋ‌ର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ବଲାଙ୍ଗୀର‌ଠାରେ ୧୯୬୧, ଡିସେମ୍ବର ୨୯ରେ ଜଷ୍ଟିସ ମିଶ୍ର ଜନ୍ମଗ୍ରହଣ କରିଥିଲେ । ଆଇନଜୀବୀ ମାର୍କଣ୍ଡ ମିଶ୍ର ଓ ଜ୍ୟୋତିର୍ମୟୀ ମିଶ୍ରଙ୍କ ପୁତ୍ର ଜଷ୍ଟିସ ମିଶ୍ର ଟିକ୍ରା ଉଚ୍ଚ ପ୍ରାଥମିକ ସ୍କୁଲରୁ ଶିକ୍ଷା ଆରମ୍ଭ କରି ୧୯୭୭ରେ ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ। ୧୯୮୨ରେ ବଲାଙ୍ଗୀର ରାଜେନ୍ଦ୍ର କଲେଜରୁ ବି.କମ୍ (ସମ୍ମାନ) ଡିଗ୍ରି ହାସଲ କରିବା ପରେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ୧୯୮୪ରେ ଏମ୍‌.କମ୍ ପାସ୍ କରିଥିଲେ। ୧୯୮୭ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧୀନରେ ଏଲ୍ଏଲ୍‌.ବି. ଡିଗ୍ରି ହାସଲ କରିବା ପରେ ସେ ୧୯୮୮ରେ ଆଇନ ପେସାରେ ଯୋଗ ଦେଇଥିଲେ। ବାପା ତଥା ଆଇନଜୀବୀ ମାର୍କଣ୍ଡ ମିଶ୍ରଙ୍କ ଅଧୀନରେ ବଲାଙ୍ଗୀର ଜିଲ୍ଲା ଅଦାଲତରେ ସେ ଓକିଲାତି ଆରମ୍ଭ କରିଥିଲେ। ସିଧାସଳଖ ଜିଲ୍ଲା ଜଜ୍ ନିଯୁକ୍ତି ପାଇଁ ଅନୁଷ୍ଠିତ ପରୀକ୍ଷାରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ୧୯୯୯, ଫେବ୍ରୁଆରି ୧୬ରେ ଜୟପୁର ଅତିରିକ୍ତ ଦୌରାଜଜ୍ ଭାବେ ସେ ଯୋଗ ଦେଇଥିଲେ। ସୁନ୍ଦରଗଡ଼ ଓ ଢେଙ୍କାନାଳରେ ଜିଲ୍ଲା ଓ ଦୌରା ଜଜ୍, ଭୁବନେଶ୍ବରରେ ସ୍ବତନ୍ତ୍ର ସିବିଆଇ ଜଜ୍ ଭାବେ କାର୍ଯ୍ୟ କରିବା ପରେ ସେ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୦୯, ଅକ୍ଟୋବର ୭ରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।

Spread the love