ଓଡ଼ିଆ ଘରେ ବାର ମାସରେ ପାଳନ ହୁଏ ତେର ପର୍ବ । ବିଭିନ୍ନ ମାନସିକ କରି ଓଡ଼ିଆ ନାରୀଟିଏ କରିଥାଏ ନାନା ଓଷା ବ୍ରତ । ଏସବୁ ଓଷା ମଧ୍ୟରେ ଚୈତ୍ର ମଙ୍ଗଳବାର ଓଷା ଅନ୍ୟତ୍ତମ । ଗାଁ ଦାଣ୍ଡ ବା ବାଟରେ କରାଯାଉଥିବାରୁ ଅନେକ ଅଞ୍ଚଳରେ ଏହା ବାଟ ମଙ୍ଗଳା ଓଷା ବା ପନ୍ଥେଇ ପୂଜା ଭାବେ ମଧ୍ୟ ପରିଚିତ । ଚୈତ୍ର ମାସରେ ପାଳନ ହେଉଥିବାରୁ ଏହାକୁ ଅନେକେ ଚଇତି ମଙ୍ଗଳବାର ଓଷା ବୋଲି ବି କହିଥାନ୍ତି । ଫାଲ୍ଗୁନ ପୂର୍ଣ୍ଣିମାଠାରୁ ଚୈତ୍ର ପୂର୍ଣ୍ଣିମା ଯାଏ ଏହି ଓଷା ପାଳନ କରାଯାଏ । ଏହାଦ୍ୱାରା ମା’ ମଙ୍ଗଳାଙ୍କ କୃପା ଲାଭ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି । ସ୍ୱାମୀ ଓ ସନ୍ତାନଙ୍କ ଶୁଭମନାସୀ ସଧବା ନାରୀମାନେ ମା’ମଙ୍ଗଳାଙ୍କୁ ସୁମରଣା କରି ଚୈତ୍ର ମଙ୍ଗଳବାର ଓଷା କରିଥାନ୍ତି ।
ପୂଜା ବିଧି
ପୂଜା ବିଧି ଅନୁସାରେ ଗାଁ ଦାଣ୍ଡରେ ପନ୍ଥେଇ ଖୋଳା ଯାଇ ଗୋବର ପାଣିରେ ଲିପାପୋଛା କରାଯାଏ । ପନ୍ଥେଇ ଭିତରେ ହଳଦୀ, ଚୁଆ, କ୍ଷୀର, ପାଣି ଆଦି ଢଳାଯାଏ । ପନ୍ଥେଇ ଚତୁଃପାଶ୍ୱର୍ରେ ଆମ୍ବ ଡାଳ, ଗୁଆ ରଖାଯାଇ ସିନ୍ଦୁର ଓ ମୁରୁଜ ପକାଇ ସଜା ଯାଏ । ଲାଲ୍ ମନ୍ଦାରରେ ମା’ ମଙ୍ଗଳାଙ୍କ ପ୍ରବଳ ଦୁର୍ବଳତା । ବ୍ରତ କରୁଥିବା ନାରୀମାନେ ଧଳା ସୂତାରେ ମା’ମଙ୍ଗଳାଙ୍କ ନାମ ସୁମରଣା କରି ୧୩ଟି ଗଣ୍ଠି ପକାଇ ବ୍ରତ ଧାରଣ କରିଥାନ୍ତି । ପନ୍ଥେଇ ନିକଟରେ ବ୍ରତଧାରମାନେ ବିଭିନ୍ନ ପ୍ରକାରର ଫଳ, କ୍ଷୀର, ଦହି, ଛେନା, ନଡ଼ିଆ ଭଳି ସାମଗ୍ରୀ ମିଶାଇ ପଣା ଭୋଗ ଲାଗି କରିଥାନ୍ତି । ଅନେକ ସ୍ଥାନରେ ପିଠାପଣାଠାରୁ ଆରମ୍ଭ କରି ଖେଚେଡୀ, ଡାଲମା, କ୍ଷୀରି, ପୁରି ଆଦି ଭୋଗ ଲାଗି ବି କରାଯାଏ । ଓଷା ବ୍ରତ କଥା ପଢ଼ାଯିବା ସହିତ ହୁଳ ହୁଳି ଓ ଘଣ୍ଟ ଘଣ୍ଟି ବଜାଇ ମା’ଙ୍କୁ ପୂଜା କରାଯାଏ । ପୂଜା ଶେଷ ହେବା ପରେ ବ୍ରତ କରିଥିବା ମହିଳାମାନେ ପନ୍ଥେଇରେ ଲାଗି ହୋଇଥିବା ପଣାକୁ ପସାଦ ରୂପେ ପାଇଥାନ୍ତି ।
କିମ୍ବଦନ୍ତି
ତେବେ ଏହି ଓଷା ସମ୍ବନ୍ଧରେ ଦୁଇଟି ଓଷା ବହି ମିଳେ । ପ୍ରଥମଟି ‘ଚୈତ୍ର ମଙ୍ଗଳା ଓଷା କଥା’ପୁସ୍ତକର ରଚନା ନରହରି ଦାସ କରିଥିଲେ । ଦ୍ୱିତୀୟ ‘ଚୈତ୍ର ମଙ୍ଗଳା ଓଷା କଥା’ର ରଚନା କରିଥିଲେ ବଳରାମ ଦାସ । ଦୁଇଟିଯାକ ପୁସ୍ତକର କଥାବସ୍ତୁ ଭିନ୍ନ ଭିନ୍ନ ହୋଇଥିଲେ ବି ବ୍ରତର ଥିବା ଗଣ୍ଠିପକା ଓ ପୂଜା ପଦ୍ଧତି ପ୍ରାୟ ଏକାପରି ରହିଛି । ବିଭିନ୍ନ ଓଷା କୋଠିରେ ଦୁଇଟିଯାକ ପୁସ୍ତକ ପଢ଼ାଯାଉଥିବା ଦେଖିବାକୁ ମିଳୁଛି । ପ୍ରଥମ କିମ୍ବଦନ୍ତି ଅନୁସାରେ ଚଇତି ହାଡ଼ିଆଣୀ ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଦିନ ଘରଦ୍ୱାର ଲିପାପୋଛା କରି ଝୋଟି ପକାଏ । ବିଭିନ୍ନ ପ୍ରକାରର ଫଳ, ଫୁଲ, ସୁରା, ମାଂସ ଭୋଗ ଲଗାଇ ମା’ଙ୍କୁ ପୂଜା କରେ । ଦିନେ ଚଇତି ହାଡ଼ିଆଣୀ ଅପୁତ୍ରିକ ରାଜାଙ୍କ ମୁହଁ ସକାଳୁ ଦେଖି ଆଣ୍ଠୁକୁଡ଼ା ମୁହଁ ସକାଳୁ ଚାହିଁବାରୁ ଅଶୁଭ ହେବ ବୋଲି କହିଥିଲା । ରାଜା ଏକଥା ଶୁଣି ଭୀଷଣ ରାଗିଯାଇ ଚଇତି ହାଡ଼ିଆଣୀଙ୍କ ସାତ ପୁତ୍ରଙ୍କୁ ଢିଙ୍କିରେ କୁଟି କାଳୁଆ ଗଣ୍ଡରେ ଭସାଇ ଦେବାକୁ ଆଦେଶ ଦେଇଥିଲେ । ପୂତ୍ରମାନଙ୍କୁ ହରାଇବା ପରେ ବି ଚଇତି ହାଡ଼ିଆଣୀ ମା’ମଙ୍ଗଳାଙ୍କୁ ସ୍ମରଣ କରି ପୂଜା କରିବା ଫଳରେ ତାଙ୍କ ସାତ ପୁଅ ବଞ୍ôଚ ଉଠିଥିଲେ । ରାଜାଙ୍କ ବାରମ୍ବାର ଚେଷ୍ଟା ସତ୍ତ୍ୱେ ସେ ଚଇତି ହାଡ଼ିଆଣୀଙ୍କ ପୁଅମାନଙ୍କୁ ହତ୍ୟା କରିବାରେ ଅସଫଳ ହୋଇଛନ୍ତି । ଶେଷରେ ହାର୍ ମାନି ଚଇତି ହାଡ଼ିଆଣୀଙ୍କଠାରୁ ଚଇତି ମଙ୍ଗଳବାର ଓଷାର ମହିମା ଶୁଣିଥିଲେ । ମା’ ମଙ୍ଗଳାଙ୍କୁ ସ୍ମରଣ କରି ରାଜାଙ୍କ ଅନେଶତ ରାଣୀ ଚୈତ୍ର ମଙ୍ଗଳବାର ପୂଜା କରିବା ଫଳରେ ସେମାନେ ବି ପୂତ୍ରବତୀ ହୋଇଥିଲେ । ସେହି ଦିନଠାରୁ ନଗରର ସମସ୍ତ ମହିଳାମାନେ ଚଇତି ମଙ୍ଗଳବାର ଓଷା କରିବା ସହିତ ଯାହା ମନାସିଲେ, ତାହା ପାଇଲେ ବୋଲି ପୁରାଣରେ ଉଲ୍ଲେଖ ରହିଛି ।
ସେହିପରି ବଳରାମ ଦାସଙ୍କ ଓଷା ବହି ଅନୁସାରେ ଥରେ ମା’ ମଙ୍ଗଳା ବେଶ ବଦଳାଇ ନଗର ଭ୍ରମଣ କରିବାକୁ ଯାଇଥିଲେ । ଛିଣ୍ଡା କତରା ବସନ ଓ ଆଖିରୁ ମେଞ୍ଚା ଲେଞ୍ଜରା ବହି ପଡ଼ୁଥିବା ଦେଖି କେହି ନଗରର କେହି ତାଙ୍କଠାରୁ କେନ୍ଦୁଚାର କିଣି ନ ଥିଲେ । କିନ୍ତୁ ଶ୍ରୀୟା ଚଣ୍ଡାଳୁଣୀ ତାଙ୍କ କଥା ବୁଝିଥିଲେ ଓ ଛଦ୍ମ ବେଶରେ ଥିବା ମା’ମଙ୍ଗଳାଙ୍କଠାରୁ କେନ୍ଦୁଚାର କିଣିଥିଲେ । ଏଥିରେ ସନ୍ତୁଷ୍ଟ ହୋଇ ମା’ମଙ୍ଗଳା ନିଜ ପରିଚୟ ଦେବା ସହ ତାଙ୍କୁ ସାତ ପୁତ୍ର ଓ ଗୋଟିଏ କନ୍ୟା ପ୍ରାପ୍ତି ଏବଂ ଧନବତୀ ହେବା ଲାଗି ଆଶୀର୍ବାଦ ଦେଇଥିଲେ । ଦିନେ ଅପୁତ୍ରିକ ରାଜାଙ୍କୁ ଦେଖି ଖାଇବାକୁ ମିଳିବନି ବୋଲି ଶ୍ରୀୟା ଚଣ୍ଡାଳୁଣୀ କହିଥିଲେ । ଏହାଶୁଣି ରାଜା ତାଙ୍କର ସାତ ପୁତ୍ରଙ୍କୁ ମାରି ଦେବାକୁ ଆଦେଶ ଦେଇଥିଲେ । ରାଜାଙ୍କ ଅନୁଚରମାନେ ଯେତେଥର ଶ୍ରୀୟା ଚଣ୍ଡାଳୁଣୀଙ୍କ ପୁତ୍ରମାନଙ୍କୁ ହତ୍ୟା କରିଥିଲେ, ମା’ଙ୍କ କୃପାରୁ ସେମାନେ ସେତେଥର