ପରଲୋକରେ ‘ଆକାଶ ଦୀପ’ ଗଳ୍ପର ସ୍ରଷ୍ଟା ରବୀନ୍ଦ୍ର ନାରାୟଣ ମିଶ୍ର। ସୁଲେଖକ, ସୁବକ୍ତା ତଥା ସୁବିଦିତ ସ୍ତମ୍ଭକାର ରବୀନ୍ଦ୍ର ନାରାୟଣ ମିଶ୍ରଙ୍କର ଭୁବନେଶ୍ୱରଠାରେ ୮୭ ବର୍ଷ ବୟସରେ ଦେହାବସାନ ଘଟିଛି। ‘ଆକାଶଦୀପ’ ତାଙ୍କ ଦ୍ବାରା ରଚିତ ଏକ ବହୁପଠିତ ଓ ବହୁଚର୍ଚ୍ଚିତ ଗଳ୍ପ। ଏହି ଗଳ୍ପଟି ଅନେକ ବର୍ଷ ଧରି ଓଡ଼ିଶାର ସ୍କୁଲ ଓ କଲେଜ ସ୍ତରର ପାଠ୍ୟପୁସ୍ତକମାନଙ୍କରେ ସ୍ଥାନ ପାଇ ଆସିଥିଲା। ସେ ଲୋକପ୍ରିୟ ସ୍ତମ୍ଭ, ‘କଥାଟିଏ କହୁଁ’ର ସ୍ତମ୍ଭକାର ମଧ୍ୟ ଥିଲେ। ଚାକିରୀ ଜୀବନରେ ସେ ବହୁଦିନ ଧରି ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସକ ଭାବରେ ଦାୟିତ୍ବ ନିର୍ବାହ କରିଥିଲେ। ଶ୍ରୀ ମିଶ୍ରଙ୍କର ମହାପ୍ରଭୁଙ୍କ ନୀତିକାନ୍ତି ଓ ମନ୍ଦିରରେ ପ୍ରଚଳିତ ପ୍ରଥାପରମ୍ପରା ଉପରେ ଅଗାଧ ଜ୍ଞାନ ଥିଲା। ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଚେତନା ସମ୍ପର୍କରେ ସେ ସାତଗୋଟି ପୁସ୍ତକ ଲେଖିଯାଇଛନ୍ତି। ‘କଥାନୁଭୂତିରେ ଶ୍ରୀଜଗନ୍ନାଥ’, ଓ ‘କଥାରେ କଥାରେ ଜଗନ୍ନାଥ’ ତାଙ୍କର ଲୋକପ୍ରିୟ କୃତିଗୁଡ଼ିକ ମଧ୍ୟରୁ ଅନ୍ୟତମ। ତାଙ୍କର ଅନେକ ପୁସ୍ତକ ବିଭିନ୍ନ ଭାଷାରେ ମଧ୍ୟ ଅନୁବାଦିତ ହୋଇଛି।