ବଞ୍ଚି ଯାଇଥିଲେ । ଶେଷରେ ରାଜା ନିଜ ଭୁଲ୍ ବୁଝି ପାରି ଶ୍ରୀୟାଙ୍କଠାରୁ ମା’ ମଙ୍ଗଳାଙ୍କ ଓଷା କଥା ଶୁଣି ପୂଜା କରିବା ପରେ ସନ୍ତାନ ପ୍ରାପ୍ତ କରି ଅପୁତ୍ରିକ ଦୋଷରୁ ମୁକ୍ତି ପାଇଥିଲେ ବୋଲି ଓଷା ବହିରେ ଉଲ୍ଲେଖ ରହିଛି ।
ବିଶେଷକରି ସନ୍ତାନପ୍ରାପ୍ତି ଓ ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ମହିଳାମାନେ ଚଇତି ମଙ୍ଗଳବାର ଓଷା ଖୁବ୍ ନିଷ୍ଠାର ସହ କରିଥାନ୍ତି । ମା’ ମଙ୍ଗଳାଙ୍କ ପୂଜାରେ ଛୋଟ, ବଡ଼, ଧନୀ, ଗରିବର ବାଛ ବିଚାର ନାହିଁ । କେବଳ ଗ୍ରାମାଞ୍ଚଳରେ ନୁହେଁ, ସହରାଞ୍ଚଳରେ ବି ମହିଳାମାନେ ଚଇତି ମଙ୍ଗଳବାର ଓଷା ବା ପନ୍ଥେଇ ପୂଜା କରୁଥିବା ଦେଖିବାକୁ ମିଳୁଛି । ଓଡ଼ିଆ ପରମ୍ପରାରେ ମା’ମଙ୍ଗଳା ହେଉଛନ୍ତି ସର୍ବମଙ୍ଗଳମୟ । ବର୍ଷ ତମାମ ମା’ଙ୍କ ପୂଜା କରାଯାଉଥିବାବେଳେ ଚୈତ୍ର ଓ ବୈଶାଖରେ ମା’ଙ୍କ ବିଶେଷ ପୂଜା ଅନୁଷ୍ଠିତ ହୋଇଥାଏ । ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ସହିତ ମା’ମଙ୍ଗଳାଙ୍କ ଓଷା ଜଡ଼ିତ ଥିଲା । ଧିରେ ଧିରେ ନୌବାଣିଜ୍ୟ ଲୋପ
ପାଇଯିବା ଫଳରେ ମଙ୍ଗଳାଙ୍କ ଓଷା ବିଧିମାନ ବି କମିବାରେ ଲାଗିଛି । ତେଣୁ ଓଡ଼ିଶାର ସଂସ୍କୃତି, ପର୍ବପର୍ବାଣୀ ଓ ଓଷା ବ୍ରତକୁ ରକ୍ଷା କରିବାକୁ ତଥା ପରପିଢ଼ିଙ୍କୁ ଏ ବିଷୟରେ ଜଣାଇବା ନିହାତି ଦରକାର ହୋଇ ପଡ଼ିଛି । ଚଇତି ମଙ୍ଗଳବାର ଓଷାକୁ ନେଇ ଉପସ୍ଥାପିତ କରାଯାଇ୍ଥିବା ଏହି ଆଲେଖ୍ୟ ଆପଣଙ୍କୁ କେମିତି ଲାଗିଲା, କମେଣ୍ଟ ବକ୍ସରେ ମତାମତ ଦିଅନ୍ତୁ । ଆପଣଙ୍କର ମତାମତ ଆମକୁ ଆଗକୁ ନେବାରେ ସାହାଯ୍ୟ କରିବ ।